ନୂଆଦିଲ୍ଲୀ: ତ୍ରୁଟିପୂର୍ଣ୍ଣ ବୋଲିଂ ଆକ୍ସନ ଯୋଗୁଁ ସୋମବାର ଶ୍ରୀଲଙ୍କାର ଫାଷ୍ଟ ବୋଲର ଶାମିନ୍ଦା ଏରଙ୍ଗାଙ୍କୁ ବାସନ୍ଦ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)।
ଆଇସିସିର ନିୟମ ଅନୁସାରେ ଲଫବୋର୍ଗସ୍ଥିତ ଜାତୀୟ କ୍ରିକେଟ ପର୍ଫୋମାନ୍ସ ସେଣ୍ଟରରେ ଏରଙ୍ଗାଙ୍କର ବୋଲିଂ ଟେଷ୍ଟ କରାଯାଇଥିଲା। ଟେଷ୍ଟ ବେଳେ ତାଙ୍କର କଚଟି ୧୫ ଡିଗ୍ରୀରୁ ଅଧିକ ବୁଲୁଥିବା ଜଣାପଡିଥିଲା। ତେଣୁ ତାଙ୍କୁ ବାସନ୍ଦ କରିବାକୁ ଆଇସିସି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ ।
୨୯ ବର୍ଷୀୟ ଏହି ଫାଷ୍ଟ ବୋଲର ଜଣକ କେବଳ ଶ୍ରୀଲଙ୍କାରେ ଘରୋଇ ମ୍ୟାଚ୍ ଖେଳିବାକୁ ଆଇସିସି ଅନୁମତି ଦେଇଛି।
ବୋଲିଂ ଆକ୍ସନରେ ଥିବା ତ୍ରୁଟିକୁ ସୁଧାରିବାକୁ ହେଲେ ନିୟମିତ ଭାବେ ତାଙ୍କୁ ଆଇସିସିର ବୋଲିଂ ଟେଷ୍ଟରେ ଯୋଗ ଦେବାକୁ ପଡିବ ବୋଲି ଆଇସିସି ପକ୍ଷରୁ କୁହାଯାଇଛି।
ମେ’୩୧ରେ ଶାମିନ୍ଦାଙ୍କ ବୋଲିଂ ଆକ୍ସନରେ ତ୍ରୁଟି ଥିବା ନେଇ ଅଭିଯୋଗ ଆସିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ପ୍ଲାଟଫର୍ମରେ ଶୋଉଥିଲା, ଟ୍ରେନରେ ଦୁଷ୍କର୍ମ ପରେ ମାରୁଥିଲା
ଅଭିଯୁକ୍ତ ଜଣକ ବିଭିନ୍ନ ଷ୍ଟେସନର ପ୍ଲାଟଫର୍ମରେ ଶୋଉଥିଲା। ସୁବିଧା ଦେଖି ବିଭିନ୍ନ ଟ୍ରେନରେ ଚଢ଼ୁଥିଲା। ଏହି ସମୟରେ ଏକାକୀ ଯାତ୍ରା କରୁଥିବା ଲୋକଙ୍କୁ ସେ ଟାର୍ଗେଟ କରୁଥିଲା।
Crime
ଗଣଦୁଷ୍କର୍ମ ପରେ ନର୍ସଙ୍କ ଗୁପ୍ତାଙ୍ଗରେ ଲଙ୍କା ଗୁଣ୍ତ ଓ ବାଡ଼ି ଭର୍ତ୍ତି କରିଦେଲେ!
ନର୍ସଙ୍କ ଗୁପ୍ତାଙ୍ଗରେ ସେମାନେ ଲଙ୍କା ଗୁଣ୍ଡ ଓ ବାଡ଼ି ପୂରାଇ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି।
Politics
ମହାରାଷ୍ଟ୍ର ବିପର୍ଯ୍ୟୟ ପାଇଁ କଂଗ୍ରେସକୁ ଦାୟୀ କଲା ଟିମ ଠାକରେ
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିରୋଧୀ ମେଣ୍ଟ ଏମଭିଏର ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ କଂଗ୍ରେସକୁ ଦାୟୀ କରିଛି ଟିମ ଠାକରେ।
Politics
ମୁଖ୍ୟମନ୍ତ୍ରୀ ପଦ ସହ ଅଧା କ୍ୟାବିନେଟ ନିଜ ପାଖରେ ରଖିବ ବିଜେପି, ସିନ୍ଦେ ସେନାକୁ ମିଳିବ...
ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂଖ୍ୟା ସର୍ବାଧିକ ୪୩ ହୋଇପାରିବ। ଏହା ମଧ୍ୟରୁ ଅଧା ବିଭାଗ ବିଜେପି ନିଜ ପାଖରେ ରଖିବ ବୋଲି କୁହାଯାଉଛି।
Politics
ଝାଡ଼ଖଣ୍ଡରେ ନୂଆ ସରକାର, ଶପଥ ନେଲେ ହେମନ୍ତ ସୋରେନ
ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ହେମନ୍ତ ସୋରେନ। ଶକ୍ତି ପ୍ରଦର୍ଶନ କଲା ଇଣ୍ଡିଆ ମେଣ୍ଟ।