'କୋହଲିଙ୍କ ନେତୃତ୍ୱରେ ଖେଳାଳି ଭୟଭୀତ ରୁହନ୍ତି'

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ପରେ ବିରାଟ୍ କୋହଲି ଓ ଆଜିଙ୍କ୍ୟ ରାହାଣେଙ୍କ କ୍ୟାପଟେନ୍ସିକୁ ନେଇ ତର୍କ ଆରମ୍ଭ ହୋଇଯାଇଛି। ବିଶେଷକରି କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ଯେଉଁ ଭଳି ନେତୃତ୍ୱ ନେଇ ଟିମକୁ ଜିତାଇଲେ, ତା’ ପରଠାରୁ ତାଙ୍କୁ ନିୟମିତ ଟେଷ୍ଟ କ୍ୟାପଟେନ୍ କରିବା ପାଇଁ ଦାବି ଜୋର୍ ଧରିବାରେ ଲାଗିଛି। ଏବେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଓ ବ୍ରେଟ୍ ଲି’ଙ୍କ ଭାଇ ଶେନ୍ ଲି ଟିମ୍ ଇଣ୍ଡିଆର ନିୟମିତ […]

kohli

kohli

Ranjit Kumar Jena
  • Published: Monday, 01 February 2021
  • Updated: 01 February 2021, 08:16 PM IST

Sports

Latest News

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆର ଐତିହାସିକ ଟେଷ୍ଟ ସିରିଜ୍ ବିଜୟ ପରେ ବିରାଟ୍ କୋହଲି ଓ ଆଜିଙ୍କ୍ୟ ରାହାଣେଙ୍କ କ୍ୟାପଟେନ୍ସିକୁ ନେଇ ତର୍କ ଆରମ୍ଭ ହୋଇଯାଇଛି। ବିଶେଷକରି କୋହଲିଙ୍କ ଅନୁପସ୍ଥିତିରେ ରାହାଣେ ଯେଉଁ ଭଳି ନେତୃତ୍ୱ ନେଇ ଟିମକୁ ଜିତାଇଲେ, ତା' ପରଠାରୁ ତାଙ୍କୁ ନିୟମିତ ଟେଷ୍ଟ କ୍ୟାପଟେନ୍ କରିବା ପାଇଁ ଦାବି ଜୋର୍ ଧରିବାରେ ଲାଗିଛି। ଏବେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର୍ ଓ ବ୍ରେଟ୍ ଲି'ଙ୍କ ଭାଇ ଶେନ୍ ଲି ଟିମ୍ ଇଣ୍ଡିଆର ନିୟମିତ କ୍ୟାପଟେନ୍ କୋହଲିଙ୍କୁ ନେଇ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ଶେନ୍ ଲି' କହିଛନ୍ତି, ଟିମ୍ ଇଣ୍ଡିଆ ଖେଳାଳି କୋହଲିଙ୍କ ନେତୃତ୍ୱରେ ଡରି ଡରି ଖେଳନ୍ତି। କିନ୍ତୁ ରାହାଣେଙ୍କ ନେତୃତ୍ୱରେ ଖେଳାଳିମାନେ ବିନା ଚାପରେ ରହୁଥିବା ଦେଖିବାକୁ ମିଳିଛି।

ଶେନ୍ ଲି' କହିଛନ୍ତି, କୋହଲି ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଏଥିରେ କୌଣସି ସନ୍ଦେହ ନାହିଁ। କିନ୍ତୁ କୋହଲିଙ୍କ ନେତୃତ୍ୱରେ ଖେଳାଳିମାନେ ଚାପଗ୍ରସ୍ତ ରୁହନ୍ତି। ଏମିତି ଲାଗେ ଯେପରି ଖେଳାଳିମାନେ ତାଙ୍କ ନେତୃତ୍ୱରେ ଡରି ଡରି ଖେଳୁଛନ୍ତି। କୋହଲି ସର୍ବଦା ନିଜର ବ୍ୟକ୍ତିଗତ ଆଭିମୁଖ୍ୟ ପାଇଁ ପରିଚିତ। ଯାହାଦ୍ୱାରା ସାଥୀ ଖେଳାଳିଙ୍କ ଉପରେ ଫିଟ୍ ରହିବା ଏବଂ ଉନ୍ନତ ଫିଲ୍ଡିଂ କରିବାର ଅଧିକ ଚାପ ରହିଥାଏ। ବୋଧହୁଏ ଏଥିପାଇଁ ଖେଳାଳିମାନେ କୋହଲିଙ୍କ ନେତୃତ୍ୱରେ ଭୟଭୀୟ ରୁହନ୍ତି। କିନ୍ତୁ ରାହାଣେଙ୍କ କ୍ୟାପଟେନ୍ସିରେ ଖେଳାଳିମାନଙ୍କୁ ଚାପମୁକ୍ତ ଥିବା ଦେଖିବାକୁ ମିଳେ।

ଶେନ୍ ଲି' ଆହୁରି କହିଛନ୍ତି, ଯଦି ମୁଁ ସିଲେକ୍ଟର ହୋଇଥାନ୍ତି, ତାହେଲେ ରାହାଣେଙ୍କୁ କ୍ୟାପଟେନ୍ ଏବଂ କୋହଲି ବ୍ୟାଟ୍ସମ୍ୟାନ୍ ଭାବେ ଖେଳିଥାନ୍ତେ। ରାହାଣେଙ୍କ କ୍ୟାପଟେନ୍ସିରେ ଟିମ୍ ଅଧିକ ଭଲ ପ୍ରଦର୍ଶନ କରୁଛି। ତେଣୁ ଯଦି କୋହଲି କେବଳ ବ୍ୟାଟ୍ସମ୍ୟାନ୍ ଖେଳନ୍ତି, ତାହେଲେ ଏହା ଟିମ୍ ପାଇଁ ଭଲ ହେବ।

ସୂଚନାଯୋଗ୍ୟ, କୋହଲିଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଜବରଦସ୍ତ ବିଜୟ ହାସଲ କରିଛି। ଆଡିଲେଡ୍ ଟେଷ୍ଟ ହାରିବା ପରେ କୋହଲି ପ୍ୟାଟରନିଟୀ ଲିଭରେ ସ୍ୱଦେଶ ଫେରିଆସିଥିଲେ। ଯାହା ପରେ ରାହାଣେ ଟିମର ମଙ୍ଗ ଧରିଥିଲେ ଏବଂ ଅଷ୍ଟ୍ରେଲିଆକୁ ବ୍ୟାକଫୁଟକୁ ଠେଲି ଦେଇଥିଲେ। ରାହାଣେଙ୍କ ନେତୃତ୍ୱରେ ଭାରତ ମେଲବର୍ଣ୍ଣ ଟେଷ୍ଟରେ ଜବରଦସ୍ତ ବିଜୟ ହାସଲ କରି ସିରିଜକୁ ୧-୧ରେ ବରାବର କରିଥିଲା। ଏହା ପରେ ଭାରତ ସିଡନୀ ଟେଷ୍ଟକୁ ଡ୍ର' କରିଥିବା ବେଳେ ବ୍ରିସବେନ୍ ଟେଷ୍ଟରେ ୩୨୮ ରନର ବଡ଼ ଟାର୍ଗେଟର ପିଛା କରି ବିଜୟୀ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story