ଫ୍ରେଞ୍ଚ ଓପନ୍‌ ମହିଳା ଏଣ୍ଟ୍ରି ଲିଷ୍ଟ୍‌ରେ ସାରାପୋଭାଙ୍କ ନାଁ ନାହିଁ

ପ୍ୟାରିସ୍‌: ୨୦୧୬ ଫ୍ରେଞ୍ଚ୍ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗର ଏଣ୍ଟ୍ରି ଲିଷ୍ଟ୍‌ରେ ନାହିଁ ଋଷୀୟ ଟେନିସ୍‌ ଷ୍ଟାର ମାରିଆ ସାରାପୋଭାଙ୍କ ନାଁ। ଗୁରୁବାରଠାରୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନୂଆ ଏଣ୍ଟ୍ରି ଲିଷ୍ଟ୍ ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଛଡ଼ାଯାଇଥିବା ବେଳେ ତାଙ୍କ ନାଁ ନ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଡୋପ୍ ଟେଷ୍ଟରେ ବିଫଳ ହେବା ଯୋଗୁଁ ମେ’୧୬ରୁ ଜୁନ୍‌ ୫ ଯାଏଁ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରୁ ସାରାପୋଭାଙ୍କ ନାଁ ବାଦ୍‌ ପଡ଼ିଥିବା ଆଲୋଚନା […]

Maria-Sharapova

Maria-Sharapova

Rakesh Mallick
  • Published: Friday, 15 April 2016
  • Updated: 15 April 2016, 02:53 PM IST

Sports

Latest News

ପ୍ୟାରିସ୍‌: ୨୦୧୬ ଫ୍ରେଞ୍ଚ୍ ଓପନ୍‌ ଟେନିସ୍‌ ଟୁର୍ଣ୍ଣାମେଣ୍ଟର ମହିଳା ବର୍ଗର ଏଣ୍ଟ୍ରି ଲିଷ୍ଟ୍‌ରେ ନାହିଁ ଋଷୀୟ ଟେନିସ୍‌ ଷ୍ଟାର ମାରିଆ ସାରାପୋଭାଙ୍କ ନାଁ।

ଗୁରୁବାରଠାରୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ନୂଆ ଏଣ୍ଟ୍ରି ଲିଷ୍ଟ୍ ଅଫିସିଆଲ୍‌ ୱେବ୍‌ସାଇଟ୍‌ରେ ଛଡ଼ାଯାଇଥିବା ବେଳେ ତାଙ୍କ ନାଁ ନ ଥିବାରୁ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

ଡୋପ୍ ଟେଷ୍ଟରେ ବିଫଳ ହେବା ଯୋଗୁଁ ମେ’୧୬ରୁ ଜୁନ୍‌ ୫ ଯାଏଁ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରୁ ସାରାପୋଭାଙ୍କ ନାଁ ବାଦ୍‌ ପଡ଼ିଥିବା ଆଲୋଚନା ହେଉଛି।

ସୂଚନାଯୋଗ୍ୟ, ମାର୍ଚ୍ଚ ୮ ତାରିଖରେ ଅଷ୍ଟ୍ରେଲିଆନ୍ ଓପନର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିଲେ ପାଞ୍ଚ ଥର ଗ୍ରାଣ୍ଡସ୍ଲାମ୍‌ ଜିତିଥିବା ଟେନିସ୍‌ ତାରକା ସାରାପୋଭା।

୨୦୧୬ ବର୍ଷ ପାଇଁ ୱାର୍ଲ୍ଡ ଆଣ୍ଟି ଡୋପିଂ ଏଜେନ୍ସୀ ମେଡିସିନ୍‌ ତାଲିକାରେ କିଛି ପରିବର୍ତ୍ତନ କରାଯାଇଥିଲା। ୨୦୦୬ରୁ ସାରାପୋଭା ନେଉଥିବା ଏକ ମେଡିସିନ୍‌କୁ ଚଳିତ ବର୍ଷ ନିଷେଧ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ସେ ଏ ନେଇ ଅବଗତ ନ ଥିଲେ। ତାଙ୍କର ଡୋପ୍ ଟେଷ୍ଟ କରାଯିବା ପରେ ମେଲୋଡ୍ରୋମ୍‌ ନାମକ ଦ୍ରବ୍ୟ ମିଳିଥିବା ରିପୋର୍ଟରୁ ଜଣାପଡ଼ିଥିଲା। ଏହାକୁ ନେଇ ଅନ୍ତର୍ଜାତୀୟ ଟେନିସ୍‌ ଫେଡେରେସନ୍ ତାଙ୍କୁ ନିଲମ୍ବିତ କରିଥିଲା।

ଏଥିଯୋଗୁଁ ଅନେକ ବହୁରାଷ୍ଟ୍ରୀୟ କମ୍ପାନୀ ସାରାପୋଭାଙ୍କ ସହିତ ସେମାନଙ୍କର ଚୁକ୍ତି ବାତିଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos