ଲଣ୍ଡନ: ଗତକାଲି ବାଂଲାଦେଶ ବିପକ୍ଷରେ ମ୍ୟାଚ ଜିତି ମଧ୍ୟ ପାକିସ୍ତାନ ଚଳିତ ବିଶ୍ୱକପରେ ନିଜର ଅଭିଯାନ ଶେଷ କରିଛି। ସେହିପରି ପାକିସ୍ତାନ ଟିମର ପ୍ରମୁଖ ଖେଳାଳି ଶୋଏବ ମଲ୍ଲିକ ଦିନିକିଆ କ୍ରିକେଟରୁ ଅବସର ନେଇଛନ୍ତି। ଗତକାଲି ମ୍ୟାଚରେ କିନ୍ତୁ ଶୋଏବ ମଲ୍ଲିକ ଖେଳିନଥିଲେ। ମ୍ୟାଚ ପରେ ଲଣ୍ଡନରେ ସାମ୍ୱାଦିକ ସମ୍ମିଳନୀ କରି କ୍ରିକେଟରୁ ଅବସର ନେବା କଥା ଘୋଷଣା କରିଛନ୍ତି ଶୋଏବ। ଆଗାମୀ ଦିନରେ ଟି-୨୦ ଫର୍ମାଟରେ ଖେଳିବା ପାଇଁ ଆଗ୍ରହୀ ଥିବା ସେ କହିଛନ୍ତି।
ସେ ଦିନିକିଆ କ୍ରିକେଟକୁ ବହୁତ ଭଲ ପାଆନ୍ତି। କିନ୍ତୁ ଏବେ ସେ ଏହି ଫର୍ମାଟରୁ ଅବସର ନେଇ ନିଜ ପରିବାରକୁ ସମୟ ଦେବେ ବୋଲି ସେ କହିଛନ୍ତି। ଆଗାମୀ ବର୍ଷ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବା ପାଇଁ ସେ ଏହାରି ଭିତରେ ପ୍ରସ୍ତୁତ ହେବେ ବୋଲି ସେ କହିଛନ୍ତି।
‘Every story has an end, but in life every ending is a new beginning’ @realshoaibmalik 🙃 u have proudly played for your country for 20 years and u continue to do so with so much honour and humility..Izhaan and I are so proud of everything you have achieved but also for who u r❤️
— Sania Mirza (@MirzaSania) 5 July 2019
We started our career almost together you have always been a good friend good colleague&good mentor.Congratulations @realshoaibmalik on a successful ODI career.served Pakistan with full heart&pure dedication.thank you for 20 years of your services.wish u all the best for future. pic.twitter.com/1rjoiHa0L0
— Kamran Akmal (@KamiAkmal23) 5 July 2019
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।