ଅଷ୍ଟ୍ରେଲିଆ ଗସ୍ତରୁ ଫେରି ସିଧା ଶ୍ମଶାନକୁ ଗଲେ ସିରାଜ୍

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଯୁବ ପେସ୍ ବୋଲର ମହମ୍ମଦ ସିରାଜ ଆଜି ସ୍ୱଦେଶ ପହଞ୍ଚିଛନ୍ତି। ସିରାଜ୍ ଆଜି ହାଇଦ୍ରାବାଦର ଶାମଶାବାଦରେ ଥିବା ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଏୟାରପୋର୍ଟରେ ପହଞ୍ଚିଛନ୍ତି। ଯେଉଁଠାରୁ ସେ ସିଧା ଖୈରାତାବାଦରେ ଥିବା ଶ୍ମଶାନକୁ ଯାଇଥିଲେ। ଶ୍ମଶାନରେ ସିରାଜଙ୍କ ପିତାଙ୍କୁ ସମାଧି ଦିଆଯାଇଥିଲା। ପିତାଙ୍କ ସମାଧି ନିକଟରେ ସିରାଜ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ କୁରାନ୍ ପଢ଼ି ନିଜ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସିରାଜଙ୍କର ୫୩ […]

siraj

siraj

Ranjit Kumar Jena
  • Published: Thursday, 21 January 2021
  • Updated: 21 January 2021, 03:48 PM IST

Sports

Latest News

ହାଇଦ୍ରାବାଦ: ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଯୁବ ପେସ୍ ବୋଲର ମହମ୍ମଦ ସିରାଜ ଆଜି ସ୍ୱଦେଶ ପହଞ୍ଚିଛନ୍ତି। ସିରାଜ୍ ଆଜି ହାଇଦ୍ରାବାଦର ଶାମଶାବାଦରେ ଥିବା ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଏୟାରପୋର୍ଟରେ ପହଞ୍ଚିଛନ୍ତି। ଯେଉଁଠାରୁ ସେ ସିଧା ଖୈରାତାବାଦରେ ଥିବା ଶ୍ମଶାନକୁ ଯାଇଥିଲେ। ଶ୍ମଶାନରେ ସିରାଜଙ୍କ ପିତାଙ୍କୁ ସମାଧି ଦିଆଯାଇଥିଲା। ପିତାଙ୍କ ସମାଧି ନିକଟରେ ସିରାଜ ଖୁବ୍ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ କୁରାନ୍ ପଢ଼ି ନିଜ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସିରାଜଙ୍କର ୫୩ ବର୍ଷୀୟ ପିତା ଜଣେ ଅଟୋ ଡ୍ରାଇଭର୍ ଥିଲେ, ଯାହାଙ୍କର ଫୁସଫୁସରେ ସଂକ୍ରମଣ କାରଣରୁ ନଭେମ୍ବର ୨୦ ତାରିଖରେ ଦେହାନ୍ତ ହୋଇଥିଲା। ପିତାଙ୍କ ଦେହାନ୍ତର ସପ୍ତାହକ ପୂର୍ବରୁ ସିରାଜ୍ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ। ପିତାଙ୍କ ପରଲୋକ ଖବର ପାଇଁ ସିରାଜ୍ ଖୁବ୍ ଭାଙ୍ଗିପଡ଼ି ଥିଲେ। କିନ୍ତୁ ସିରାଜ ନିଜ ପିତାଙ୍କୁ ଅନ୍ତିମ ଦର୍ଶନ କରିବା ପରିବର୍ତ୍ତେ ଦେଶ ପାଇଁ ଖେଳିବାକୁ ନିଷ୍ପତ୍ତି ନେଇଥିଲେ।

Image

ଗସ୍ତ ଅଧାରେ ପିତାଙ୍କୁ ହରାଇବା ସିରାଜଙ୍କ ପାଇଁ ସବୁଠାରୁ ବଡ଼ କ୍ଷତି ଥିଲା। ସିରାଜ୍ କହିଛନ୍ତି, ମୁଁ ମୋ ଜୀବନର ସବୁଠାରୁ ବଡ଼ ସମର୍ଥକଙ୍କୁ ହରାଇଛି। ମୋ ପିତା ଏକମାତ୍ର ବ୍ୟକ୍ତି ଯିଏ ମୋତେ କ୍ରିକେଟ୍ କ୍ୟାରିୟର ଗଢ଼ିବାରେ ସବୁ ସହାୟତା କରିଥିଲେ। ଯଦିଓ ସେ ଏବେ ଏହି ଦୁନିଆରେ ନାହାନ୍ତି, କିନ୍ତୁ ସେ ମୋ ସହ ସର୍ବଦା ଅଛନ୍ତି ବୋଲି ସିରାଜ୍ କହିଛନ୍ତି।

ସିରାଜ ଆହୁରି କହିଛନ୍ତି, ମୋ ପିତା ମୋତେ ଦେଶ ତରଫରୁ ଖେଳୁଥିବାର ଦେଖିବାକୁ ଚାହୁଁଥିଲେ। ଯଦି ସେ ଆଜି ଏହି ଦୁନିଆରେ ଥାନ୍ତେ, ତାହେଲେ ମୋ ପାଇଁ ବହୁତ ଖୁସି ହୋଇଥାନ୍ତେ। ଆଜି ମୁଁ ଯାହା କିଛି ବି ହୋଇଛି, ତାହା କେବଳ ମୋ ପିତାଙ୍କ ପାଇଁ। ତାଙ୍କ ବିନା ମୁଁ କିଛି ବି ନୁହେଁ ବୋଲି ସିରାଜ୍ କହିଛନ୍ତି।

୬୩ ଦିନର ଲମ୍ବା ଅଷ୍ଟ୍ରେଲିଆ ଗସ୍ତ ସିରାଜ୍ ପାଇଁ ଆଦୌ ସହଜ ନଥିଲା। ଟେଷ୍ଟ ସିରିଜ୍ ବେଳେ ସିରାଜ୍ ବର୍ଣ୍ଣବୈଷ୍ଣବରେ ଶିକାର ହୋଇଥିଲେ। କିନ୍ତୁ ଏହା ସିରାଜଙ୍କୁ ଆଦୌ ବ୍ୟଥିତ କରିନଥିଲା। ଈଶାନ୍ତ ଶର୍ମା, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା ଓ ଉମେଶ ଯାଦବଙ୍କ ଭଳି ଅଭିଜ୍ଞ ବୋଲରଙ୍କ ଅନୁପସ୍ଥିତି ସିରାଜ୍ ଚମତ୍କାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜରେ ସେ ୧୩ଟି ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos