ଆଇପିଏଲ୍ ଅକ୍ସନରେ ୬ ଓଡ଼ିଆ, ଜାଣନ୍ତୁ ଖେଳାଳିଙ୍କ ଟି-୨୦ ପ୍ରଦର୍ଶନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣର ଅକ୍ସନ୍ ପାଇଁ ତାଲିକା ପ୍ରକାଶ ପାଇଛି। ଏଥର ଏକାଧିକ ନାମୀଦାମୀ ଖେଳାଳିଙ୍କୁ ଫ୍ରାଞ୍ଚାଇଜିଗୁଡ଼ିକ ରିଲିଜ୍ କରିଥିବା ବେଳେ କିଛି ଖେଳାଳିଙ୍କୁ ରିଟେନ୍ ରଖିଛନ୍ତି। ତେବେ ବଡ଼ କଥା ହେଉଛି ଚଳିତବର୍ଷର ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶାର ୬ଜଣ ଖେଳାଳିଙ୍କ ନାଁ ମନୋନୀତ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍। ଏହି ୬ ଓଡ଼ିଆ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ […]

ipl-odia

ipl-odia

Ranjit Kumar Jena
  • Published: Friday, 22 January 2021
  • Updated: 22 January 2021, 05:43 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ପରବର୍ତ୍ତୀ ସଂସ୍କରଣର ଅକ୍ସନ୍ ପାଇଁ ତାଲିକା ପ୍ରକାଶ ପାଇଛି। ଏଥର ଏକାଧିକ ନାମୀଦାମୀ ଖେଳାଳିଙ୍କୁ ଫ୍ରାଞ୍ଚାଇଜିଗୁଡ଼ିକ ରିଲିଜ୍ କରିଥିବା ବେଳେ କିଛି ଖେଳାଳିଙ୍କୁ ରିଟେନ୍ ରଖିଛନ୍ତି। ତେବେ ବଡ଼ କଥା ହେଉଛି ଚଳିତବର୍ଷର ଆଇପିଏଲ୍ ଅକ୍ସନ୍ ପାଇଁ ଓଡ଼ିଶାର ୬ଜଣ ଖେଳାଳିଙ୍କ ନାଁ ମନୋନୀତ କରିଛି ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍। ଏହି ୬ ଓଡ଼ିଆ ଖେଳାଳି ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରୟ, ଗୌରବ ଚୌଧୁରୀ ଓ ତରଣୀ ସା।

ଏହି ୬ ଜଣ ଖେଳାଳିଙ୍କ ମଧ୍ୟରୁ ତରଣୀ ସା ଓ ଗୌରବ ଚୌଧୁରୀ ନିକଟରେ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିଥିବା ବେଳେ ବାକି ୪ଜଣ ଖେଳାଳି ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳିବାର ଅଭିଜ୍ଞତା ରଖିଛନ୍ତି। ତରଣୀ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଦୁଇଟି ମ୍ୟାଚ୍ ଖେଳି ୨ଟି ୱିକେଟ୍‌ ନେଇଥିବା ବେଳେ ଗୌରବ ୩ଟି ମ୍ୟାଚ୍ ଖେଳି ୬୮ ରନ୍ କରିଛନ୍ତି। ଦୁହିଁଙ୍କୁ ଏହି ପ୍ରଦର୍ଶନ ଆଧାରରେ ଅକ୍ସନ୍ ପାଇଁ ମନୋନୀତ କରାଯାଇଛି।

ସେହିପରି ଟି-୨୦ ଟୁର୍ଣ୍ଣାମେଣ୍ଟରେ ଶୁଭ୍ରାଂଶୁଙ୍କର ପ୍ରଦର୍ଶନ ପ୍ରଭାବଶାଳୀ ରହିଥିଲା। ସେ ୬ଟି ମ୍ୟାଚ୍ ଖେଳି ୧୯୨ ରନ୍ କରିଥିଲେ। ରାଜେଶ ମହାନ୍ତି ମୁସ୍ତାକ ଅଲି ଟ୍ରଫିରେ ମାତ୍ର ୩ଟି ମ୍ୟାଚ୍ ଖେଳି ଗୋଟିଏ ୱିକେଟ୍‌ ନେଇଥିଲେ। ପପୁ ରୟ ମୁସ୍ତା ୫ଟି ମୁକାବିଲା ଖେଳି ମାତ୍ର ୪ଟି ୱିକେଟ୍‌ ପାଇଥିବା ବେଳେ ୱିକେଟକିପର ଭୂମିକା ତୁଲାଇଥିବା ରାଜେଶଙ୍କର ବ୍ୟାଟିଂ ପ୍ରଦର୍ଶନ ଆଭରେଜ୍ ରହିଥିଲା। ରାଜେଶ ଧୂପର ୫ଟି ମ୍ୟାଚରୁ ୧୧୪ ରନ୍ କରିଥିଲେ।

ଯଦି ଆମେ ଓଭରଅଲ୍ ପ୍ରଦର୍ଶନ ଦେଖିବା, ତାହେଲେ ଶୁଭ୍ରାଂଶୁ ନିଜ କ୍ୟାରିୟରରେ ମୋଟ ୨୧ ଟି-୨୦ ମ୍ୟାଚ୍ ଖେଳି ୪୯୯ ରନ୍ କରିଛନ୍ତି। ସେହିପରି ପପୁ ୧୮ ଟି-୨୦ ମ୍ୟାଚ୍ ଖେଳି ୨୩ଟି ୱିକେଟ୍ ନେଇଛନ୍ତି। ରାଜେଶ ୧୮ ଟି-୨୦ ମ୍ୟାଚ୍ ଖେଳି ୩୮୦ ରନ୍ କରିଛନ୍ତି।

ଆଇପିଏଲ୍‌ ଅକ୍ସନ୍ ପାଇଁ ମନୋନୀତ ହେବା ପରେ ଓଡ଼ିଶା ରଣଜୀ ଦଳର କୋଚ୍ ରଶ୍ମିରଞ୍ଜନ ପରିଡା ଖୁସି ପ୍ରକାଶ କରିଛନ୍ତି। ରଶ୍ମି କହିଛନ୍ତି, ବର୍ତ୍ତମାନ ଓଡ଼ିଶା ଟିମରେ ଟପ୍ ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଶୁଭ୍ରାଂଶୁ ସେନାପତି। ଆଇପିଏଲ୍ ଫ୍ରାଞ୍ଚାଇଜିରେ ସ୍ଥାନ ପାଇଁ କୌଣସି ଖେଳାଳି ପାଇଁ ସହଜ ହେବ ନାହିଁ। ଓଡ଼ିଶାର ଯେଉଁ ଖେଳାଳିମାନେ ଅକ୍ସନ୍ ପାଇଁ ମନୋନୀତ ହୋଇଛନ୍ତି, ସେମାନଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି।

ପୂର୍ବ ଆଇପିଏଲ୍ ଅକ୍ସନ୍ ଗୁଡ଼ିକରେ ବହୁ ଓଡ଼ିଆ ଖେଳାଳିଙ୍କୁ ମନୋନୀତ କରାଯାଇଛି। ଓଡ଼ିଶା ଦଳର ଷ୍ଟାର୍ ଅଲରାଉଣ୍ଡର ବିପ୍ଳବ ସାମନ୍ତରାୟ, ୱିକେଟକିପର ହଳଧର ଦାସଙ୍କ ଭଳି ଖେଳାଳି ଆଇପିଏଲ୍ ଖେଳିବାର ସୁଯୋଗ ପାଇଛନ୍ତି। ବିପ୍ଳବ ସନରାଇଜର୍ସ ହାଇଦ୍ରାବାଦ ଓ ଦଳଧର ଡେକାନ୍ ଚାର୍ଜର୍ସ ଟିମ୍ ପକ୍ଷରୁ ଖେଳଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos