ସିରାଜ ଓ ଟିମ ଇଣ୍ଡିଆକୁ ‘ସରି’ କହିଲେ ୱାର୍ଣ୍ଣର

ସିଡନୀ: ତୃତୀୟ ଟେଷ୍ଟ ବେଳେ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିବା ଭାରତୀୟ ଖେଳାଳି ଓ ମହମ୍ମଦ ସିରାଜଙ୍କୁ ‘ସରି’ କହିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ଡାଭିଡ ୱାର୍ଣ୍ଣର। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ବସି ରହିଥିବା କିଛି ଅଷ୍ଟ୍ରେଲୀୟ ସମର୍ଥନ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଓ ୪ର୍ଥ ଦିନରେ ସିରାଜଙ୍କୁ ଜାତିଆଣ ଆକ୍ଷେପ କରିଥିଲେ। ଏ ସମ୍ପର୍କରେ ବିସିସିଆଇ ଓ ଟିମ୍‌ ଇଣ୍ଡିଆ ବିଧିବଦ୍ଧ ଭାବେ ଅଭିଯୋଗ ମଧ୍ୟ କରିଥିଲେ। ଗତକାଲି ମ୍ୟାଚ୍‌ ସରିବା ପରେ ୱାର୍ଣ୍ଣର ଦର୍ଶକଙ୍କ ଏଭଳି […]

f

f

Hemant Lenka
  • Published: Tuesday, 12 January 2021
  • Updated: 12 January 2021, 03:31 PM IST

Sports

Latest News

ସିଡନୀ: ତୃତୀୟ ଟେଷ୍ଟ ବେଳେ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଥିବା ଭାରତୀୟ ଖେଳାଳି ଓ ମହମ୍ମଦ ସିରାଜଙ୍କୁ ‘ସରି’ କହିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟସମ୍ୟାନ ଡାଭିଡ ୱାର୍ଣ୍ଣର। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡରେ ବସି ରହିଥିବା କିଛି ଅଷ୍ଟ୍ରେଲୀୟ ସମର୍ଥନ ଟେଷ୍ଟ ମ୍ୟାଚ୍‌ର ତୃତୀୟ ଓ ୪ର୍ଥ ଦିନରେ ସିରାଜଙ୍କୁ ଜାତିଆଣ ଆକ୍ଷେପ କରିଥିଲେ।

ଏ ସମ୍ପର୍କରେ ବିସିସିଆଇ ଓ ଟିମ୍‌ ଇଣ୍ଡିଆ ବିଧିବଦ୍ଧ ଭାବେ ଅଭିଯୋଗ ମଧ୍ୟ କରିଥିଲେ। ଗତକାଲି ମ୍ୟାଚ୍‌ ସରିବା ପରେ ୱାର୍ଣ୍ଣର ଦର୍ଶକଙ୍କ ଏଭଳି ଆଚରଣ ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। କ୍ରିକେଟ ଭଳି ଖେଳରେ ଏଭଳି ଆକ୍ଷେପ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି।

ୱାର୍ଣ୍ଣର କହିଛନ୍ତି, ମୁଁ ମହମ୍ମଦ ସିରାଜ ଓ ଟିମ୍‌ ଇଣ୍ଡିଆକୁ ସରି କହିବାକୁ ଚାହୁଁଛି। କାରଣ ଜାତିଆଣ ଆକ୍ଷେପ ଓ ଦୁର୍ବ୍ୟବହାର କୌଣସି ସମୟରେ ଓ କୌଣସି ସ୍ଥାନରେ ଆଦୌ ଗ୍ରହଣୀୟ ନୁହେଁ। ମୁଁ ଆମ ଘରୋଇ ଦର୍ଶକଙ୍କ ଠାରୁ ଭଲ ବ୍ୟବହାର ଆଶା କରୁଛି ବୋଲି ସେ କହିଛନ୍ତି।

View this post on Instagram

A post shared by David Warner (@davidwarner31)

ଜାତିଆଣା ଆକ୍ଷେପ ସମ୍ପର୍କରେ ସିରାଜ ଓ ଟିମ ଇଣ୍ଡିଆ ଅଭିଯୋଗ କରିବା ପରେ ଅଷ୍ଟ୍ରେଲିଆର ଖେଳାଳିମାନେ ମଧ୍ୟ ଏହାକୁ ସମର୍ଥନ କରିଥିଲେ। ଅଭିଯୋଗ ସମୟରେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍‌ ପେନ୍‌ ମଧ୍ୟ ସିରାଜଙ୍କ ପାଖକୁ ଆସି ସବୁ କଥା ଶୁଣିଥିଲେ। ବିବାଦ ବଢ଼ିବାରୁ ୪ର୍ଥ ଦିନରେ ଷ୍ଟାଡିୟମରେ ଉପସ୍ଥିତ ୬ ଜଣ ଦର୍ଶକଙ୍କୁ ସୁରକ୍ଷାକର୍ମୀ ତଡ଼ି ଦେଇଥିଲେ।

ତୃତୀୟ ଟେଷ୍ଟରେ କେବଳ ଦର୍ଶକମାନେ ନୁହନ୍ତି, ପଡ଼ିଆରେ ଉପସ୍ଥିତ ଥିବା ଅଷ୍ଟ୍ରେଲିଆର ଖେଳାଳିମାନେ ମଧ୍ୟ ଭାରତୀୟ କ୍ରିକେଟରଙ୍କୁ ସ୍ଲେଜିଂ କରିଥିଲେ। ଏପରି କି ଷ୍ଟିଭ ସ୍ମିଥ ପ୍ରତିପକ୍ଷ ଋଷଭ ପନ୍ତ କ୍ରିଜ୍‌ରେ ବ୍ୟାଟିଂ କରିବା ବେଳେ ନେଇଥିବା ଗାର୍ଡ ଲାଇନକୁ ଲିଭାଇବା ଭଳି ଛୋଟ କାମ କରିଥିଲେ। ତେବେ ଏ ସମ୍ପର୍କରେ ୱାର୍ଣ୍ଣର କିଛି ବି କହିନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story