ରିଓ ଅଲିମ୍ପିକ୍ସ: ପୁରୁଷ ହକି ଦଳର ନେତୃତ୍ୱ ନେବ ଶ୍ରୀଜେସ୍‌

ନୂଆଦିଲ୍ଳୀ: ଆସନ୍ତା ମାସରୁ ଆରମ୍ଭ ହେବାକୁଥିବା  ରିଓ ଅଲିମ୍ପକ୍ସ ପାଇଁ ଆଜି ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଓ  ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି। ପୁରୁଷ ହକି ଦଳର ନେତୃତ୍ୱ ଗୋଲ କିପର ପିଆର ଶ୍ରୀଜେସ ନେଉଥିବା ବେଳେ ମହିଳା ଦଳର ନେତୃତ୍ୱ ଦେବେ ଡିଫେଣ୍ଡର ସୁଶୀଲା ଛାନୁ। ଶ୍ରୀଜେସଙ୍କ ନେତୃତ୍ୱରେ ଗତମାସରେ ଇଂଲଣ୍ଡରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଚାମ୍ପିଅନ୍‌ସ ଟ୍ରଫି ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଭାରତ ରୌପ୍ୟ ପଦକ ହାସଲ […]

sreejesh-india-goalie

sreejesh-india-goalie

Rakesh Mallick
  • Published: Tuesday, 12 July 2016
  • Updated: 12 July 2016, 05:27 PM IST

Sports

Latest News

ନୂଆଦିଲ୍ଳୀ: ଆସନ୍ତା ମାସରୁ ଆରମ୍ଭ ହେବାକୁଥିବା  ରିଓ ଅଲିମ୍ପକ୍ସ ପାଇଁ ଆଜି ୧୮ ଜଣିଆ ଭାରତୀୟ ପୁରୁଷ ହକି ଦଳ ଓ  ୧୮ ଜଣିଆ ଭାରତୀୟ ମହିଳା ଦଳ ଘୋଷଣା ହୋଇଛି।

ପୁରୁଷ ହକି ଦଳର ନେତୃତ୍ୱ ଗୋଲ କିପର ପିଆର ଶ୍ରୀଜେସ ନେଉଥିବା ବେଳେ ମହିଳା ଦଳର ନେତୃତ୍ୱ ଦେବେ ଡିଫେଣ୍ଡର ସୁଶୀଲା ଛାନୁ।

ଶ୍ରୀଜେସଙ୍କ ନେତୃତ୍ୱରେ ଗତମାସରେ ଇଂଲଣ୍ଡରେ ଅନୁଷ୍ଠିତ ଏଫ୍‌ଆଇଏଚ୍‌ ଚାମ୍ପିଅନ୍‌ସ ଟ୍ରଫି ଫାଇନାଲରେ ଅଷ୍ଟ୍ରେଲିଆଠାରୁ ହାରି ଭାରତ ରୌପ୍ୟ ପଦକ ହାସଲ କରିଥିଲା। ତେଣୁ ପୁଣି ତାଙ୍କ ଉପରେ ବିଶ୍ୱାସ ସ୍ଥାପନ କରିଛି ହକି ଇଣ୍ଡିଆ। ସର୍ଦାର ସିଂହଙ୍କ ବଦଳରେ ସେ ରିଓ ଅଲିମ୍ପିକ୍‌ରେ ଦଳର ନେତୃତ୍ୱ ନେବେ।

ନୂଆଦିଲ୍ଲୀରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରୁଷ ଓ ମହିଳା ହକି ଦଳର ଘୋଷଣା କରାଯାଇଥିଲା। ହକି ଇଣ୍ଡିଆର ସଭାପତି ନରିନ୍ଦର ବାତ୍ରା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ, ବିସିସିଆଇ ସଭାପତି ଅନୁରାଗ ଠାକୁର ପ୍ରମୁଖ ଏହି କାର୍ଯ୍ୟକର୍ମରେ ଉପସ୍ଥିତ ଥିଲେ।

ପୁରୁଷ ଦଳ: ପିଆର ଶ୍ରୀଜେସ୍‌ (ଅଧିନାୟକ ଓ ଗୋଲକିପର), ହରମନ୍‌ପ୍ରୀତ ସିଂହ(ଡିଫେଣ୍ଡର), ରୂପିନ୍ଦର ପାଲ ସିଂହ (ଡିଫେଣ୍ଡର), କୋଥାଜିତ ସିଂହ (ଡିଫେଣ୍ଡର), ସୁରେନ୍ଦର କୁମାର (ଡିଫେଣ୍ଡର), ମାନପ୍ରୀତ ସିଂହ(ମିଲ୍ଡ ଫିଲ୍ଡର), ସର୍ଦାର ସିଂହ (ମିଲ୍ଡ ଫିଲ୍ଡର), ଭିଆର ରଘୁନାଥ(ଡିଫେଣ୍ଡର), ଏସ୍‌କେ ଉତ୍ଥାପ୍ପା (ମିଲ୍ଡ ଫିଲ୍ଡର), ଡି ମୁଜ୍‌ତାବା (ମିଲ୍ଡ ଫିଲ୍ଡର), ଦେବିନ୍ଦର ୱାଲ୍ମମିକି (ମିଲ୍ଡ ଫିଲ୍ଡର),  ଏସ୍‌ଭି ସୁନୀଲ (ଫରୱାର୍ଡ ଓ ଉପଅଧିନାୟକ), ଆକାଶଦୀପ ସିଂହ (ଫରୱାର୍ଡ), ସିଙ୍ଗଲେନ୍‌ଶାନା ସିଂହ (ମିଡ୍‌ଫିଲ୍ଡର), ରାମନ୍‌ଦୀପ ସିଂହ(ଫରୱାର୍ଡ), ନିକ୍କି ଥିମେୟା (ଫରୱାର୍ଡ), ପ୍ରଦୀପ ମୋର ଓ ବିକାଶ ଦହିହା (ଷ୍ଟାଣ୍ଡ ବାଇ) ରହିଛନ୍ତି।

ମହିଳା ଦଳ: ସବିତା (ଗୋଲ କିପର), ନଭଜୋତ କୌର (ମିଡଫିଲ୍ଡର),ଦୀପଗ୍ରେସ ଏକ୍କା(ଡିଫେଣ୍ଡର), ମୋନିକା (ମିଲ୍ଡ ଫିଲ୍ଡର), ଅନୁରାଧା ଦେବି (ଫରୱାର୍ଡ), ପୁନମ୍‌ ରାଣୀ (ଫରୱାର୍ଡ), ବନ୍ଦନା କାଟାରିଆ (ଫରୱାର୍ଡ),ଦୀପିକା (ଡିଫେଣ୍ଡର), ନମିତା ଟାପ୍ପୋ (ଡିଫେଣ୍ଡର), ରେଣୁକା ଯାଦବ (ମିଡ୍‌ଫିଲ୍ଡର), ସୁନୀତା ଲାକ୍ରା (ଡିଫେଣ୍ଡର), ସୁଶୀଲା ଛାନୁ (ଡିଫେଣ୍ଡର ଓ ଅଧିନାୟକ), ରାଣୀ ରାମପାଲ (ଫରୱାର୍ଡ), ପ୍ରୀତି ଦୁବେ (ଫରୱାର୍ଡ),ଲିଳିମା ମିଞ୍ଜ (ମିଡ୍‌ଫିଲ୍ଡର),ନିକ୍କି ପ୍ରଧାନ (ଫରୱାର୍ଡ), ରଜନୀ ଇତିର୍ମାପୁ ଓ ଏଚ୍.ଏଲ୍‌ ଫେଲି (ଷ୍ଟାଣ୍ଡ ବାଇ) ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos