ଟସ୍ ଜିତିଲା ହାଇଦ୍ରାବାଦ, ସିଏସ୍‌କେକୁ ଫେରିଲେ ରାୟୁଡୁ ଓ ବ୍ରାଭୋ

ଦୁବାଇ: ଚଳିତ ଆଇପିଏଲର ୧୪ଶ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚରେ ୱାର୍ଣ୍ଣର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱାର୍ଣ୍ଣର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି। ତେବେ ଧୋନି ଟିମରେ ତିନୋଟି ପରିବର୍ତ୍ତନ କରିଛନ୍ତି। ପ୍ରଥମ ମ୍ୟାଚରେ ଚେନ୍ନାଇକୁ ଜିତାଇଥିବା ଅମ୍ବାତି ରାୟୁଡୁ କମବ୍ୟାକ୍ କରିଥିବା ବେଳେ ଷ୍ଟାର୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ ଓ ପେସର୍ […]

ipl22

ipl22

Ranjit Kumar Jena
  • Published: Friday, 02 October 2020
  • Updated: 02 October 2020, 07:22 PM IST

Sports

Latest News

ଦୁବାଇ: ଚଳିତ ଆଇପିଏଲର ୧୪ଶ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ସୁପର୍ କିଙ୍ଗସ୍ ଓ ଡେଭିଡ୍ ୱାର୍ଣ୍ଣରଙ୍କ ସନରାଇଜର୍ସ ହାଇଦ୍ରାବାଦ। ଏହି ମ୍ୟାଚରେ ୱାର୍ଣ୍ଣର୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୱାର୍ଣ୍ଣର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହାନ୍ତି।

ତେବେ ଧୋନି ଟିମରେ ତିନୋଟି ପରିବର୍ତ୍ତନ କରିଛନ୍ତି। ପ୍ରଥମ ମ୍ୟାଚରେ ଚେନ୍ନାଇକୁ ଜିତାଇଥିବା ଅମ୍ବାତି ରାୟୁଡୁ କମବ୍ୟାକ୍ କରିଥିବା ବେଳେ ଷ୍ଟାର୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ ଓ ପେସର୍ ଶାର୍ଦ୍ଦୁଲ ଠାକୁରଙ୍କ ପ୍ରତ୍ୟାବର୍ତ୍ତନ ହୋଇଛନ୍ତି। ତେବେ ଲଗାତର ଖରାପ ପ୍ରଦର୍ଶନ କରିଆସୁଥିବା ମୁରଲୀ ବିଜୟ ଓ ଋତୁରାଜ ଗାଏକ୍ୱାଡ୍ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି। ବ୍ରାଭୋଙ୍କ ଖେଳିବା ଦ୍ୱାରା ଜୋଶ୍ ହେଜଲଉଡଙ୍କୁ ସ୍ଥାନ ମିଳିନାହିଁ।

ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚରେ ଚେନ୍ନାଇ ଡିଫେଣ୍ଡିଂ ଚାମ୍ପିୟନ୍ସ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ଅଭିଯାନ ଆରମ୍ଭ କରିଥିଲା। କିନ୍ତୁ ପରବର୍ତ୍ତୀ ଦୁଇଟି ମ୍ୟାଚରେ ଦଳ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ଯାହା ପରେ ଧୋନିଙ୍କ କ୍ୟାପଟେନ୍ସିକୁ ନେଇ ପ୍ରଶ୍ନବାଚୀ ଉଠିଛି। କିନ୍ତୁ ଆଜି ମ୍ୟାଚରେ ଧୋନି ବିଜୟ ହାସଲ କରି ସମାଲୋଚକଙ୍କୁ ଜବାବ ଦେବାକୁ ଚାହିଁବେ। ଅନ୍ୟପକ୍ଷରେ ସନରାଇଜର୍ସ ତା'ର ପ୍ରଥମ ଦୁଇଟି ମୁକାବିଲା ହାରିଥିବା ବେଳେ ତୃତୀୟ ମ୍ୟାଚ୍ ଜିତି ଖାତା ଖୋଲିଛି। ହାଇଦ୍ରାବାଦ ଏଠାରେ ବିଜୟଧାରା ଅବ୍ୟାହତ କରିବାକୁ ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos