ଅଶାଳୀନ ବ୍ୟବହାର ପାଇଁ ଶ୍ରାନ୍‌ଙ୍କ ୧୦ ପ୍ରତିଶତ ମ୍ୟାଚ୍‌ ଫି କଟିଲା

ହାଇଦ୍ରାବାଦ:ଅଶାଳୀନ ବ୍ୟବହାର ପାଇଁ ସନ୍‌ରାଇଜର୍ସ ହାଇଦ୍ରାବାଦର ବାମହାତୀ ଫାଷ୍ଟ ବୋଲର ବରୀନ୍ଦର ଶ୍ରାନ୍‌ଙ୍କ ୧୦ ପ୍ରତିଶତ ମ୍ୟାଚ୍‌ ଫି’ କାଟି ଦିଆଯାଇଛି। ଗତକାଲି ରାତିରେ ହାଇଦ୍ରାବାଦ ଓ ମୁମ୍ବାଇ ମଧ୍ୟରେ ମ୍ୟାଚ୍‌ ଚାଲିଥିବା ବେଳେ ସେ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଶ୍ରାନ୍‌ଙ୍କ ଅଣଖେଳୁଆଡ ବ୍ୟବହାର କ୍ରିକେଟ ପରି ଏକ ଭଦ୍ର ଲୋକଙ୍କ ଖେଳରେ ଦାଗ ଲାଗାଇଛ ବୋଲି ମ୍ୟାଚ୍‌ ରେଫ୍ରୀ ଅନୁଭବ କରିଥଲେ। ଏହାପରେ ରେଫ୍ରୀ ଶ୍ରାନ୍‌ଙ୍କ ଅଶାଳୀନ ବ୍ୟବହାର ନେଇ ତାଙ୍କ ମ୍ୟାଚ୍‌ ଫି’ କାଟିବାକୁ ନିଷ୍ପତ୍ତି ନେଇଥିଲେ।

ଶ୍ରାନ୍‌ ଆପିଏଲ୍‌ର କୋଡ୍‌ ଅଫ୍‌ କଣ୍ଡକ୍ଟର ଲେଭେଲ୍‌ -୧କୁ ଭାଙ୍ଗିଥିବା ମାନି ନେଇଛନ୍ତି।