ବେଜିଂ ଅଲିମ୍ପିକ୍ସ ପରେ ମତେ ଅବସର ନେବାକୁ କୁହାଯାଇଥିଲା:ସୁଶୀଲ

ନୂଆଦିଲ୍ଲୀ:୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିବା ପରେ ବି ମତେ ଅବସର ନେବାକୁ କୁହାଯାଇଥିଲା। ଆଜି ଏହା କହିଛନ୍ତି ଅଲିମ୍ପିକ୍ସରେ ଦୁଇ ଥର ପଦକ ଜିତିଥିବାର କୁସ୍ତିଯୋଦ୍ଧା ସୁଶୀଲ କୁମାର।

ସେ କହିଛନ୍ତି,“ବେଜିଂ ଅଲିମ୍ପିକ୍ସ ଜିତି ସ୍ୱେଦେଶ ଫେରିବା ପରେ ମୋର କିଛି ଶୁଭଚିନ୍ତକ ମତେ ଅବସର ନେବାକୁ କହିଥିଲେ। ମୁଁ ତାଙ୍କୁ କହିଥିଲି‘ଏବେ ଅୟାରମ୍ଭ ମାତ୍ର ଶେଷ କଥା ପରେ ବୁଝାଯିବ। ୨୦୧୨ ଲଣ୍ଡନ୍‌ ଅଲିମ୍ପିକ୍ସ ମୁଁ ଭାରତ ପାଇଁ ଗୌରବ ଆଣିଥିଲି।”

ସୂଚନାଯୋଗ୍ୟ ସୁଶୀଲ ଆସନ୍ତା ରିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହାନ୍ତି।

ରିଓ ଅଲିମ୍ପିକ୍‌ରେ ପୁରୁଷ ବର୍ଗର ୭୪ କେଜି ଇଭେଣ୍ଟରେ ଭାରତ ପକ୍ଷରୁ ନରସିଂହ ଯାଦବ ଓ ସୁଶୀଲ କୁମାରଙ୍କ ମଧ୍ୟରୁ କିଏ ପ୍ରତିନିଧିତ୍ୱ କରିବ ସେନେଇ ସମସ୍ୟା ଦେଖାଦେଇଥିଲା। ଏନେଇ ସେ ଦିଲ୍ଲୀ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ କୋର୍ଟ ସୁଶୀଲ ବିପକ୍ଷରେ ରାୟ ଦେଇଥିଲେ।

ଗତ ସେପ୍ଟେମ୍ବର ମାସରେ ଆମେରିକାର ଲାସ୍‌ ଭେଗାସ୍‌ରେ ଅନୁଷ୍ଠିତ ବିଶ୍ୱ ଚାମ୍ପିଅନ୍‌ସିପ୍‌ରେ ନରସିଂହ ପୁରୁଷ ବର୍ଗର ୭୪ କେଜି ଫ୍ରି ଷ୍ଟାଇଲ୍‌ ଇଭେଣ୍ଟରେ ବ୍ରୋଞ୍ଜ ପଦକ ଜିତି ୨୦୧୬ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ବେଳେ ସୁଶୀଲ ୬୬ କେଜି ବର୍ଗରୁ ୭୪କେଜି ବର୍ଗକୁ ଉତ୍ତୀର୍ଣ୍ଣ ହୋଇ ୨୦୧୪ ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ତେଣୁ ଏହି ବିବାଦ ଦେଖାଦେଇଥିଲା।

ଆହୁରି ପଢ଼ନ୍ତୁ

ଘରୋଇ ଦଳକୁ ଧୂଳି ଚଟାଇଲା ୱେଷ୍ଟଇଣ୍ଡିଜ୍

ପୁଣି ଭଉଣୀଙ୍କ ନାମରେ ଅଭିଯୋଗ ଆଣିଲେ ଦୂତୀ, କହିଲେ ଭାଇ-ଭାଉଜଙ୍କୁ ଘରେ ପୂରାଇ ଦେଉନାହାନ୍ତି ସରସ୍ୱତୀ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ