୪ ଟିକିଆ ଟେଷ୍ଟ ସିରିଜ୍‌ ପାଇଁ ୱେଷ୍ଟ ଇଣ୍ଡିଜ୍‌ରେ ପହଞ୍ଚଲା ଟିମ୍‌ଇଣ୍ଡିଆ

କାନ୍‌ବେରା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ଖେଳିବାକୁ ସେଣ୍ଟ କିଟ୍ଟିସ୍‌ ଗାଟ୍‌ୱିକ୍‌ ଏୟାରପୋର୍ଟରେ ପହଞ୍ଚଛି ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ। ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି। The Indian Cricket Team has reached Gatwick Airport. Next destination St. Kitts. #WIvIND #TeamIndia pic.twitter.com/MRoN7lZLm8 — BCCI (@BCCI) July 6, 2016 ଆଜିଠାରୁ ଭାରତ ୪୯ ଦିନିଆ ୱେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ କରିଛି। ଏହି ସମୟରେ ଭାରତ ୪ […]

team-india

team-india

Rakesh Mallick
  • Published: Wednesday, 06 July 2016
  • Updated: 06 July 2016, 06:37 PM IST

Sports

Latest News

କାନ୍‌ବେରା: ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ସିରିଜ୍‌ ଖେଳିବାକୁ ସେଣ୍ଟ କିଟ୍ଟିସ୍‌ ଗାଟ୍‌ୱିକ୍‌ ଏୟାରପୋର୍ଟରେ ପହଞ୍ଚଛି ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ। ଏନେଇ ବିସିସିଆଇ ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି।

https://twitter.com/BCCI/status/750618495042383872

ଆଜିଠାରୁ ଭାରତ ୪୯ ଦିନିଆ ୱେଷ୍ଟଇଣ୍ଡିଜ୍‌ ଗସ୍ତ ଆରମ୍ଭ କରିଛି। ଏହି ସମୟରେ ଭାରତ ୪ ଟିକିଆ ଟେଷ୍ଟ ସରିଜ୍ ଖେଳିବ। ପ୍ରଥମ ମ୍ୟାଚ୍‌ ଜୁଲାଇ ୨୧ରେ ଆରମ୍ଭ ହେବ।

ଏହାପୂର୍ବରୁ ଦୁଇ ଦେଶ ମଧ୍ୟରେ କିଛି ୱାର୍ମଅଫ୍‌ ମ୍ୟାଚ୍‌ ଖେଳାଯିବ। ଭାରତ ଜୁଲାଇ ୬ ତାରିଖରେ ସେଣ୍ଟ କିଟିସ୍‌ରେ ପହଞ୍ଚିବ। ଜୁଲାଇ ୯ ଓ ୧୦ ତାରିଖରେ ୱାର୍ଣ୍ଣର ପାର୍କରେ ପ୍ରଥମ ୱାର୍ମଅପ୍‌ ମ୍ୟାଚ୍‌ ଖେଳାଯିବ। ଏହାପରେ ୧୪ରୁ ୧୬ ତାରିଖ ଯାଏ ଦୁଇ ଦେଶ ମଧ୍ୟରେ ଦ୍ୱିତୀୟ ୱାର୍ମଅପ୍‌ ମ୍ୟାଚ୍‌ ଖେଳାଯିବାକୁ ଯୋଜନା ରହିଛି।

ପ୍ରଥମ ଟେଷ୍ଟ ଆଣ୍ଟିଗୁଆରେ ୨୧ତାରିଖରୁ ଆରମ୍ଭ ହୋଇ ୨୫ ତାରିଖ ଯାଏଁ ଚାଲିବ। ସେହିପରି ଦ୍ୱିତୀୟ ଟେଷ୍ଟ ଜାମାଇକାରେ ୩୦ ଜୁଲାଇରୁ ଅଗଷ୍ଟ ୩ ତାରିଖ ଯାଏଁ ଖେଳାଯିବା ଥିବା ବେଳେ ତୃତୀୟ ଟେଷ୍ଟ ସେଣ୍ଟ ଲୁସିଆରେ ଅଗଷ୍ଟ ୯ ତାରିଖରୁ ୧୩ ତାରିଖ ଯାଏଁ ଓ ତ୍ରିନିଦାଦ୍‌ରେ ୧୮ ଅଗଷ୍ଟରୁ ୨୨ ଅଗଷ୍ଟ ଯାଏ ଚତୁର୍ଥ ଟେଷ୍ଟ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos