ଆଇସିସି  ଦିନିକିଆ ମାନ୍ୟତା: ତୃତୀୟ ସ୍ଥାନ ବଜାୟ ରଖିଲା ଭାରତ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଏକଦିବସୀୟ ମାନ୍ୟତାରେ ତୃତୀୟ ସ୍ଥାନ ବଜାୟ ରଖିଛି ଭାରତୀୟ ଦଳ। ଦଳ ୪୮ଟି ମ୍ୟାଚ୍‌ ଖେଳି ୫୨୩୧ ପଏଣ୍ଟ ସହ ୧୧୦ ରେଟିଂ ରଖିଛି। ଅଷ୍ଟ୍ରେଲିଆ ୪୦ଟି ମ୍ୟାଚ୍‌ରୁ ୪୯୧୬ ପଏଣ୍ଟ ସହ ୧୨୩ ରେଟିଂ ହାସଲ କରି ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୪୧ଟି ମ୍ୟାଚ୍‌ରୁ ୪୬୩୧ ପଏଣ୍ଟ ଓ ୧୧୩ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଦକ୍ଷିଣ ଆଫ୍ରିକା ଚତୁର୍ଥ ସ୍ଥାନରେ, ଇଂଲଣ୍ଡ ପଞ୍ଚମ […]

team-india-asia-cup

team-india-asia-cup

Rakesh Mallick
  • Published: Monday, 04 July 2016
  • Updated: 04 July 2016, 07:01 PM IST

Sports

Latest News

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଏକଦିବସୀୟ ମାନ୍ୟତାରେ ତୃତୀୟ ସ୍ଥାନ ବଜାୟ ରଖିଛି ଭାରତୀୟ ଦଳ। ଦଳ ୪୮ଟି ମ୍ୟାଚ୍‌ ଖେଳି ୫୨୩୧ ପଏଣ୍ଟ ସହ ୧୧୦ ରେଟିଂ ରଖିଛି। ଅଷ୍ଟ୍ରେଲିଆ ୪୦ଟି ମ୍ୟାଚ୍‌ରୁ ୪୯୧୬ ପଏଣ୍ଟ ସହ ୧୨୩ ରେଟିଂ ହାସଲ କରି ଶୀର୍ଷ ସ୍ଥାନରେ ରହିଥିବା ବେଳେ ନ୍ୟୁଜିଲାଣ୍ଡ ୪୧ଟି ମ୍ୟାଚ୍‌ରୁ ୪୬୩୧ ପଏଣ୍ଟ ଓ ୧୧୩ ରେଟିଂ ସହ ଦ୍ୱିତୀୟ ସ୍ଥାନରେ ରହିଛି।

ସେହିପରି ଦକ୍ଷିଣ ଆଫ୍ରିକା ଚତୁର୍ଥ ସ୍ଥାନରେ, ଇଂଲଣ୍ଡ ପଞ୍ଚମ ସ୍ଥାନରେ, ଶ୍ରୀଲଙ୍କା ଷଷ୍ଠ ସ୍ଥାନରେ, ବାଂଲାଦେଶ ସପ୍ତମ ସ୍ଥାନରେ, ୱେଷ୍ଟ ଇଣ୍ଡିଜ୍‌ ଅଷ୍ଟମ ସ୍ଥାନରେ, ପାକିସ୍ତାନ ନବମ ସ୍ଥାନରେ, ଆଫଗାନିସ୍ତାନ ୧୦ମ ସ୍ଥାନରେ ଓ ଜିମ୍ବାୱେ ୧୧ତମ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ ଦିନିକିଆ ବ୍ୟାଟିଂ ତାଲିକାରେ ୮୧୩ ରେଟିଂ ସହ ଦ୍ୱିତୀୟ ସ୍ଥାନ ବଜାୟ ରଖିଛନ୍ତି ବିରାଟ କୋହଲି। ୮୮୭ ରେଟିଂ ସହ ଦକ୍ଷିଣ ଆଫ୍ରିକାର ଏବି ଡିଭିଲର୍ସ ପ୍ରଥମ ସ୍ଥାନରେ ରହିଛନ୍ତି। ୭୭୮ ରେଟିଂ ସହ ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ହାସିମ୍‌ ଆମଲା, ୭୫୨ ରେଟିଂ ସହ ଚତୁର୍ଥ ସ୍ଥାନରେ ନ୍ୟୁଜିଲାଣ୍ଡର କେନ୍‌ ୱିଲିୟମ୍‌ସନ୍‌, ୭୫୧ ରେଟିଂ ସହ ପଞ୍ଚମ ସ୍ଥାନରେ ନ୍ୟୁଜିଲାଣ୍ଡର ମାର୍ଟିନ୍‌ ଗୁପ୍ତିଲ୍‌, ୭୫୦ ରେଟିଂ ସହ ରୋହିତ ଶର୍ମା ଷଷ୍ଠ ସ୍ଥାନରେ, ୭୪୧ ରେଟିଂ ସହ ଇଂଲଣ୍ଡର ଜୋ ରୁଟ୍‌ ସପ୍ତମ ସ୍ଥାନରେ, ୭୩୭ ରେଟିଂ ସହ ଭାରତର ଶିଖର ଧାୱନ୍‌ ଅଷ୍ଟମ ସ୍ଥାନରେ, ୭୩୫ ରେଟିଂ ସହ ଦକ୍ଷିଣ ଆଫ୍ରିକାର କ୍ୟୁ.ଡି. କକ୍‌ ନବମ ସ୍ଥାନରେ ରହିଥିବା ବେଳେ ୭୩୪ ରେଟିଂ ସହ ଶ୍ରୀଲଙ୍କାର ତିଲକରତ୍ନେ ଦିଲ୍‌ସାନ୍‌ ୧୦ମ ସ୍ଥାନରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos