ପ୍ରଥମ ଥର ବିଶ୍ୱକପ୍‌ ଖେଳିବାକୁ ୯ ଦାବିଦାର, ଜାଣନ୍ତୁ କିଏ ସେମାନେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ଆଉ ମାତ୍ର ୭ ମାସ ସମୟ ରହିଛି। ବିଶ୍ୱକପ୍‌କୁ ନିଜ ନାଁରେ କରାଇବା ପାଇଁ ସବୁ ଦଳର ମ୍ୟାନେଜ୍‌ମେଣ୍ଟ ଖେଳାଳି ଚୟନରେ ଲାଗି ପଡ଼ିଛନ୍ତି। ଇଂଲଣ୍ଡରେ ଚଳିତ ବିଶ୍ୱକପ୍‌ ହେବ। ଆମେ ଯଦି ଟିମ୍‌ ଇଣ୍ଡିଆ କଥାକୁ ବିଚାରକୁ ନେବା, ତା’ହେଲେ ବି ସିସିଆଇ ଏବେଠାରୁ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କୁହାଯାଉଛି ଏଥର ବିଶ୍ୱକପ୍‌ରେ ସାମିଲ ହେବାକୁ ଥିବା ଖେଳାଳିଙ୍କ ମଧ୍ୟରୁ ଅଧିକାଂଶ ନୂଆ ମୁହଁ। […]

w8

w8

Hemant Lenka
  • Published: Saturday, 03 November 2018
  • Updated: 03 November 2018, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ଆଉ ମାତ୍ର ୭ ମାସ ସମୟ ରହିଛି। ବିଶ୍ୱକପ୍‌କୁ ନିଜ ନାଁରେ କରାଇବା ପାଇଁ ସବୁ ଦଳର ମ୍ୟାନେଜ୍‌ମେଣ୍ଟ ଖେଳାଳି ଚୟନରେ ଲାଗି ପଡ଼ିଛନ୍ତି। ଇଂଲଣ୍ଡରେ ଚଳିତ ବିଶ୍ୱକପ୍‌ ହେବ।

ଆମେ ଯଦି ଟିମ୍‌ ଇଣ୍ଡିଆ କଥାକୁ ବିଚାରକୁ ନେବା, ତା’ହେଲେ ବି ସିସିଆଇ ଏବେଠାରୁ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି। କୁହାଯାଉଛି ଏଥର ବିଶ୍ୱକପ୍‌ରେ ସାମିଲ ହେବାକୁ ଥିବା ଖେଳାଳିଙ୍କ ମଧ୍ୟରୁ ଅଧିକାଂଶ ନୂଆ ମୁହଁ। ଅର୍ଥାତ ଏମାନେ ପ୍ରଥମ ଥର ପାଇଁ ଆଇସିସିର ଏହି ମେଗା ଇଭେଣ୍ଟ୍‌ରେ ଭାଗ ନେବେ।

ଭାରତ ପକ୍ଷରୁ ପ୍ରଥମଥର ବିଶ୍ୱକପ୍‌ ଖେଳିବା ପାଇଁ ୯ ଜଣ ଖେଳାଳି ପ୍ରବଳ ଦାବିଦାର ରହିଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ସର୍ବାଗ୍ରେ ଅଛନ୍ତି, ଯଶପ୍ରୀତ ବୁମ୍ରା, କୁଲଦୀପ ଯାଦବ, ୟୁଜବେନ୍ଦର ଚହଲ, ହାର୍ଦ୍ଦିକ ପାଣ୍ଡ୍ୟା, କେଦାର ଯାଦବ ଓ ଖଲୀଲ ଅହମ୍ମଦ। ଏମାନଙ୍କ ବ୍ୟତୀତ ପୃଥ୍ୱୀ ଶ, କେଏଲ୍‌ ରାହୁଲ ଓ ରିଷଭ ପନ୍ତଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

ଯଶପ୍ରୀତ ବୁମ୍ରା

ମୁମ୍ବାଇର ଏହି ସ୍ପିଡ୍‌ଷ୍ଟର ୨୦୧୬ ମସିହା ଜାନୁଆରୀ ମାସରେ ଭାରତ ପାଇଁ ଦିନିକିଆରେ ଡେବ୍ୟୁ କରିଥିଲେ। ସେ ଏବେ ବିଶ୍ୱର ନଂ୧ ଦିନିକିଆ ବୋଲର ମାନ୍ୟତା ପାଇବା ସହ ୪୪ଟି ମ୍ୟାଚ୍‌ରେ ୭୮ଟି ୱିକେଟ୍‌ ଦଖଲ କରିଛନ୍ତି। କେବଳ ୨୦୧୮ରେ ବୁମ୍ରା ୧୩ଟି ମ୍ୟାଚ୍‌ରେ ୨୨ଟି ୱିକେଟ୍‌ ହାସଲ କରିଛନ୍ତି। ଖାସ୍‌ ସେଥିପାଇଁ ଦଳର ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ତାଙ୍କୁ ସାମିଲ କରାଯିବ। କିନ୍ତୁ ଠିକଣା ସମୟରେ ବୁମ୍ରା ଆହତ ହୋଇଯାଉଥିବାରୁ ଏହା ମ୍ୟାନେଜମେଣ୍ଟ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ବୁମ୍ରା ବିଦେଶରେ ୨୪ଟି ମ୍ୟାଚ୍‌ରେ ୪୬ଟି ୱିକେଟ ନେଇଛନ୍ତି। ତାଙ୍କୁ ଡେଥ୍‌ ଓଭର୍‌ ସ୍ପେଶାଲିଷ୍ଟର ମାନ୍ୟତା ମଧ୍ୟ ମିଳିଛି।

କୁଲଦୀପ ଯାଦବ

ଭାରତର ପ୍ରଥମ ଚାଇନାମ୍ୟାନ୍‌ ବୋଲର୍‌ ମ୍ୟାନ୍ୟତା ପାଇଥିବା କୁଲଦୀପ ଯାଦବ ଗତବର୍ଷ ଜାନୁଆରୀ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆରେ ଡେବ୍ୟୁ କରିଥିଲେ। ସେ ଏଯାଏ ୩୩ଟି ଦିନିକିଆରେ ୬୭ ୱିକେଟ୍‌ ନେଇ ବିଶ୍ୱର ୩ନଂ ବୋଲ୍‌ର ଭାବେ ଗଣାଯାଉଛନ୍ତି। ସେହିପରି କୁଲଦୀପ ଏ ବର୍ଷ ୧୯ଟି ମ୍ୟାଚ୍‌ରେ ୪୫ଟି ୱିକେଟ୍‌ ପାଇଛନ୍ତି। ଗତବର୍ଷ ଡିସେମ୍ବରରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ହ୍ୟାଟ୍ରିକ ୱିକେଟ୍‌ ନେଇଥିଲେ। କପିଲ ଦେବ ଓ ଚେତନ ଶର୍ମାଙ୍କ ପରେ ସେ ତୃତୀୟ ଭାରତୀୟ ଭାବେ ଏଭଳି କୀର୍ତ୍ତିମାନ ସ୍ଥାପନ କରିଥିଲେ। ସେ ବିଦେଶରେ ୨୨ଟି ମ୍ୟାଚ୍‌ ଖେଳି ୪୭ଟି ୱିକେଟ୍‌ ନେଇଛନ୍ତି।

ୟୁଜବେନ୍ଦର ଚହଲ

୨୦୧୬ ଜାନୁଆରେ ଡେବ୍ୟୁ କରିଥିବା ଚହଲ ବର୍ତ୍ତମାନ ସୁଦ୍ଧା ଭାରତ ପାଇଁ ୩୪ଟି ଦିନିକିଆରେ ୫୬ଟି ୱିକେଟ୍‌ ନେଇଛନ୍ତି। ଚଳିତ ବର୍ଷ ଚହଲ ୧୭ଟି ମ୍ୟାଚ୍‌ରେ ୨୯ଟି ୱିକେଟ୍‌ ଦଖଲ କରି ବିଶ୍ୱର ୮ ନଂ ବୋଲର ହେବାର ମାନ୍ୟତା ପାଇଛନ୍ତି। କୁଲଦୀପ ଓ ଚହଲ ଯୋଡ଼ି ଚଳିତ ବର୍ଷ ଭାରତକୁ ଏକାଧିକ ମ୍ୟାଚ୍‌ ଜିତାଇଛନ୍ତି। କୁଲଦୀପ ୫୧ଟି ୱିକେଟ୍‌ ନେଇଥିବା ବେଳେ ଚହଲ ୩୬ଟି ୱିକେଟ୍‌ ପାଇଛନ୍ତି। ଯଦି ବିଶ୍ୱକପ୍‌ରେ ଉଭୟ ଲୟରେ ରହିବେ, ତା’ହେଲେ ପ୍ରତିପକ୍ଷ ଦଳ ପାଇଁ ଏହା ଘାତକ ସାବ୍ୟସ୍ତ ହେବ। ଚହଲ ବିଦେଶ ମାଟିରେ ୨୧ଟି ମ୍ୟାଚ୍‌ ଖେଳି ୩୫ଟି ୱିକେଟ୍‌ ପାଇଛନ୍ତି।

କେଦାର ଯାଦବ

କେଦାର ଯାଦବ ଭାରତ ପାଇଁ ୨୦୧୪ରେ ଡେବ୍ୟୁ କରିଥିଲେ। କିନ୍ତୁ ଆହତ ସମସ୍ୟା ଯୋଗୁ ସେ ବାରମ୍ବାର ଟିମ୍‌ରୁ ବାଦ ପଡ଼ୁଛନ୍ତି। ଆହତ ଥିବା ଯୋଗୁ ୪ ବର୍ଷରେ ସେ ମାତ୍ର ୪୮ଟି ଦିନିକିଆ ଖେଳି ପାରିଛନ୍ତି। ଏହି ମ୍ୟାଚ୍‌ ଗୁଡ଼ିକରେ ସେ ୪୨ ହାର୍‌ରେ ୮୮୪ ରନ୍‌ କରିବା ସହ ୪.୮୬ ଇକୋନମିରେ ୨୨ଟି ୱିକେଟ୍‌ ଦଖଲ କରିଛନ୍ତି। ଚଳିତ ବର୍ଷ କେଦାର ୧୧ଟି ମ୍ୟାଚ୍‌ରେ ୪୩.୫ ହାର୍‌ରେ ରନ୍‌ କରିଛନ୍ତି। ବିଶେଷ କରି ସ୍ଲଗ ଓଭର୍‌ରେ ଦ୍ରୁତ ଗତିରେ ରନ୍‌ ହାସଲ କରିବାର କ୍ଷମତା ଯାଦବଙ୍କ ପାଖରେ ରହିଛି। ବିଦେଶ ମାଟିରେ କେଦାର ୨୯ଟି ମ୍ୟାଚ୍‌ରେ ୩୫୮ ରନ୍‌ କରିବା ସହ ୧୪ଟି ୱିକେଟ୍‌ ପାଇଛନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା

ବର୍ତ୍ତମାନ ସମୟରେ ଟିମ୍‌ ଇଣ୍ଡିଆର ସବୁଠାରୁ ସଫଳ ଅଲରାଉଣ୍ଡରର ମାନ୍ୟତା ପାଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ୨୦୧୬ରେ ଦିନିକିଆରେ ପଦାର୍ପଣ କରିଥିଲେ। ସେ ୪୨ଟି ମ୍ୟାଚ୍‌ରେ ୨୯.୧୩ ହାରରେ ୬୭୦ ରନ କରିଛନ୍ତି। ସେହିପରି ବୋଲିଂରେ ୫.୫ ଇକୋନୋମିରେ ୪୦ଟି ୱିକେଟ୍‌ ପାଇଛନ୍ତି। ଆହତ ରହିଥିବା କାରଣରୁ ସେ ଚଳିତ ବର୍ଷ ମାତ୍ର ୧୦ଟି ଦିନିକିଆ ଖେଳିଛନ୍ତି। ଏହି ମ୍ୟାଚ୍‌ ଗୁଡ଼ିକରେ ସେ ୨୧ ହାରରେ ରନ୍‌ କରିବା ସହ ମାତ୍ର ୫ଟି ୱିକେଟ୍‌ ନେଇଛନ୍ତି। ଇଂଲଣ୍ଡ ପିଚ୍‌ରେ ଦ୍ରୁତ ବୋଲିଂ ଅଲରାଉଣ୍ଡର ଆବଶ୍ୟକତା ହାର୍ଦ୍ଦିକ ପୂରଣ କରିପାରିବେ। ବିଦେଶ ମାଟିରେ ହାର୍ଦ୍ଦିକ ୨୪ଟି ମ୍ୟାଚ୍‌ରେ ୨୧୬ ରନ୍‌ କରିବା ସହ ୧୯ଟି ୱିକେଟ୍‌ ପାଇଛନ୍ତି।

ଲୋକେଶ ରାହୁଲ

ବର୍ତ୍ତମାନ ଟିମ୍‌ ଇଣ୍ଡିଆ ପାଇଁ ରୋହିତ ଶର୍ମା ଓ ଶିଖର ଧୱନ୍‌ଙ୍କ ଓପନିଂ ଯୋଡ଼ି ଭାରତ ପାଇଁ ଜବରଦସ୍ତ ପ୍ରଦର୍ଶନ କରୁଛି। କିନ୍ତୁ ସଙ୍କଟ ସମୟରେ ଏମାନଙ୍କ ବିକଳ୍ପ ଭାବେ ଯଦି କାହାକୁ ନିଆଯାଏ ସେ ହେଉଛନ୍ତି କର୍ଣ୍ଣାଟକର ବିସ୍ଫୋରକ ବ୍ୟାଟସ୍‌ମ୍ୟାନ୍‌ ଲୋକେଶ ରାହୁଲ। ୨୦୧୬ରେ ସେ ଡେବ୍ୟୁ କରିଥିଲେ ହେଁ ଏଯାବତ ମାତ୍ର ୧୩ଟି ଦିନିକିଆ ଖେଳିଛନ୍ତି। ସେ ଏହି ମ୍ୟାଚ୍‌ଗୁଡ଼ିକରେ ୩୫ ହାର୍‌ରେ ୩୧୭ ରନ୍‌ କରିଛନ୍ତି। ଏସିଆ କପ୍‌ର ଗୋଟିଏ ମ୍ୟାଚ୍‌ରେ ତାଙ୍କୁ ସୁଯୋଗ ମିଳିଥିଲା ଏବଂ ଏଥିରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ। ବିଦେଶର ରାହୁଲ ୧୦ଟି ମ୍ୟାଚ୍‌ରେ ୨୯୩ ରନ୍‌ କରିଛନ୍ତି।

ଖଲୀଲ ଅହମ୍ମଦ

ଆଶୀଷ ନେହାରଙ୍କ ଅବସର ପରେ ଟିମ୍‌ ଇଣ୍ଡିଆରେ କୌଣସି ବାମହାତୀ ଦ୍ରୁତ ବୋଲର ନଥିଲେ। କିନ୍ତୁ ଖଲୀଲ ଅହମ୍ମଦ ଟିମ୍‌କୁ ଆସି ଦଳରେ ସନ୍ତୁଳନ ଆଣିଛନ୍ତି। ଖଲୀଲ ଏଯାଏ ମାତ୍ର ୬ଟି ଦିନିକିଆ ଖେଳିଥିଲେ ହେଁ ନିଜର ପ୍ରଭାବ ବିସ୍ତାର କରିଛନ୍ତି। ଏହି ୬ଟି ମ୍ୟାଚ୍‌ରେ ୧୧ଟି ୱିକେଟ୍‌ ନେଇ ସମସ୍ତଙ୍କୁ ଚକିତ କରିଛନ୍ତି। ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀ ମଧ୍ୟ ଖଲୀଲଙ୍କୁ ବିଶ୍ୱକପ୍‌ ପାଇଁ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଖଲୀଲ ବିଦେଶରେ ୨ଟି ମ୍ୟାଚ୍‌ରେ ୪ଟି ୱିକେଟ୍‌ ନେଇଛନ୍ତି।

ପୃଥ୍ୱୀ ଶ’

ୱେଷ୍ଟଇଣ୍ଡିଜ ବିପପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ପୃଥ୍ୱୀ ଶ ୨୫୦ ରନ୍‌ କରି ବିଶ୍ୱକପ୍‌ ପାଇଁ କବାଟ ଖଟ୍ ଖଟ୍ କରିଦେଇଛନ୍ତି। ଶ’ ମାତ୍ର ୨ଟି ମ୍ୟାଚ୍‌ରେ ୯୪ ହାରରେ ୨୫୦ ରନ୍‌ କରିଛନ୍ତି। ଟେଷ୍ଟ୍‌ ମ୍ୟାଚ୍‌ରେ ପୃଥ୍ୱୀ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ପୃଥ୍ୱୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଅଣ୍ଡର-୧୯ ବିଶ୍ୱକପ୍‌ ଜିତିଥିଲା। ତେବେ ସେ ଏଯାଏ ବିଦେଶରେ ଗୋଟିଏ ହେଲେ ମ୍ୟାଚ୍‌ ଖେଳିନାହାନ୍ତି।

ରିଷଭ ପନ୍ତ

ଅଷ୍ଟ୍ରେଲିଆ ଓ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ ପାଇଁ ଭେଟରାନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ବଦଳରେ ରିଷଭ ପନ୍ତଙ୍କୁ ଦଳରେ ସାମିଲ କରାଯାଇଛି। କୁହାଯାଉଛି ଧୋନିଙ୍କ ବିକଳ୍ପ ଭାବେ ପନ୍ତ ହିଁ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପିଂ ମଙ୍ଗ ସମ୍ଭାଳିବେ। ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଦିନିକିଆରେ ଡେବ୍ୟୁ କରିଥିବା ପନ୍ତ ଦ୍ରୁତ ଓ ବଡ଼ ଶଟ୍‌ ଖେଳିବାରେ ମାହିର। ତେଣୁ ଧୋନିଙ୍କ ବିକଳ୍ପ ଭାବେ ତାଙ୍କୁ ବିଶ୍ୱକପ୍‌ ଦଳରେ ସାମିଲ କରାଯାଇପାରେ। ତେବେ ସେ ପୃଥ୍ୱୀଙ୍କ ଭଳି ଏଯାଏ ବିଦେଶରେ କୌଣସି ଦିନିକିଆ ମ୍ୟାଚ୍‌ ଖେଳି ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story