ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ୪ ବର୍ଷ ତଳେ ଯେତେବେଳେ ପବନ ତୀରନ୍ଦାଜୀ (ଆର୍ଚେରୀ) ଖେଳିବା ଆରମ୍ଭ କରିଥିଲେ, ସେହି ସମୟରେ ତାଙ୍କ ଗ୍ରାମ ଧାଂସୁରର ଖୁବ୍ କମ୍ ଲୋକ ଏହି ଖେଳର ଭବିଷ୍ୟତ ସମ୍ପର୍କରେ ଅବଗତ ଥିଲେ। ପିଲାଟି ଦିନରୁ ସେ ହ୍ୟାଣ୍ଡବଲ ଖେଳୁଥିଲେ ଏବଂ ଫୁଟବଲରେ ମଧ୍ୟ ନିଜ ପ୍ରତିଭାର ପରିଚୟ ପ୍ରଦାନ କରିଥିଲେ। କିନ୍ତୁ ଏହି ଦୁଇଟି ଖେଳ ଛାଡ଼ି ସେ ଆର୍ଚେରୀକୁ ବାଛିଥିଲେ। ପବନ କହିଛନ୍ତି, ତୀରନ୍ଦାଜୀ ଶିଖିବା ପାଇଁ ତାଙ୍କୁ ପ୍ରତିଦନି ୩୦ କିଲୋମଟିର ଯିବାକୁ ପଡୁଥିଲା। ଶେଷରେ ତାଙ୍କ ପରିବାର ତାଙ୍କ କଳାୟତଠାରେ ଶିକ୍ଷା ଭାରତୀ ସ୍ପୋର୍ଟ୍ସ ସ୍କୁଲରେ ତାଙ୍କ ନାମ ଲେଖାଇଥିଲେ।
୨୦୧୯ ୟୁନିଭର୍ସିଟି ଗେମ୍ସ ରିକର୍ଭ ଚାମ୍ପିୟନ୍ ହୋଇଥିବା ପବନଙ୍କ ପରୀକ୍ଷଣ ଶେଷ ହୋଇନଥିଲା। ପାରିବାରିକ ସମସ୍ୟା କାରଣରୁ ତାଙ୍କୁ ଖେଳ ଛାଡ଼ି ଘରକୁ ଫେରଯିବାକୁ ପଡିଥିଲା। ଚାଷରେ କ୍ଷତି କାରଣରୁ ତାଙ୍କ ପରିବାର ଋଣ ବୋଝରେ ବୁଡ଼ି ରହିଥିଲା। ତେଣୁ ପରିବାରକୁ ପବନଙ୍କ ସହଯୋଗର ଆବଶ୍ୟକତା ଥିଲା। ଖେଳ ଛାଡ଼ି ପବନ ନିଜ ପରିବାରର ପ୍ରତିପୋଷଣ ପାଇଁ ଖୁବ୍ କମ୍ ଦରମାରେ ଚାକିରି କରିଥିଲେ। କିନ୍ତୁ ତୀରନ୍ଦାଜୀ କେବେ ତାଙ୍କ ମନରୁ ଲିଭିନଥିଲା। କିଛି ମାସ ତଳେ ପଞ୍ଜାବୀ ୟୁନିଭର୍ସିଟିର ଆର୍ଚେରୀ ଟିମ କୋଚ୍ ଗୌରବ ଶର୍ମା ତାଙ୍କୁ ଭେଟିଥିଲେ।
ପବନ ଖେଳ ଛାଡ଼ିବା ନେଇ ଗୌରବ ତାଙ୍କ ଉପରେ ଖୁବ୍ ରାଗିଥିଲେ। ଗୌରବ ଦୁଇ-ତିନି ବର୍ଷ ତଳେ ପ୍ରଥମ ଥର ପାଇଁ ପବନଙ୍କୁ ଭେଟିଥିଲେ। ଗୌରବଙ୍କ ମତରେ, ପବନ ଖୁବ୍ ପ୍ରତିଭାଶାଳୀ ଓ କଠିନ ପରିଶ୍ରମୀ ଥିଲେ। କିନ୍ତୁ ହଠାତ୍ ଦିନେ ସେ ଅନ୍ତର୍ଦ୍ଧାନ ହୋଇଯାଇଥିଲେ। ପବନଙ୍କୁ ଖୋଜିବା ପାଇଁ ତାଙ୍କୁ କିଛି ମାସ ଲାଗିଥିଲା। ପ୍ରଥମେ ସେ ପବନଙ୍କୁ ଦେଖି ଖୁବ୍ ରାଗିଯାଇଥିଲେ। କିନ୍ତୁ ସେ କିଭଳି ଅର୍ଥ ସଂଚୟ କରି ତୀରନ୍ଦାଜି ପାଇଁ ଉପକରଣ କିଣିଥିଲେ ଓ ଘରେ ଅଭ୍ୟାସ କରୁଥିଲେ, ତାହା ପବନ କୋଚ୍ ଗୌରବଙ୍କୁ ଦେଖାଇଥିଲେ।
ପବନଙ୍କ କହିବା ଅନୁସାରେ, ଯେତେବେଳେ ସେ ଘରକୁ ଫେରିଆସିଥିଲେ, ସେହି ସମୟରେ ମଧ୍ୟ ତାଙ୍କ ପରିବାର ଲୋକେ ତାଙ୍କୁ ତୀରନ୍ଦାଜୀ ନଛାଡ଼ିବାକୁ କହିଥିଲେ ଓ ତାଙ୍କୁ ସମର୍ଥନ କରିଥିଲେ। ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାର ଆର୍ଚେରୀ ଇଭେଣ୍ଟର ପ୍ରଥମ ଦନିରେ ପବନ ଶୀର୍ଷ ୩୨ ଜଣଙ୍କ ମଧ୍ୟରେ ରହିବା ସହ ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଯୋଗ୍ୟତା ହାସଲ କରଛିନ୍ତି। ଏହି ଟୁର୍ଣ୍ଣାମେଣ୍ଟ ଖବୁ ପ୍ରତିଯୋଗିତାମୂଳକ ହୋଇଥିବା ପବନ ସ୍ୱୀକାର କରିଛନ୍ତି, କାରଣ ଭାରତରେ ଶୀର୍ଷସ୍ତରର ଜାତୀୟ ଆର୍ଚେରୀ ଇଭେଣ୍ଟ ଖୁବ୍ କମ୍ ଆୟୋଜିତ ହୋଇଥାଏ। ପ୍ରତିଯୋଗିତାରେ ଆଗକୁ ଯିବା ପାଇଁ ପବନ କୌଣସି ପ୍ରକାରର ଚାପ ନେଉନଥିବା ଏବଂ ଖେଳ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଥିବା କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।