ୟୁଏସ୍‌ ଓପନ୍‌ ମହିଳା ଡବଲ୍ସରୁ ବାଦ୍‌ ପଡିଲେ ସାନିଆ

ନ୍ୟୁୟର୍କ: ୟୁଏସ ଓପନ ମହିଳା ଡବଲ୍ସର କ୍ୱାର୍ଟର ଫାଇନାଲରେ ଟପ୍ ସିଡ୍‌ କରୋଲିନ୍‌ ଗାର୍ସିଆ ଓ କ୍ରୀଷ୍ଟିଆନା ମାଲଦେନୋଭିକ୍‌ ଯୋଡିଙ୍କ ଠାରୁ ୬-୭ (୩), ୧-୬ରେ ପରାଜିତ ହୋଇଛନ୍ତି ସପ୍ତମ ସିଡ୍‌ରେ ଥିବା ସାନିଆ ମିର୍ଜା ଓ ବାର୍ବୋରା ଷ୍ଟ୍ରୀକୋଭା ଯୋଡି। ଏହାସହ ଏହି ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଛି।

ସୋମବାର ଦିନ ମିକ୍ସଡ ଡବଲ୍ସରେ ରୋହନ ବୋପାନ୍ନା ଓ ତାଙ୍କ କାନାଡା ସାଥୀ ଗାବ୍ରିଏଲା ଡାବ୍ରୋୱାସ୍କିଙ୍କ ପରାଜୟ ପରେ ସାନିଆ ଏକମାତ୍ର ଭାରତୀୟ ଭାବେ ୟୁଏସ୍‌ ଓପନ୍‌ରେ ପ୍ରତିନିଧିତ୍ୱ କରୁଥିଲେ।