କେରୀଙ୍କ ସହ ଲଢେଇ ପାଇଁ ମୁଁ ବ୍ୟଗ୍ର:ବିଜେନ୍ଦର

ନୂଆଦିଲ୍ଲୀ: ଜୁଲାଇ ୧୬ରେ ହେବାକୁ ଥିବା ଡବ୍ଲ୍ୟୁବିଓ ଏସିଆ ପେସିଫିକ୍‌ ସୁପର ମିଡଲ୍‌ୱେଟ୍ ଚାମ୍ପିଅନ୍‌ସିପ୍‌ରେ ମୁହାଁମୁହିଁ ହେବେ ଭାରତର ବକ୍ସିଂ ଷ୍ଟାର ବିଜେନ୍ଦର ସିଂହ ଓ ଅଷ୍ଟ୍ରେଲିଆର ଷ୍ଟାର ବକ୍ସର କେରୀ ହୋପ୍ସ। ଶେଷ ୬ଟି ପ୍ରତିଯୋଗିତାରେ ହାରି ନ ଥିବା ବିଜେନ୍ଦର ଏହି ଲଢେଇ ପାଇଁ ବ୍ୟଗ୍ର ଥିବା କହିଛନ୍ତି। ସେ ଏବେ ଲି ବିୟର୍ଡଙ୍କ ତତ୍ତ୍ୱାବଧାନରେ ମଞ୍ଚେଷ୍ଟରରେ କଠିନ ପ୍ରଶିକ୍ଷଣ ନେଉଛନ୍ତି। ସେ କହିଛନ୍ତି,“ଏହି ପ୍ରତିଯୋଗିତା ପାଇଁ ୩ ସପ୍ତାହ ବାକି ଥିବା ବେଳେ […]

Vijender and kerry

Vijender and kerry

Rakesh Mallick
  • Published: Tuesday, 28 June 2016
  • Updated: 28 June 2016, 06:08 PM IST

Sports

Latest News

ନୂଆଦିଲ୍ଲୀ: ଜୁଲାଇ ୧୬ରେ ହେବାକୁ ଥିବା ଡବ୍ଲ୍ୟୁବିଓ ଏସିଆ ପେସିଫିକ୍‌ ସୁପର ମିଡଲ୍‌ୱେଟ୍ ଚାମ୍ପିଅନ୍‌ସିପ୍‌ରେ ମୁହାଁମୁହିଁ ହେବେ ଭାରତର ବକ୍ସିଂ ଷ୍ଟାର ବିଜେନ୍ଦର ସିଂହ ଓ ଅଷ୍ଟ୍ରେଲିଆର ଷ୍ଟାର ବକ୍ସର କେରୀ ହୋପ୍ସ। ଶେଷ ୬ଟି ପ୍ରତିଯୋଗିତାରେ ହାରି ନ ଥିବା ବିଜେନ୍ଦର ଏହି ଲଢେଇ ପାଇଁ ବ୍ୟଗ୍ର ଥିବା କହିଛନ୍ତି। ସେ ଏବେ ଲି ବିୟର୍ଡଙ୍କ ତତ୍ତ୍ୱାବଧାନରେ ମଞ୍ଚେଷ୍ଟରରେ କଠିନ ପ୍ରଶିକ୍ଷଣ ନେଉଛନ୍ତି।

ସେ କହିଛନ୍ତି,“ଏହି ପ୍ରତିଯୋଗିତା ପାଇଁ ୩ ସପ୍ତାହ ବାକି ଥିବା ବେଳେ ମୁଁ କେରିଙ୍କ ସହ ଲଢେଇ କରିବାକୁ ବ୍ୟଗ୍ର ଅଛି। ଏହା ଭାରତର ଘରୋଇ ପରିବେଶରେ ହେଉଥିବାରୁ ମୁଁ ବହୁତ ଉତ୍ସାହିତ ଅଛି। ମୁଁ ମୋ ଦେଶବାସୀଙ୍କ ସମ୍ମୁଖରେ ଜଣେ ବିଦେଶୀ ବକ୍ସରଙ୍କ ସହ ଲଢେଇ କରିବାକୁ ଥିବାରୁ ଏହା ମୋ ପାଇଁ ବଡ ଉତ୍ସାହପ୍ରଦ ହେବ। କୌଣସି ବି ପରିସ୍ଥିତିରେ ମୁଁ କେରୀଙ୍କ ଠାରୁ ପରାଜିତ ହେବା ଆଶା ରଖିନାହିଁ। ଏଥିପାଇଁ ୮ରୁ ୧୦ ଘଣ୍ଟା କଠିନ ପରିଶ୍ରମ କରୁଛି। ଦୁଇ ସପ୍ତାହ ପୂର୍ବରୁ ମୁଁ କଠିନ ପ୍ରଶିକ୍ଷଣ ଆରମ୍ଭ କରିଛି। ଏହି ୧୦ ରାଉଣ୍ଡ ବିଶିଷ୍ଟ ବକ୍ସିଂ ଚାମ୍ପିଅନ୍‌ସିପ୍‌ରେ ମୁଁ ଜିତିବାକୁ ପ୍ରାଣପଣେ ଚେଷ୍ଟା କରିବି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos