ଏହି କାରଣ ପାଇଁ ରାତିସାରା କାନ୍ଦିଥିଲେ ବିରାଟ୍ କୋହଲି

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ନାଁ ଯଦି ନିଆଯିବ, ତାହେଲେ ଏଥିରେ ସର୍ବପ୍ରଥମେ ଆସିବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଏକାଧିକ ରେକର୍ଡ ନିଜ ନାଁରେ କରିସାରିଛନ୍ତି। ଟିମ୍ ଇଣ୍ଡିଆରେ ସାମିଲ୍‌ ହେବା ପରେ କୋହଲି ଯେଉଁଭଳି ଭାବେ ଟିମରେ ନିଜ ସ୍ଥାନ ପକ୍କା କଲେ, ତାହା ସମସ୍ତଙ୍କୁ ଜଣା। କିନ୍ତୁ କ୍ୟାରିୟରର ଆରମ୍ଭରେ ତାଙ୍କୁ କେତେ ସଂଘର୍ଷ କରିବାକୁ ପଡ଼ିଥିଲା, ତାହା ହୁଏତ ବହୁତ କମ୍ ଲୋକେ […]

kohli

kohli

Ranjit Kumar Jena
  • Published: Wednesday, 22 April 2020
  • Updated: 22 April 2020, 05:12 PM IST

Sports

Latest News

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଦୁନିଆର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ନାଁ ଯଦି ନିଆଯିବ, ତାହେଲେ ଏଥିରେ ସର୍ବପ୍ରଥମେ ଆସିବେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍‌ କୋହଲି। କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ଏକାଧିକ ରେକର୍ଡ ନିଜ ନାଁରେ କରିସାରିଛନ୍ତି। ଟିମ୍ ଇଣ୍ଡିଆରେ ସାମିଲ୍‌ ହେବା ପରେ କୋହଲି ଯେଉଁଭଳି ଭାବେ ଟିମରେ ନିଜ ସ୍ଥାନ ପକ୍କା କଲେ, ତାହା ସମସ୍ତଙ୍କୁ ଜଣା। କିନ୍ତୁ କ୍ୟାରିୟରର ଆରମ୍ଭରେ ତାଙ୍କୁ କେତେ ସଂଘର୍ଷ କରିବାକୁ ପଡ଼ିଥିଲା, ତାହା ହୁଏତ ବହୁତ କମ୍ ଲୋକେ ଜାଣିଥିବେ। ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିବା ପୂର୍ବରୁ କୋହଲିଙ୍କୁ ଯେତେବେଳେ ରାଜ୍ୟ ଟିମରେ ଚୟନ କରାଗଲା ନାହିଁ, ସେ ରାତିସାରା ଖୁବ୍ କାନ୍ଦି ଥିଲେ।

ଅନଏକାଡେମୀ ପକ୍ଷରୁ ଚାଲିଥିବା ଅନଲାଇନ୍ କ୍ଲାସରେ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସଫଳତା ମିଳିବା ପୂର୍ବରୁ ନିଜ ସଂଘର୍ଷର କାହାଣୀ ବର୍ଣ୍ଣନା କରିଛନ୍ତି। ଏହି ଅନଲାଇନ୍ କ୍ଲାସରେ କୋହଲିଙ୍କୁ ପଚରାଯାଇଥିଲା ଯେ, କେଉଁ ସମୟରେ ଆପଣ ନିଜକୁ ଅସହାୟ ମନେ କରୁଥିଲେ। ଏହାର ଜବାବରେ କୋହଲି କହିଥିଲେ, ୨୦୦୬ରେ ଯେତେବେଳେ ମୁଁ ରାଜ୍ୟ ଟିମ୍ ପାଇଁ ଚୟନ ହୋଇପାରିଲି ନାହିଁ, ମୋତେ ଖୁବ୍ ବାଧିଥିଲା। ଏପରିକି ମୁଁ ରାତି ସାରା କାନ୍ଦିଥିଲି ଏବଂ ମୁଁ ମୋ କୋଚଙ୍କୁ ପଚରାରିଥିଲି ଯେ ଟିମରେ ମୋ ଚୟନ କାହିଁକି ହେଲା ନାହିଁ।

କୋହଲି ଆହୁରି କହିଛନ୍ତି, ମୋର ପ୍ରଦର୍ଶନ ଭଲ ରହିଥିଲା ଏବଂ ରାଜ୍ୟ ଟିମରେ ଚୟନ ହେବା ନେଇ ଆଶାବାଦୀ ଥିଲି। କିନ୍ତୁ ଚୟନକମିଟି ମୋତେ ଅଗ୍ରାହ୍ୟ କରିଦେଇଥିଲେ। କିନ୍ତୁ ମୁଁ ହାର୍ ମାନିନଥିଲି ଏବଂ ନିଜକୁ ଅଧିକ ମଜଭୁତ୍ କରିଥିଲି।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ଡେବ୍ୟୁ ପୂର୍ବରୁ କୋହଲି ୨୦୦୬ରେ ଦିଲ୍ଲୀ ପକ୍ଷରୁ ପଦାର୍ପଣ କରିଥିଲେ। ୨୦୧୭ରେ କୋହଲି ବଲିଉଡ୍ ଅତିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିଥିଲେ। ତେବେ ଅନୁଷ୍କାଙ୍କ ସହ ବିବାହ ପରେ କୋହଲି ସ୍ବଭାବରେ ଅନେକ ପରିବର୍ତ୍ତନ ଆସିଥିଲା। କୋହଲି କହିଛନ୍ତି, ସତ କହିବାକୁ ଗଲେ, ମୁଁ ଯେଉଁ ଧୈର୍ଯ୍ୟ ରଖିବା ଶିଖିଛି, ତାହା ଅନୁଷ୍କାଙ୍କ ସହ ସାକ୍ଷାତ ହେବା ପରେ ସମ୍ଭବ ହୋଇଛି। ମୁଁ ପୂର୍ବରୁ ଅଧିକ ଅଧୈର୍ଯ୍ୟ ଥିଲି ଏବଂ ମୁଁ ଖୁବ୍ ଶୀଘ୍ର ରାଗି ଯାଉଥିଲି। କିନ୍ତୁ ଏବେ ମୁଁ ନିଜକୁ ନିୟନ୍ତ୍ରଣ କରିପାରୁଛି।

କୋହଲି ଟେଷ୍ଟ କ୍ରିକେଟରେ ୮୬ ମ୍ୟାଚରେ ୨୭ ଶତକ ଓ ୨୨ ଅର୍ଦ୍ଧଶତକ ସହ ୭୨୪୦ ରନ୍ କରିଛନ୍ତି।କୋହଲି ପ୍ରଥମଶ୍ରେଣୀ କ୍ରିକେଟରେ ୯୪୮୯ ରନ୍ କରିଛନ୍ତି, ଯେଉଁଥିରେ ୩୪ ଶତକ ସାମିଲ୍ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos