ସେମିଫାଇନାଲ୍ ଲଢ଼େଇ ପୂର୍ବରୁ କ'ଣ କହିଲେ ବିରାଟ୍

ମ୍ୟାଞ୍ଚେଷ୍ଟର୍: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମଙ୍ଗଳବାର ହେବାକୁଥିବା ବିଶ୍ୱକପ୍ ସେମିଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବିଜୟର ଭରସା ଦେଖାଇଛନ୍ତି। କୋହଲି କହିଛନ୍ତି, ଭାରତୀୟ ଟିମ୍ ଆତ୍ମବିଶ୍ୱାସରେ ଭରପୂର ଅଛି। ସେମିଫାଇନାଲ୍ ଭଳି ବଡ଼ ମୁକାବିଲାରେ ଚାପ ରହିବା ସ୍ୱାଭାବିକ, କିନ୍ତୁ ଆମେ ଏଭଳି ଚାପର ଉଚିତ୍ ମୁକାବିଲା କରିପାରିବୁ। ଆମେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ପୂରା ରଣନୀତି ସହ ମଇଦାନକୁ ଓହ୍ଲାଇବୁ। ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୫ ଶତକ ମାରିସାରିଥିବା ରୋହିତ୍ ଶର୍ମାଙ୍କୁ ବିରାଟ୍ ଭୂୟସୀ ପ୍ରଶଂସା […]

virat

virat

Hemant Lenka
  • Published: Monday, 08 July 2019
  • Updated: 08 July 2019, 06:45 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମଙ୍ଗଳବାର ହେବାକୁଥିବା ବିଶ୍ୱକପ୍ ସେମିଫାଇନାଲ୍ ପୂର୍ବରୁ ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବିଜୟର ଭରସା ଦେଖାଇଛନ୍ତି। କୋହଲି କହିଛନ୍ତି, ଭାରତୀୟ ଟିମ୍ ଆତ୍ମବିଶ୍ୱାସରେ ଭରପୂର ଅଛି। ସେମିଫାଇନାଲ୍ ଭଳି ବଡ଼ ମୁକାବିଲାରେ ଚାପ ରହିବା ସ୍ୱାଭାବିକ, କିନ୍ତୁ ଆମେ ଏଭଳି ଚାପର ଉଚିତ୍ ମୁକାବିଲା କରିପାରିବୁ। ଆମେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ପୂରା ରଣନୀତି ସହ ମଇଦାନକୁ ଓହ୍ଲାଇବୁ।

ଟୁର୍ଣ୍ଣାମେଣ୍ଟରେ ଏପର୍ଯ୍ୟନ୍ତ ୫ ଶତକ ମାରିସାରିଥିବା ରୋହିତ୍ ଶର୍ମାଙ୍କୁ ବିରାଟ୍ ଭୂୟସୀ ପ୍ରଶଂସା କରି କହିଛନ୍ତି, ମୋ ମତରେ ରୋହିତ୍ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ୍। ପରବର୍ତ୍ତୀ ମ୍ୟାଚରେ ସେ ଭଲ ପ୍ରଦର୍ଶନ କରିବା ନେଇ ମୁଁ ଆଶାୟୀ ଅଛି। ଟିମ୍ ଇଣ୍ଡିଆର ବୋଲିଂକୁ ନେଇ କୋହଲି କହିଛନ୍ତି, ଭାରତର ବୋଲିଂ ବିଶ୍ୱର ସବୁଠାରୁ ସଫଳ। ଲୋ' ସ୍କୋରିଂ ମ୍ୟାଚରେ ମଧ୍ୟ ଆମେ ଭଲ ବୋଲିଂ କରିଥିଲୁ। ତେବେ ନ୍ୟୁଜିଲ୍ୟାଣ୍ଡ୍ ବୋଲର ମଧ୍ୟ ମଜଭୁତ୍। ତେଣୁ ଭଲ ବୋଲିଂ ଆକ୍ରମଣ ଆଗରେ ଯିଏ ଉନ୍ନତ ଖେଳିବ, ସେହି ଟିମ୍ ଜିତିବ ବୋଲି ବିରାଟ୍ କହିଛନ୍ତି। ଆସନ୍ତୁ ଜାଣିବା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ମ୍ୟାଚକୁ ନେଇ ବିରାଟ୍ ଆଉ କ'ଣ କହିଛନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ରଣନୀତି: ନ୍ୟୁଜିଲ୍ୟାଣ୍ଡର ବୋଲିଂ ଆକାକ୍ ବହୁତ ବାଲାନ୍ସ। ସେମାନଙ୍କ ବିପକ୍ଷରେ ଆମକୁ ଶୃଙ୍ଖଳିତ ପ୍ରଦର୍ଶନ କରିବାକୁ ପଡ଼ିବ। ଏଥିସହ ଆମକୁ ନିର୍ଭୁଲ୍ କ୍ରିକେଟ୍ ଖେଳିବାକୁ ପଡ଼ିବ। ସେମାନଙ୍କ ବୋଲରଙ୍କ ଲାଇନ୍ ଓ ଲେନ୍ଥ ଭଲ ରହିଆସିଛି। ସେମାନେ ବଲକୁ ସଠିକ୍ ସ୍ଥାନରେ ରଖିବାରେ ସଫଳ ହେଉଛନ୍ତି।

ଧୋନିଙ୍କ ସହ ଖେଳିବା ସୌଭାଗ୍ୟର କଥା: ଧୋନି ଭାରତୀୟ କ୍ରିକେଟ୍ ପାଇଁ ଯେଉଁ ଯୋଗଦାନ ଦେଇଛନ୍ତି, ତାହା ଅତୁଳନୀୟ। ମୁଁ ତାଙ୍କ ନେତୃତ୍ୱରେ କ୍ୟାରିୟର ଆରମ୍ଭ କରିଥିଲି। ଧୋନିଙ୍କ ପ୍ରତି ମୋ ଭିତରେ ବହୁତ ସମ୍ମାନ ଅଛି। ସେ ସର୍ବଦା ଖୁସିରେ ରୁହନ୍ତି। ଯେତେବେଳେ ମୁଁ ତାଙ୍କୁ କିଛି ପଚାରେ, ସେ ମୋତେ ଭଲ ପରାମର୍ଶ ଦିଅନ୍ତି। ତାଙ୍କ ସହ ଏତେ ବର୍ଷ ଧରି ଖେଳିଥିବାରୁ ମୁଁ ନିଜକୁ ଭାଗ୍ୟବାନ୍ ମନେ କରୁଛି।

ଟିମର ସବୁ ଖେଳାଳି ଆତ୍ମବିଶ୍ୱାସରେ ଭରପୂର: ଟିମର ସବୁ ଖେଳାଳି ବର୍ତ୍ତମାନ ରିଲାକ୍ସ ଏବଂ ସମସ୍ତଙ୍କ ମନୋବଳ ଊଦ୍ଧ୍ୱର୍ରେ ଅଛି । ଟୁର୍ଣ୍ଣାମେଣ୍ଟରେ ସବୁ ଟିମ୍ କଠିନ ପରିଶ୍ରମ କରୁଛନ୍ତି। ଆମେ ମଧ୍ୟ କିଛି କଠିନ ମ୍ୟାଚ୍ ଖେଳିଛୁ। ତେବେ ସେମିଫାଇନାଲରେ ପହଞ୍ଚିଥିବାରୁ ଆମେ ବହୁତ ଖୁସି। ପରବର୍ତ୍ତୀ ମୁକାବିଲାକୁ ନେଇ ଆମେ ଉତ୍ସାହିତ ଅଛୁ।

ଡିସିସନ୍ ମେକିଂ ଗୁରୁତ୍ୱପୂର୍ଣ୍ଣ: ଲିଗ୍ ମ୍ୟାଚ୍ ଗୁଡ଼ିକରେ ଟିମ୍ ସାମାନ୍ୟ ରିଲାକ୍ସ ହେଉଥିଲା। ନକଆଉଟ୍ ମ୍ୟାଚରେ ଆମ ଉପରେ ଚାପ ରହିବା ସହ ଅଧିକ ସତର୍କ ହେବାକୁ ପଡ଼ିଥାଏ। ନକଆଉଟରେ ଡିସିସନ୍ ମେକିଂ (ନିଷ୍ପତ୍ତି ନେବା) ବେଶ୍ ଗୁରୁତ୍ୱପୂର୍ଣ୍ଣ। ଦୁଇ ଟିମ୍ ପାଖରେ ପ୍ରଚୁର ଅଭିଜ୍ଞତା ରହିଛି। ନ୍ୟୁଜିଲ୍ୟାଣ୍ଡ୍ ଗତ ସଂସ୍କରଣରେ ଫାଇନାଲରେ ପହଞ୍ଚିଥିଲା। ନକଆଉଟ୍ ମ୍ୟାଚ୍ କିପରି ଖେଳିବାକୁ ହୁଏ, ତାହା ସେମାନେ ଭଲଭାବେ ଜାଣିଛନ୍ତି।

ଶତକ ନ ମାରିବାର ଅବଶୋଷ ନାହିଁ: ଚଳିତ ବିଶ୍ୱକପରେ ଶତକ ନମାରିପାରିବା ନେଇ ମୁଁ ଆଦୌ ବ୍ୟଥିତ ନୁହେଁ। ରୋହିତ୍ ଚମତ୍କାର ଖେଳୁଛନ୍ତି ଏବଂ ଇନିଂସ୍ ମଝିରେ ମୋତେ ଭିନ୍ନ ଭୂମିକା ତୁଲାଇବାକୁ ପଡୁଛି। ଟିମରେ ବ୍ୟକ୍ତିଗତ ମାଇଲଖୁଣ୍ଟ ଉପରେ କେହିବି ଫୋକସ୍ କରୁନାହାନ୍ତି। ଏହି ପ୍ରକ୍ରିୟାରେ ରେକର୍ଡ ଆପେ ଆପେ ହୋଇଥାଏ। ମୁଁ ସର୍ବଦା ଟିମ୍ ପାଇଁ ଖେଳିବାକୁ ଚାହୁଁଥିଲି। ଟିମ୍ ପାଇଁ ଦୁଇଟି ମ୍ୟାଚ୍ ବିଜୟୀ ଇନିଂସ୍ ଖେଳିବା ନେଇ ମୁଁ ଆଶାୟୀ ଅଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story