ପାକିସ୍ତାନ କୋଚ୍‌ ପଦବୀରୁ ୱାକର ୟୁନିସ୍‌ଙ୍କ ଇସ୍ତଫା

ଲାହୋର: ପାକିସ୍ତାନ ମୁଖ୍ୟକୋଚ୍‌ ପଦବୀରୁ ସୋମବାର ୱାକାର ୟୁନିସ୍‌ ଇସ୍ତଫା ଦେଇଛନ୍ତି। ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୧୬ର ସୁପର୍‌ ଟେନ୍‌ରୁ ବାଦ ପଡ଼ିବାର ଏକ ସପ୍ତାହ ପରେ ସେ ଆଜି ପାକିସ୍ତାନ ବୋର୍ଡକୁ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି। ଦଳ ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍‌ରୁ ୩ଟି ପରାଜିତ ହୋଇଥିବା ବେଳେ ଏକମାତ୍ର ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଜିତି ଥିଲା। ଭାରତଠାରୁ ହାରିବା ପରେ ଦଳ କଡ଼ା ସମାଲୋଚନାର ଶିକାର ହୋଇଥିଲା। ଗଦ୍ଧାଫି ଷ୍ଟାଡିୟମରେ ଆୟୋଜିତ ଏକ […]

Waqar-Younis

Waqar-Younis

Rakesh Mallick
  • Published: Monday, 04 April 2016
  • Updated: 05 April 2016, 05:23 AM IST

Sports

Latest News

ଲାହୋର: ପାକିସ୍ତାନ ମୁଖ୍ୟକୋଚ୍‌ ପଦବୀରୁ ସୋମବାର ୱାକାର ୟୁନିସ୍‌ ଇସ୍ତଫା ଦେଇଛନ୍ତି। ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୧୬ର ସୁପର୍‌ ଟେନ୍‌ରୁ ବାଦ ପଡ଼ିବାର ଏକ ସପ୍ତାହ ପରେ ସେ ଆଜି ପାକିସ୍ତାନ ବୋର୍ଡକୁ ତାଙ୍କର ଇସ୍ତଫା ପତ୍ର ଦେଇଛନ୍ତି।

ଦଳ ଏହି ଟୁର୍ଣ୍ଣାମେଣ୍ଟରେ ୪ଟି ମ୍ୟାଚ୍‌ରୁ ୩ଟି ପରାଜିତ ହୋଇଥିବା ବେଳେ ଏକମାତ୍ର ମ୍ୟାଚ୍‌ ବାଂଲାଦେଶ ବିପକ୍ଷରେ ଜିତି ଥିଲା। ଭାରତଠାରୁ ହାରିବା ପରେ ଦଳ କଡ଼ା ସମାଲୋଚନାର ଶିକାର ହୋଇଥିଲା।

ଗଦ୍ଧାଫି ଷ୍ଟାଡିୟମରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସେ କହିଛନ୍ତି, “ଏକ ବଡ ହୃଦୟ ସହ ମୁଁ ମୁଖ୍ୟ କୋଚ୍‌ ପଦବୀରୁ ଇସ୍ତଫା ଦେଉଛି। ୨୦୧୫ ବିଶ୍ୱକପ୍‌ରେ ଦଳର ଖରାପ ପ୍ରଦର୍ଶନ ପରେ ମୁଁ ପିସିବିକୁ ଏ ନେଇ କିଛି ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ଉପରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲି। କିନ୍ତୁ ଏହି ରିପୋର୍ଟ ଲିକ୍‌ ହୋଇଥିଲା। ପିସିବି ଏ ନେଇ ପଦକ୍ଷେପ ନ ନେଇ ସମାଲୋଚନା କରିବା ବନ୍ଦ କରିବା ଉଚିତ।’

ଅନ୍ୟପକ୍ଷରେ ଖରାପ ପ୍ରଦର୍ଶନ ପାଇଁ ଖୁବ୍ ସମାଲୋଚିତ ହୋଇଥିବା ଶାହିଦ ଆଫ୍ରିଦି ଗତକାଲି ପାକିସ୍ତାନର ଟି-ଟ୍ୱେଣ୍ଟି ଟିମ୍‌ରୁ ଇସ୍ତଫା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos