ଚାରିମାସ ହେବ ମ୍ୟାଚ୍ ଫି' ପାଇନାହାନ୍ତି ଦୁଇଥରର ବିଶ୍ୱକପ୍ ବିଜେତା ଟିମର ଖେଳାଳି

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କ୍ରିକେଟ୍‌ ଜଗତ ବନ୍ଦ ରହିଛି। ଏହି ସଙ୍କଟ ସମୟରେ ଦୁନିଆର ସବୁ କ୍ରିକେଟର୍ ନିଜ ନିଜର ଘରେ ରହିଛନ୍ତି। କିନ୍ତୁ ୱେଷ୍ଟଇଣ୍ଡିଜ୍ ଟିମର କ୍ରିକେଟରଙ୍କ ବର୍ତ୍ତମାନ କିଛି ବି ଠିକଠାକ୍ ଚାଲିନାହିଁ। ଇଣ୍ଡିଜ୍ କ୍ରିକେଟରଙ୍କୁ ଚଳିତ ବର୍ଷ ଜାନୁଆରୀ ମାସଠାରୁ ସେମାନଙ୍କର ମ୍ୟାଚ୍ ଫି’ ମିଳିନାହିଁ, କାରଣ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ଗତିକରୁଛି। ଅନ୍ୟପକ୍ଷରେ ଇଣ୍ଡିଜ୍ ବୋର୍ଡ ସ୍ୱୀକାର କରିଛି ଯେ ଖେଳାଳିଙ୍କୁ ରିଟେନର୍ ଅର୍ଥରାଶି ପ୍ରଦାନ […]

west-indies

west-indies

Ranjit Kumar Jena
  • Published: Thursday, 23 April 2020
  • Updated: 23 April 2020, 05:39 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ କ୍ରିକେଟ୍‌ ଜଗତ ବନ୍ଦ ରହିଛି। ଏହି ସଙ୍କଟ ସମୟରେ ଦୁନିଆର ସବୁ କ୍ରିକେଟର୍ ନିଜ ନିଜର ଘରେ ରହିଛନ୍ତି। କିନ୍ତୁ ୱେଷ୍ଟଇଣ୍ଡିଜ୍ ଟିମର କ୍ରିକେଟରଙ୍କ ବର୍ତ୍ତମାନ କିଛି ବି ଠିକଠାକ୍ ଚାଲିନାହିଁ। ଇଣ୍ଡିଜ୍ କ୍ରିକେଟରଙ୍କୁ ଚଳିତ ବର୍ଷ ଜାନୁଆରୀ ମାସଠାରୁ ସେମାନଙ୍କର ମ୍ୟାଚ୍ ଫି' ମିଳିନାହିଁ, କାରଣ କ୍ରିକେଟ୍ ୱେଷ୍ଟଇଣ୍ଡିଜ୍ (ସିଡବ୍ଲ୍ୟୁଆଇ) ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ଗତିକରୁଛି। ଅନ୍ୟପକ୍ଷରେ ଇଣ୍ଡିଜ୍ ବୋର୍ଡ ସ୍ୱୀକାର କରିଛି ଯେ ଖେଳାଳିଙ୍କୁ ରିଟେନର୍ ଅର୍ଥରାଶି ପ୍ରଦାନ କରାଯାଇଛି, କିନ୍ତୁ ମ୍ୟାଚ୍ ଫି' ଦିଆଯାଇନାହିଁ।

ସିଡବ୍ଲ୍ୟୁଆଇର ସମ୍ପାଦକ ୱେନ୍ ଲୁଇସ୍ କହିଛନ୍ତି, "ମାସିକ ବେତନ ପ୍ରଦାନ କରାଯାଇଛି। କିନ୍ତୁ ସମସ୍ୟା ଏହି ଯେ ପ୍ରଥମଶ୍ରେଣୀ ପ୍ରତିଯୋଗିତାରେ ରିଟେନ୍ ଖେଳାଳିଙ୍କୁ ଏପର୍ଯ୍ୟନ୍ତ ୮ଟି ରାଉଣ୍ଡର ମ୍ୟାଚ୍ ଫି' ଦିଆଯାଇନାହିଁ।" ରିପୋର୍ଟ ଅନୁଯାୟୀ, ପୁରୁଷ ଟିମକୁ ଜାନୁଆରୀରେ ଆୟର୍ଲ୍ୟାଣ୍ଡ ସିରିଜ୍ (ତିନୋଟି ଦିନିକିଆ ଓ ତିନୋଟି ଟି-୨୦) ଏବଂ ଫେବୃଆରୀ-ମାର୍ଚ୍ଚରେ ଶ୍ରୀଲଙ୍କା ଗସ୍ତ (ତିନି ଦିନିକିଆ ଓ ଦୁଇ ଟି-୨୦) ପାଇଁ ମ୍ୟାଚ୍ ଫି' ଦିଆଯାଇନାହିଁ।

ସେହିପରି ମହିଳା ଖେଳାଳିଙ୍କୁ ଅଷ୍ଟ୍ରେଲିଆରେ ଫେବୃଆରୀ-ମାର୍ଚ୍ଚରେ ଟି-୨୦ ବିଶ୍ୱକପରେ ଖେଳାଯାଇଥିବା ଚାରୋଟି ମ୍ୟାଚର ଫି' ପ୍ରଦାନ କରାଯିବା ବାକି ଅଛି। ତେବେ ଏସବୁ ବକେୟା ପ୍ରାପ୍ୟ ଭବିଷ୍ୟତରେ ପ୍ରଦାନ କରାଯିବ ବୋଲି ସିଡବ୍ଲ୍ୟୁଆଇର ମୁଖ୍ୟ କାର୍ଯ୍ୟକାରୀ ଜନି ଗ୍ରେଭ୍ କହିଛନ୍ତି।

ଗ୍ରେଭ୍ କହିଛନ୍ତି, "କ୍ରିକେଟ୍ ଇଣ୍ଡିଜ୍ ବର୍ତ୍ତମାନ ଆର୍ଥିକ ଭାବେ ସବୁଠାରୁ କଠିନ ସମୟ ଦେଇ ଗତି କରୁଛି। ଏହି ଖେଳାଳିମାନଙ୍କୁ ଆମେ ବକେୟା ପାଉଣା ପ୍ରଦାନ କରିବାକୁ ପ୍ରୟାସ କରୁଛୁ। ୨୦୧୮ରେ ଶ୍ରୀଲଙ୍କା ଓ ବାଂଲାଦେଶ ବିପକ୍ଷ ସିରିଜ୍ ଆୟୋଜନ ବେଳେ ବୋର୍ଡକୁ ବହୁତ କ୍ଷତି ହୋଇଥିଲା। ଏହି ସମୟରେ ଆମକୁ ପ୍ରାୟ ୨୨ ମିଲିୟନ୍ ଆମେରିକୀୟ ଡଲାରର କ୍ଷତି ହୋଇଥିଲା। ତେଣୁ ଏହି କ୍ଷତିକୁ ଭରଣ କରିବା ପାଇଁ କିଛି ସମୟ ଲାଗିବ।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story