ୱେଷ୍ଟଇଣ୍ଡିଜ୍‌ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍

କୋଲକାତା: ଇଂଲଣ୍ଡକୁ ୪ ୱିକେଟ୍‌ରେ ହରାଇ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ୱେଷ୍ଟଇଣ୍ଡିଜ୍‌। ଆଜି କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୫ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍‌ ୬ ୱିକେଟ୍ ହରାଇ ୧୬୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଏହା ସହିତ ଦ୍ୱିତୀୟ ଥର ଏହି କପ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ଇଂଲଣ୍ଡ ଟିମ୍‌ର ଆଶା ଧୂଳିସାତ୍ ହୋଇଯାଇଥିଲା। ମ୍ୟାଚ୍‌ର ରୋମାଞ୍ଚକର ମୁହୂର୍ତ୍ତ […]

wi men team win

wi men team win

Rakesh Mallick
  • Published: Sunday, 03 April 2016
  • Updated: 04 April 2016, 04:03 AM IST

Sports

Latest News

wi men team winକୋଲକାତା: ଇଂଲଣ୍ଡକୁ ୪ ୱିକେଟ୍‌ରେ ହରାଇ ଦ୍ୱିତୀୟ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଚାମ୍ପିଅନ୍ ହୋଇଛି ୱେଷ୍ଟଇଣ୍ଡିଜ୍‌। ଆଜି କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ୧୫୫ ରନ୍ କରିଥିଲା। ୱେଷ୍ଟଇଣ୍ଡିଜ୍‌ ୬ ୱିକେଟ୍ ହରାଇ ୧୬୧ ରନ୍ କରି ମ୍ୟାଚ୍ ଜିତି ନେଇଥିଲା। ଏହା ସହିତ ଦ୍ୱିତୀୟ ଥର ଏହି କପ୍ ହାତେଇବାକୁ ଲକ୍ଷ୍ୟ ରଖିଥିବା ଇଂଲଣ୍ଡ ଟିମ୍‌ର ଆଶା ଧୂଳିସାତ୍ ହୋଇଯାଇଥିଲା।

ମ୍ୟାଚ୍‌ର ରୋମାଞ୍ଚକର ମୁହୂର୍ତ୍ତ ଥିଲା ଶେଷ ଓଭରଟି। ମ୍ୟାଚ୍ ଜିତିବା ପାଇଁ ଶେଷ ଓଭରରେ ୱେଷ୍ଟଇଣ୍ଡିଜ୍‌ ସମ୍ମୁଖରେ ଥିଲା ୧୯ ରନ୍‌। ତେବେ ସବୁ ଆଶଙ୍କାକୁ ଶେଷ କରି ଦେଇଥିଲେ କାର୍ଲୋସ। ପ୍ରଥମ ବଲ୍‌ରେ ସେ ଛକା ମାରିଥିଲେ। ତା’ପରେ ଦ୍ୱିତୀୟ ବଲ୍‌ରେ ପୁଣି ଛକା ମାରିଥିଲେ। ତୃତୀୟ ବଲ୍‌ରେ ବି ମାରି ଥିଲେ ଛକା। ଚତୁର୍ଥ ବଲ୍‌ରେ ପୁଣି ଛକା ମାରି ସେ ମ୍ୟାଚ୍ ଜିତାଇ ଦେଇଥିଲେ।

ଟସ୍ ଜିତି ଇଂଲଣ୍ଡକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା ୱେଷ୍ଟଇଣ୍ଡିଜ୍‌। ଇଂଲଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୫୫ ରନ୍‌ ସଂଗ୍ରହ କରଥିଲା। ଦଳପକ୍ଷରୁ ଜୋ ରୁଟ୍‌ ୫୪ରନ୍‌(୩୬ ବଲ୍‌ ଓ ୭ ଚୌକା), ଜୋସ୍‌ ବଟ୍ଟଲର୍ ୩୬(୨୨ବଲ୍, ୧ଚୌକା ଓ ୩ଟି ଛକା) ଓ ଡାଭିଡ୍‌ ୱିଲି ୨୧ରନ୍‌(୧୪ରନ୍‌, ଗୋଟିଏ ଚୌକା ଓ ୨ଟି ଛକା) କରିଥିଲେ। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ବ୍ରାଭୋ ଓ ଚାର୍ଲୋସ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ସାମୁଏଲ୍‌ ବଦ୍ରି୨ଟି ଓ ଆନ୍ଦ୍ରେ ରସେଲ୍‌ ଗୋଟିଏ ୱିକେଟ୍ ନେଇଥିଲେ।

୧୫୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍‌ ଟିମ୍‌ ମଧ୍ୟ ପ୍ରାରମ୍ଭରୁ ଖରାପ ଖେଳି ଥିଲା। ପୁଣି ଫେଲ୍ ମାରିଥିଲେ ଗେଲ୍। ସେ ମାତ୍ର ୨ଟି ବଲ୍ ଖେଳି ୪ ରନ୍ କରିଥିଲେ। ସେହିପରି ଓପନର୍ ଜନ୍‌ସନ୍ ଚାର୍ଲସ୍ ୭ଟି ବଲ୍‌ରୁ ଏକ ରନ୍ କରି ଆଉଟ୍ ହୋଇଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ମାର୍ଲୋନ୍ ସାମୁଏଲ୍ସ କ୍ରିଜ୍‌ର ଗୋଟିଏ ପାଖ ସମ୍ଭାଳିଥିବା ବେଳେ ଅନ୍ୟ ବ୍ୟାଟ୍ସମ୍ୟାନ୍‌ମାନେ ଜଣେ ପରେ ଜଣେ ଆଉଟ୍ ହୋଇଯାଇଥିଲେ। ଲେଣ୍ଡଲ୍ ସିମୋନ୍ସ ଶୂନରେ ଆଉଟ୍ ହୋଇଥିଲେ। ଡ୍ୱାନେ ବ୍ରାଭୋ ୨୫ ରନ୍ କରି ଆଉଟ୍ ହୋଇଯାଇଥିଲେ। ଆନ୍ଦ୍ରେ ରସେଲ୍ ୧ ଓ ଅଧିନାୟକ ଡାରେନ୍ ସାମି ୨ ରନ୍ କରି ଆଉଟ୍ ହୋଇଥିଲେ। ତେବେ ସାମି ଆଉଟ୍ ହେବା ପରେ କ୍ରିଜ୍‌କୁ ଆସିଥିବା କାର୍ଲୋସ୍ ଭଲ ସହଯୋଗ କରିଥିଲେ ସାମୁଏଲ୍ସଙ୍କୁ । ସାମୁଏଲ୍ସ ୬୬ଟି ବଲ୍‌ରେ ୮୫ ରନ୍ କରିଥିଲେ ଓ ଅପରାଜିତ ରହିଥିଲେ। ତେବେ ମ୍ୟାଚ୍‌ର ଶେଷ ଓଭରରେ ୪ଟି ଛକା ମାରି ମ୍ୟାଚ୍ ଜିତାଇ ହିରୋ ବନି ଯାଇଥିଲେ କାର୍ଲୋସ। ସେ ୧୦ଟି ବଲରୁ ୩୪ ରନ୍ କରି ଅପରାଜିତ ରହିଥିଲେ।

ଏହା ପୂର୍ବରୁ ୨୦୧୨ରେ ୱେଷ୍ଟଇଣ୍ଡିଜ୍ ପ୍ରଥମ ଥର ପାଇଁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଜିତି ଥିଲା। ସେତେବେଳେ ବି ଦଳର ଅଧିନାୟକ ଥିଲେ ଡାରେନ୍ ସାମି।

ମାର୍ଲୋନ୍ ସାମୁଏଲ୍ସଙ୍କୁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’ ଓ ଭାରତର ବିରାଟ କୋହଲିଙ୍କୁ ‘ମ୍ୟାନ୍ ଅଫ୍ ଦି ଟୁର୍ଣ୍ଣାମେଣ୍ଟ’ ଘୋଷଣା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos