ଡବ୍ଲ୍ୟୁଏଫ୍‌ଆଇ କର୍ତ୍ତୃପକ୍ଷ ପଛଘୁଞ୍ଚା ଦେଉଛନ୍ତି: ସୁଶୀଲ

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ଭାରତ ପକ୍ଷରୁ ୭୪  କେଜି ଫ୍ରି ଷ୍ଟାଇଲ ବର୍ଗରେ ପ୍ରତିନିଧିତ୍ୱ କରିବା ନେଇ ନରସିଂହ ଓ ମୋ ଭିତରେ ଏକ ଟ୍ରାଏଲ କରିବା ପ୍ରସଙ୍ଗରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପଛଘୁଞ୍ଚା ଦେଉଛି। ଆଜି ଏହା କହିଛନ୍ତି ଭାରତ ପାଇଁ ଅଲିମ୍ପିକ୍‌ ଦୁଇ ଥର ପଦକ ଜିତିଥିବା ସୁଶୀଲ କୁମାର। ସେ କହିଛନ୍ତି,“ ଟ୍ରାଏଲ କରିବା ନେଇ ନିଜ ସ୍ଥାନରୁ ପଛଘୁଞ୍ଚା ଦେଉଛନ୍ତି  ଡବ୍ଲ୍ୟୁଏଫ୍‌ଆଇ କର୍ତ୍ତୃପକ୍ଷ। ୨୦୧୫ ଜୁଲାଇରେ ଯେତେବେ ଟ୍ରାଏଲ କରାଯାଇଥିଲା […]

Sushil Kumar

Sushil Kumar

Rakesh Mallick
  • Published: Saturday, 21 May 2016
  • Updated: 21 May 2016, 12:02 PM IST

Sports

Latest News

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍‌ରେ ଭାରତ ପକ୍ଷରୁ ୭୪  କେଜି ଫ୍ରି ଷ୍ଟାଇଲ ବର୍ଗରେ ପ୍ରତିନିଧିତ୍ୱ କରିବା ନେଇ ନରସିଂହ ଓ ମୋ ଭିତରେ ଏକ ଟ୍ରାଏଲ କରିବା ପ୍ରସଙ୍ଗରେ ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ପଛଘୁଞ୍ଚା ଦେଉଛି। ଆଜି ଏହା କହିଛନ୍ତି ଭାରତ ପାଇଁ ଅଲିମ୍ପିକ୍‌ ଦୁଇ ଥର ପଦକ ଜିତିଥିବା ସୁଶୀଲ କୁମାର।

ସେ କହିଛନ୍ତି,“ ଟ୍ରାଏଲ କରିବା ନେଇ ନିଜ ସ୍ଥାନରୁ ପଛଘୁଞ୍ଚା ଦେଉଛନ୍ତି  ଡବ୍ଲ୍ୟୁଏଫ୍‌ଆଇ କର୍ତ୍ତୃପକ୍ଷ। ୨୦୧୫ ଜୁଲାଇରେ ଯେତେବେ ଟ୍ରାଏଲ କରାଯାଇଥିଲା ସେହି ସମୟରେ କାନ୍ଧରେ ଆଘାତ କାରଣରୁ ମୁଁ ଭାଗ ନେଇ ପାରି ନ ଥିଲି। ସେତେବେଳେ ଡବ୍ଲ୍ୟୁଏଫ୍‌ଆଇ କହିଥିଲେ ଯଦି ୭୪ କେଜି ବର୍ଗରେ ନରସିଂହ ରିଓ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରିପାରିବେ ତେବେ ଆମ ଦୁହିଁଙ୍କ(ସୁଶୀଲ ଓ ନରସିଂହ) ମଧ୍ୟରେ ଏକ ଟ୍ରାଏଲ ହେବ। କିନ୍ତୁ ଏବେ ଡବ୍ଲ୍ୟୁଏଫ୍‌ଆଇ କର୍ତ୍ତୃପକ୍ଷ ଟ୍ରାଏଲ କରିବା ନେଇ ପଛଘୁଞ୍ଚା ଦେଉଛନ୍ତି। ଯଦି ଟ୍ରାଏଲ ନ କରିବାର ଥିଲା ତେବେ ମତେ ଡବ୍ଲ୍ୟୁଏଫ୍‌ଆଇ ନାସ୍ତିବାଣୀ ଶୁଣେଇ ଦେଇଥାନ୍ତେ। ମୁଁ କଠିନ ପରିଶ୍ରମ କରିଛି, ଆଉ ତାହା ଫଳବତୀ ହେଉ ନାହିଁ। ମତେ ବହୁତ ଦୁଃଖ ଲାଗୁଛି।”

ସେ ଆହୁରି ମଧ୍ୟ କହିଛନ୍ତି ଯେ,“ବିଗତ ଦୁଇଟି ଅଲିମ୍ପିକ୍‌ରେ ମୁଁ ଭାରତ ପାଇଁ ପଦକ ଜିତି ଗୌରବ ଆଣିଛି। ମତେ ଏହି ଟ୍ରାଏଲ ଅନୁଷ୍ଠିତ କରି ଆଉ ଗୋଟିଏ ସୁଯୋଗ ଦିଆଯାଉ। ଥରେ ମୋର ପ୍ରଦର୍ଶନକୁ ଦେଖାଯାଉ। ଯଦି ମୁଁ ଅସଫଳ ହେଲି ତେବେ ମୋର କିଛି କହିବାର ନାହିଁ। କିନ୍ତୁ ମୋର ନିଜ ଉପରେ ବିଶ୍ୱାସ ମୁଁ ନିଶ୍ଚୟ ସଫଳ ହେବି। ମୋର ନରସିଂହଙ୍କ ସହ ସହିତ କୌଶସି ବ୍ୟକ୍ତିଗତ ଶତ୍ରୁତା ନାହିଁ। ସେ ମୋର ଜଣେ ଭଲ ବନ୍ଧୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos