ଫ୍ଲୋରିଡାରେ ହେବ ୨ ଟିକିଆ ଭାରତ-ୱେଷ୍ଟଇଣ୍ଡିଜ୍ ଟି-୨୦ ସିରିଜ୍
ନୂଆଦିଲ୍ଲୀ: ଚଳିତମାସ ୨୭ ଓ ୨୮ ତାରିଖରେ ଆମେରିକାର ଫ୍ଲୋରିଡାରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ ଟିକିଆ ଟି-୨୦ ସିରିଜ୍ ଖେଳାଯିବ। ଏନେଇ ଆଜି ବିସିସିଆଇ ସ୍ୱୀକୃତି ଦେଇଛି। କିନ୍ତୁ ଏଥିପାଇଁ ଉଭୟ ଟିମ୍ ଖେଳାଳି ଲିଷ୍ଟ ଘୋଷଣା କରିନାହାନ୍ତି।
ଏହି ଦୁଇଟି ମ୍ୟାଚ୍ ଆମେରିକାର ଫ୍ଳୋରିଡାରେ ଥିବା ସେଣ୍ଟ୍ରାଲ ବ୍ରୋୱାର୍ଡ ରିଜିଓନାଲ ପାର୍କ ପୋର୍ଟ ଲାଉଡରଡେଲରେ ଖେଳାଯିବ। ଏହି ଦୁଇଟି ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା ୭ଟା ୩୦ରେ ଖେଳାଯିବ।
ଭାରତ ଏବେ ୪ଟିକିଆ ଟେଷ୍ଟ ସିରିଜ୍ ଖେଳିବାକୁ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଅଛି।
ଏଥିପାଇଁ ଖୁବ୍ଶୀଘ୍ର ଦଳ ଘୋଷଣା କରାଯିବ ବୋଲି ବିସିସିଆଇ ସଭାପତି ଅନୁରାଗ ଠାକୁର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।