ରାଜ୍ୟରେ ଅଛନ୍ତି ୪୦ଟି ବାଘ ଓ ୩୧୮ଟି କଲରାପତରିଆ ବାଘ

ଭୁବନେଶ୍ୱର: ଏବେ ରାଜ୍ୟରେ ୪୦ଟି ବାଘ ଓ ୩୧୮ଟି କଲରାପତରିଆ ବାଘ ଅଛନ୍ତି। ରାଜ୍ୟର ୮ଟି ବନମଣ୍ଡଳ ଓ ୪୬ ବନଖଣ୍ଡରେ ବିଭିନ୍ନ ଜଙ୍ଗଲରେ ହୋଇଥିବା ବାଘ ଗଣନା ପରେ ଏହି ତଥ୍ୟ ଦେଇଛି ଜଙ୍ଗଲ ବିଭାଗ। ୪୦ଟି ବାଘ ମଧ୍ୟରୁ ୧୩ଟି ଅଣ୍ଡିରା, ୨୪ଟି ମାଈ ଓ ୩ଟି ଶାବକ ଅଛନ୍ତି। ସେହିପରି ୩୧୮ଟି କଲରାତରିଆ ବାଘ ମଧ୍ୟରୁ ୧୪୪ଟି ଅଣ୍ଡିରା, ୧୫୪ଟି ମାଈ ଓ ୨୦ଟି ଶାବକ ଅଛନ୍ତି। ଏହି ରିପୋର୍ଟ ମୁତାବକ ୪୦ଟି […]

tiger

tiger

Rakesh Mallick
  • Published: Wednesday, 18 May 2016
  • Updated: 18 May 2016, 03:21 PM IST

Sports

Latest News

tigerଭୁବନେଶ୍ୱର: ଏବେ ରାଜ୍ୟରେ ୪୦ଟି ବାଘ ଓ ୩୧୮ଟି କଲରାପତରିଆ ବାଘ ଅଛନ୍ତି। ରାଜ୍ୟର ୮ଟି ବନମଣ୍ଡଳ ଓ ୪୬ ବନଖଣ୍ଡରେ ବିଭିନ୍ନ ଜଙ୍ଗଲରେ ହୋଇଥିବା ବାଘ ଗଣନା ପରେ ଏହି ତଥ୍ୟ ଦେଇଛି ଜଙ୍ଗଲ ବିଭାଗ।

୪୦ଟି ବାଘ ମଧ୍ୟରୁ ୧୩ଟି ଅଣ୍ଡିରା, ୨୪ଟି ମାଈ ଓ ୩ଟି ଶାବକ ଅଛନ୍ତି। ସେହିପରି ୩୧୮ଟି କଲରାତରିଆ ବାଘ ମଧ୍ୟରୁ ୧୪୪ଟି ଅଣ୍ଡିରା, ୧୫୪ଟି ମାଈ ଓ ୨୦ଟି ଶାବକ ଅଛନ୍ତି।

ଏହି ରିପୋର୍ଟ ମୁତାବକ ୪୦ଟି ବାଘ ମଧ୍ୟରୁ ଶିମିଳିପାଳ ବନଖଣ୍ଡରେ ସର୍ବାଧିକ ୨୬ଟି ଅଛନ୍ତି। ସେଥିମଧ୍ୟରୁ ୯ଟି ଅଣ୍ଡିରା ବାଘ ହୋଇଥିବା ବେଳେ ୧୪ଟି ମାଈ ଓ ୩ଟି ଶାବକ। କରଞ୍ଜିଆ ବନଖଣ୍ଡରେ କେବଳ ୩ଟି ମାଈ ବାଘ ଅଛନ୍ତି। କେନ୍ଦୁଝରରେ ଗୋଟିଏ ଅଣ୍ଡିରା ଓ ୨ଟି ମାଈ ବାଘ ଅଛନ୍ତି। ସୁନାବେଡ଼ା ବନଖଣ୍ଡରେ ୪ଟି ବାଘ ଅଛନ୍ତି। ସେଥିରୁ ଗୋଟିଏ ଅଣ୍ଡିରା ଓ ୩ଟି ମାଈ। ଖରିଆରରେ ଗୋଟିଏ ମାତ୍ର ଅଣ୍ଡିରା ବାଘ ଅଛି। ସାତକୋଶିଆରେ ଥିବା ମୋଟ ଦୁଇଟି ବାଘ ମଧ୍ୟରୁ ଗୋଟିଏ ମାଇ ଓ ଗୋଟିଏ ଅଣ୍ଡିରା। ସୁନ୍ଦରଗଡ଼ ବନଖଣ୍ଡରେ କେବଳ ଗୋଟିଏ ମାଈ ବାଘ ଅଛି।

ଶିମିଳିପାଳରେ ୩ଟି କଳା ରଙ୍ଗର ବାଘ ଠାବ କରାଯାଇଛି। ଟ୍ରାପ୍‌ କ୍ୟାମେରାରେ ଗୋଟିଏ ମାଈ ଓ ୨ଟି ଅଣ୍ଡିରା କଳା ବାଘ ଦୃଷ୍ଟି ଗୋଚର ହୋଇଛନ୍ତି।

ସମଗ୍ର ରାଜ୍ୟରେ ବାଘ ଓ କଲରାପତରିଆ ବାଘ ସଂଖ୍ୟାର ଆକଳନ କରିବା ନିମନ୍ତେ ୮ଟି ବନମଣ୍ଡଳ ଓ ୪୬ଟି ବନଖଣ୍ଡରେ ଏକା ସଙ୍ଗେ ଗତ ଫେବ୍ରୁଆରୀ ୫ ରୁ ୧୦ ତାରିଖ ଯାଏଁ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥି ନିମନ୍ତେ ୨୦,୧୪୭ ପାଦ ଚିହ୍ନ ପଟିକା (ପଗ୍ ଇମ୍ପ୍ରେସନ୍ ପ୍ୟାଡ୍/ପିଆଇପି) ଏବଂ ୪୪୮ଟି ଟ୍ରାପ୍ କ୍ୟାମେରା ବ୍ୟବହାର କରାଯାଇଥିଲା। କେବଳ ଶିମିଳିପାଳରେ ୩୧୫ଟି ଟ୍ରାପ୍ କ୍ୟାମେରା ବ୍ୟବହାର କରାଯାଇଥିଲା। ଶିମିଳିପାଳରେ ଥିବା ବ୍ୟାଘ୍ର ସଂଖ୍ୟାକୁ ଦୃଷ୍ଟିରେ ରଖି ସେଠାରେ ପୁଣି ଥରେ ଏପ୍ରିଲ୍‌ ୧୭ରୁ ୩୦ ତାରିଖ ମଧ୍ୟରେ ବାଘ ଗଣନା କରାଯାଇଥିଲା। ଏଥିରେ ୧୧,୩୭୦ ପିଆଇପି ଓ ୪୨୦ ଗୋଟି ଟ୍ରାପ୍ କ୍ୟାମେରା ବ୍ୟବହାର କରାଯାଇଥିଲା।

ସୁନାବେଡ଼ା ବନଖଣ୍ଡରେ ବ୍ୟାଘ୍ର ଗଣନା ପାଇଁ ଟ୍ରାପ୍ କ୍ୟାମେରା ବ୍ୟବହାର କରାଯାଇ ନ ଥିଲା।

ସମଗ୍ର ରାଜ୍ୟର ବାଘ ଓ କଲରାପତରିଆ ବାଘ ସଂଖ୍ୟାର ଆକଳନ ପ୍ରକ୍ରିୟାରୁ ମିଳିଥିବା ସୂଚନାକୁ ପୂର୍ବତନ ପ୍ରାଦେଶିକ ମୁଖ୍ୟ ବନ ସଂରକ୍ଷକ ଅନୁପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ କମିଟି ମାର୍ଚ୍ଚ ୧୧ରୁ ମାର୍ଚ୍ଚ ୧୨ ମଧ୍ୟରେ ତର୍ଜମା କରିଥିଲେ। ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଶିମିଳିପାଳରେ ହୋଇଥିବା ବ୍ୟାଘ୍ର ସଂଖ୍ୟା ଆକଳନର ତଥ୍ୟକୁ ଅତିରିକ୍ତ ମୁଖ୍ୟ ବନସଂରକ୍ଷକ ଶିଶିର କୁମାର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ବୈଷୟିକ କମିଟି ତର୍ଜମା କରିଥିଲା।

ସୂଚନାଯୋଗ୍ୟ, ପୂର୍ବରୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ) କେବଳ ଶିମିଳିପାଳରେ ବାଘ ଗଣନା କରି ସମଗ୍ର ଓଡ଼ିଶାରେ ବାଘ ସଂଖ୍ୟା କମିଥିବା କହିଥିଲା। ୨୦୦୬ରେ ରାଜ୍ୟରେ ୪୫ଟି ବାଘ ଥିବା ବେଳେ ୨୦୧୦ରେ ୩୨ଟି ଓ ୨୦୧୪ରେ ଏହା ୨୮କୁ ଖସି ଆସିଥିବା ଦର୍ଶାଇଥିଲା। ତେବେ ରାଜ୍ୟ ସରକାର ଏହି ତଥ୍ୟକୁ ଗ୍ରହଣ କରି ନ ଥିଲେ। ଦ୍ୱନ୍ଦ୍ୱ ଦୂର ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଚଳିତବର୍ଷ ବାଘ ଗଣନା କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story