୫ବର୍ଷରେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ଖର୍ଚ୍ଚ ହେବ ୩୫ହଜାର କୋଟି ଟଙ୍କା: ମୁଖ୍ୟମନ୍ତ୍ରୀ

ବରଗଡ: ୫ବର୍ଷରେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ କୃଷି କ୍ଷେତ୍ରରେ କେବଳ ୮୦ ପ୍ରତିଶତ ଖର୍ଚ୍ଚ ହେବ। ଜଳସେଚନ ଲାଗି ପଶ୍ଚିମ ଓଡ଼ିଶାରେ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ବରଗଡଜିଲ୍ଲା ସୋହେଲାରେ ଆୟୋଜିତ ବିଜେଡି ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମରୁଡି ଅଞ୍ଚଳର ଚାଷୀଙ୍କୁ ଧାନ ଦରରେ ଅତିରିକ୍ତ ସହାୟତା ପ୍ରଦାନ କରାଯିବ। ଧାନ ବିକ୍ରିରେ କୁଇଣ୍ଟାଲ ପିଛା […]

cm5

cm5

Rakesh Mallick
  • Published: Thursday, 19 November 2015
  • Updated: 20 November 2015, 11:42 AM IST

Sports

Latest News

cm3ବରଗଡ: ୫ବର୍ଷରେ ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ୩୫ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏଥିରୁ କୃଷି କ୍ଷେତ୍ରରେ କେବଳ ୮୦ ପ୍ରତିଶତ ଖର୍ଚ୍ଚ ହେବ। ଜଳସେଚନ ଲାଗି ପଶ୍ଚିମ ଓଡ଼ିଶାରେ ୮ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଆଜି ବରଗଡଜିଲ୍ଲା ସୋହେଲାରେ ଆୟୋଜିତ ବିଜେଡି ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମରୁଡି ଅଞ୍ଚଳର ଚାଷୀଙ୍କୁ ଧାନ ଦରରେ ଅତିରିକ୍ତ ସହାୟତା ପ୍ରଦାନ କରାଯିବ। ଧାନ ବିକ୍ରିରେ କୁଇଣ୍ଟାଲ ପିଛା ୧୦୦ ଟଙ୍କା ମରୁଡି ସହାୟତା ଚାଷୀ ପାଇବେ। ବର୍ତ୍ତମାନ ମରୁଡି ଅଞ୍ଚଳର ଚାଷୀଙ୍କୁ ୧ ପ୍ରତିଶତର ଫସଲ ଋଣ ଯୋଗାଇ ଦିଆଯିବ। ସେହିପରି ଆସନ୍ତା ମାର୍ଚ୍ଚ ପର୍ଯ୍ୟନ୍ତ ଫସଲ ଋଣ ଆଦାୟକୁ ବନ୍ଦ ରଖାଯିବା ସହ ପୁନର୍ବାର ଋଣ ପ୍ରଦାନ ଅବଧିକୁ ୩ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏସବୁ ଖର୍ଚ୍ଚ ରାଜ୍ୟ ସରକାର ନିଜ ପାଣ୍ଠିରୁ ବହନ କରିବେ ବୋଲି ନବୀନ କହିଛନ୍ତି।

ବିଜେଡି ସରକାର ଚାଷୀଙ୍କ ସହ ରହିଆସିଛି ଓ ଆଗକୁ ରହିବ। ବିରୋଧୀ ଚାଷୀଙ୍କ ଦୁଃଖକୁ ନେଇ ରାଜନୀତି ବନ୍ଦ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ବରଗଡରେ ଅଙ୍ଗ ନଦୀ ଉପରେ ୧୫୦୦ କୋଟି ଟଙ୍କାରେ ଓ ଜିରା ନଦୀ ଉପରେ ୩୦୦ କୋଟି ଟଙ୍କାରେ ଦୁଇଟି ଜଳସେଚନ ପ୍ରକଳ୍ପ କରାଯିବ। ଏହାଦ୍ୱାରା ଜିଲ୍ଲାରେ ମରୁଡି ସ୍ଥିତିକୁ ମୁକାବିଲା କରାଯାଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଓଡ଼ିଶା ସମେତ ଦେଶର ବହୁ ରାଜ୍ୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି। ହେଲେ କେନ୍ଦ୍ର ସରକାର ଟଙ୍କାଟିଏ ବି ଦେଇନାହାନ୍ତି। ଚାଷୀଙ୍କ ସମସ୍ୟା ଉପରେ ରାଜ୍ୟ ସରକାର ନଜର ରଖିଛନ୍ତି। କେନ୍ଦ୍ର ନ ଦେଲେ ବି ରାଜ୍ୟ ସରକାର ୧୦୦୦ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଫସଲହାନି ଅଞ୍ଚଳରେ ଜଳକର ଛାଡ କରାଯାଇଛି। ରବି ଚାଷ ଲାଗି ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବାକୁ ବ୍ୟବସ୍ଥା କରାଯାଇଛି। ମହାଜନୀ କାରବାର ଉପରେ ଆଙ୍କୁଶ ଲଗାଯିବାକୁ ଦୃଢ ପଦକ୍ଷେପ ନିଆଯିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମେତ ସମାବେଶରେ ୭ ମନ୍ତ୍ରୀ, ୫ ସାଂସଦ ଓ ୮ ବିଧାୟକ ଯୋଗ ଦେଇଥିଲେ। ଏହାସହ ହଜାର ହଜାର ଚାଷୀ ସମାବେଶରେ ସାମିଲ ହୋଇଥିଲେ। ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ ନବୀନ ପଟ୍ଟନାୟକ ଚାଷୀଙ୍କ ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ।

ସମାବେଶରେ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ବିରୋଧୀ ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ପ୍ରେସ ମିଟି ପରେ ପ୍ରେସ ମିଟ କରିଦେଲେ ଚାଷୀ ସମସ୍ୟାର ସମାଧାନ ହୋଇଯିବ ନାହିଁ। ବିରୋଧୀ ମରୁଡି ଓ ଚାଷୀ ମୃତ୍ୟୁକୁ ନେଇ ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି।

କଂଗ୍ରେସର ଯୁବ ନେତା ପ୍ରଦୀପ ମାଝି କହିଛନ୍ତି ଯେ ଏହା ବିଜେଡିର ଚାଷୀ ସମାବେଶ ନୁହଁ, କର୍ମୀ ସମ୍ମିଳନୀ। ଚାଷୀଙ୍କ ପ୍ରତି ବିଜେଡିର ଆନ୍ତରିକତା ନାହିଁ। ଏହା କେବଳ ଦଳର ଶକ୍ତି ପ୍ରଦର୍ଶନ।

ବିଜେପି ବରିଷ୍ଠ ନେତା ବିଜୟ ମହାପାତ୍ର କହିଛନ୍ତି, ଆମେ ୧୨ଟି ଜିଲ୍ଲା ବୁଲିଛୁ। ମୁଖ୍ୟମନ୍ତ୍ରୀ କେଉଁ କେଉଁ ଜିଲ୍ଲାକୁ ଯାଇଛନ୍ତି। କେତେ ଚାଷୀଙ୍କୁ ଭେଟିଛନ୍ତି ଓ କେତେ ଚାଷଜମି ପରିଦର୍ଶନ କରିଛନ୍ତି ଆଗ କୁହନ୍ତୁ। ପରେ ବିରୋଧୀଙ୍କ ଉପରେ ଦୋଷ ଲଦିବେ। ହେଲିକପ୍ଟରରେ ଯାଇ ସମାବେଶ କରିଦେଲେ ଚାଷୀଙ୍କ ସମସ୍ୟାର ସମାଧାନ ହୋଇଯିବ ନାହିଁ ବୋଲି ସେ କହିଛନ୍ତି। ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ଯେ ସୋହେଲାରେ ବିଜେଡିର ସମାବେଶ ଚାଷୀ ବିରୋଧୀ।

ଆଜି ବରଗଡ଼ରେ ବିଜେଡି ଚାଷୀ ସମାବେଶ ପୂର୍ବରୁ ପୋଲିସ୍ ବିଶୃଙ୍ଖଳା ଆଶଙ୍କାରେ  ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ସମେତ ଶତାଧିକ କର୍ମୀଙ୍କୁ ଅଟକ ରଖିଥିଲା। ସେହିପରି ପୂର୍ବତନ କଂଗ୍ରେସ ବିଧାୟକ ନିହାର ମହାନନ୍ଦ, ସୁଧୁ ନେପାକ ଏବଂ କୃଷକ ନେତା ଲିଙ୍ଗରାଜଙ୍କୁ ପୋଲିସ ଅଟକ ରଖିଥିଲା।

ସମାବେଶକୁ ଗଲେନି କୃଷି, ସମବାୟ ଓ ରାଜସ୍ୱ ମନ୍ତ୍ରୀ

ଆଜିର ଏହି ସମାବେଶରେ ଯୋଗ ଦେଇ ନଥିଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ସମବାୟ ମନ୍ତ୍ରୀ ଦାମୋଦର ରାଉତ ଓ ରାଜସ୍ୱ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ଏମାନଙ୍କୁ ସମାବେଶକୁ ଡକା ଯାଇ ନ ଥିଲା। କୃଷି ମନ୍ତ୍ରୀଙ୍କର ଆଜି ପୁରୀରେ ଏକ କାର୍ଯ୍ୟକ୍ରମ ଥିଲା। ତେବେ ସେ ତାହାକୁ ବାତିଲ କରି ଦେଇଥିଲେ। କଟକର ଏକ କାର୍ଯ୍ୟକ୍ରମକୁ ବି ବାତିଲ କରି ଦେଇଥିଲେ। ପିପିଲି ଫାର୍ମ ହାଉସରୁ ସେ ବାହାରି ନ ଥିଲେ କି ସୋହେଲା ଚାଷୀ ସମାବେଶ ନେଇ ମୁହଁ ଖୋଲି ନ ଥିଲେ। ସମବାୟ ମନ୍ତ୍ରୀ ଦାମୋଦର ରାଉତ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମବାୟ ସପ୍ତାହ ପାଳନ ଅବସରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମ। ସେ କହିଥିଲେ ଯେ ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ସେ ଚାଷୀ ସମାବେଶ କରି ଫେରିବା ପରେ ସମବାୟ ବିଭାଗର ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଛନ୍ତି। ଏଠି ବି ଚାଷୀଙ୍କୁ ଭେଟିବେ। ଏହି ସବୁ ସ୍ଥାନକୁ ସେ ଭୋଜି ଖାଇବାକୁ ଯାଇ ନ ଥିଲେ। ଅନ୍ୟପକ୍ଷରେ ବିଜୟଶ୍ରୀ ରାଉତରାୟ ଏ ସଂପର୍କରେ ଆଦୌ ମୁହଁ ଖୋଲି ନାହାନ୍ତି। ସେ କିଛି କହିବାକୁ ମନା କରି ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story