୨୪ ଘଣ୍ଟିଆ ବସ୍‌ ଧର୍ମଘଟ: ୧୮ ହଜାର ବସ୍‌ ସାମିଲ

ଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଦୁର୍ଘଟଣା ଘଟିଥିବା ଘରୋଇ ବସ୍‌ର ମାଲିକଙ୍କୁ ଗିରଫ ପ୍ରତିବାଦରେ ଆଜି ରାଜ୍ୟରେ ୨୪ ଘଣ୍ଟିଆ ବସ୍‌ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ। ୨୯ ତାରିଖ ସକାଳ ସାଢ଼େ ୬ରୁ ୩୦ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହି ଧର୍ମଘଟରେ ରାଜ୍ୟର ୧୮,୦୦୦ ବସ୍‌ ସାମିଲ ହୋଇଛନ୍ତି। ବସ୍‌ ଧର୍ମଘଟ ଯୋଗୁଁ ବଲାଙ୍ଗିର ସହରରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବସ୍‌ ମାଲିକମାନେ […]

bus

bus

Rakesh Mallick
  • Published: Thursday, 29 September 2016
  • Updated: 29 September 2016, 05:56 PM IST

Sports

Latest News

baramunda-busଭୁବନେଶ୍ୱର: ଅନୁଗୋଳ ଜିଲ୍ଲା ଆଠମଲ୍ଲିକରେ ଦୁର୍ଘଟଣା ଘଟିଥିବା ଘରୋଇ ବସ୍‌ର ମାଲିକଙ୍କୁ ଗିରଫ ପ୍ରତିବାଦରେ ଆଜି ରାଜ୍ୟରେ ୨୪ ଘଣ୍ଟିଆ ବସ୍‌ ଧର୍ମଘଟ ଡାକରା ଦେଇଛି ଓଡ଼ିଶା ଘରୋଇ ବସ୍‌ ମାଲିକ ସଂଘ। ୨୯ ତାରିଖ ସକାଳ ସାଢ଼େ ୬ରୁ ୩୦ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବନ୍ଦ ରହିବ। ଏହି ଧର୍ମଘଟରେ ରାଜ୍ୟର ୧୮,୦୦୦ ବସ୍‌ ସାମିଲ ହୋଇଛନ୍ତି।

ବସ୍‌ ଧର୍ମଘଟ ଯୋଗୁଁ ବଲାଙ୍ଗିର ସହରରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବସ୍‌ ମାଲିକମାନେ କଳାବ୍ୟାଜ୍ ପିନ୍ଧି ଧାରଣାରେ ବସିଛନ୍ତି। ସେହିପରି ବସ୍‌ ମାଲିକଙ୍କୁ ସମର୍ଥନ କରି ସହରରେ ଟ୍ୟାକ୍ସି ଓ ଅଟୋ ଚଳାଚଳ ମଧ୍ୟ ବନ୍ଦ ରହିଛି। ଫଳରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଜୟପୁର ସହରରେ ମଧ୍ୟ ବସ୍‌ ଧର୍ମଘଟର ପ୍ରଭାବ ଦେଖିବାକୁ ମିଳିଛି।

ସେହିପରି ରାୟଗଡ଼ା ଜିଲ୍ଲା ଗୁଣପୁରରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବସ୍‌ ଚଳାଚଳ କରୁ ନ ଥିବାରୁ ଯାତ୍ରୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଧର୍ମଘଟରେ ସୁବର୍ଣ୍ଣପୁର ବସ୍‌ ମାଲିକ ସଂଘ ସାମିଲ ହୋଇଛି। ବସ୍‌ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହେଉଛନ୍ତି।

ଗିରଫ ବସ୍‌ ମାଲିକଙ୍କୁ ଛଡ଼ା ନ ଗଲେ ଅକ୍ଟୋବର ୭ ତାରିଖରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧର୍ମଘଟ କରାଯିବ ବୋଲି ସଂଘ ପୂର୍ବରୁ ଚେତାବନୀ ଦେଇଛି।

ବସ୍‌ ଧର୍ମଘଟର ସମସ୍ୟାର ସମାଧାନ ଲାଗି ପରିବହନ ମନ୍ତ୍ରୀ ରମେଶ ମାଝି ଆଜି ଦିନ ୧ଟା୩୦ ମିନିଟ୍‌ରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ।  ବୈଠକ ଶେଷ ହେବା ପରେ ମନ୍ତ୍ରୀ କହିଛନ୍ତି,“ବସ୍‌ ମାଲିକଙ୍କ ସହ ଆଲୋଚନା ସକାରାତ୍ମକ ରହିଛି। ବସ୍‌ ଧର୍ମଘଟ ପ୍ରତ୍ୟାହାର କରିବା ପାଇଁ ସଂଘକୁ ଅନୁରୋଧ କରିଛୁ। ବସ୍‌ ମାଲିକଙ୍କ ଗିରଫଦାରୀ ଓ କୋର୍ଟ ପ୍ରସଙ୍ଗରେ ଆଲୋଚନା ହୋଇଛି। ଆମେ ଆଶା କରିଛୁ ସଂଘ ଧର୍ମଘଟରୁ ଓହରିବ।”

ବସ୍‌ ମାଲିକ ସଂଘ ସଭାପତି ପ୍ରକାଶ ମିଶ୍ର କହିଛନ୍ତି,“ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିଛି। ବସ୍‌ କର୍ମକର୍ତ୍ତାଙ୍କ ସହ ଆଲୋଚନା ପରେ ଆମେ ଧର୍ମଘଟରୁ ଓହରିବୁ କି ନାହିଁ ନିଷ୍ପତ୍ତି ନେବୁ।”

ଏହି ଆଲୋଚନାରେ ବସ୍‌ ମାଲିକ ସଂଘ, ପରିବହନ ସଚିବ, ପୋଲିସ ଡିଚି ଓ ଯୋଗାଣ ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗତ ୯ ତାରିଖରେ ଆଠମଲ୍ଲିକ ମାଣିତ୍ରୀ ପୋଲ ଉପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବସ୍‌ର ମାଲିକ ଋଷଭ ତ୍ରିପାଠୀଙ୍କ ଗିରଫଦାରୀକୁ ବିରୋଧ କରି ଗତ ୨୬ ତାରିଖରେ ବସ୍ ମାଲିକ ସଂଘର କର୍ମକର୍ତ୍ତାମାନେ କଳାବ୍ୟାଜ୍ ପିନ୍ଧିଥିଲେ। ଏପରିକି ପରିବହନ ମନ୍ତ୍ରୀ ରମେଶ ମାଝିଙ୍କୁ ଭେଟି ଗିରଫଦାରୀକୁ ବିରୋଧ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story