ଅନୁଗୋଳ: ବେପରୁଆ ଗାଡ଼ି ଚାଳନା ଦୁର୍ଘଟଣାର କାରଣ

ଅନୁଗୋଳ: ଏନ୍‌ଏଚ୍‌-୫୫ର ତୁକୁଡାଠାରେ ପୋଲ ତଳକୁ ବସ୍‌ ଖସି ୬ ଜଣଙ୍କ ମୃତ୍ୟୁ ଘଟିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବେପରୁଆ ଗାଡ଼ି ଚାଳନା ପାଇଁ ବସ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିବା ତଦନ୍ତ କମିଟି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି। ଦୁର୍ଘଟଣାର ତଦନ୍ତ ପାଇଁ ଗତକାଲି ୩ ଜଣିଆ କମିଟି ଗଠନ କରାଯାଇଥିଲା। ଏଥିରେ ଅନୁଗୋଳ ଉପଜିଲ୍ଲାପାଳ, ଏସ୍‌ଡିପିଓ ଓ ଆରଟିଓ ସଦସ୍ୟ ଥିଲେ। ଘଟଣାର ତଦନ୍ତ କରି ଆଜି ରିପୋର୍ଟ ଦେବାକୁ ଅନୁଗୋଳ […]

an4

an4

Rakesh Mallick
  • Published: Wednesday, 26 October 2016
  • Updated: 26 October 2016, 08:31 PM IST

Sports

Latest News

an2ଅନୁଗୋଳ: ଏନ୍‌ଏଚ୍‌-୫୫ର ତୁକୁଡାଠାରେ ପୋଲ ତଳକୁ ବସ୍‌ ଖସି ୬ ଜଣଙ୍କ ମୃତ୍ୟୁ ଘଟିବା ଘଟଣାର ତଦନ୍ତ ରିପୋର୍ଟ ଆସିଛି। ବେପରୁଆ ଗାଡ଼ି ଚାଳନା ପାଇଁ ବସ୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିବା ତଦନ୍ତ କମିଟି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

ଦୁର୍ଘଟଣାର ତଦନ୍ତ ପାଇଁ ଗତକାଲି ୩ ଜଣିଆ କମିଟି ଗଠନ କରାଯାଇଥିଲା। ଏଥିରେ ଅନୁଗୋଳ ଉପଜିଲ୍ଲାପାଳ, ଏସ୍‌ଡିପିଓ ଓ ଆରଟିଓ ସଦସ୍ୟ ଥିଲେ। ଘଟଣାର ତଦନ୍ତ କରି ଆଜି ରିପୋର୍ଟ ଦେବାକୁ ଅନୁଗୋଳ ଜିଲ୍ଲାପାଳ ଅନୀଲ କୁମାର ସାମଲ କମିଟିକୁ ନିର୍ଦ୍ଦେଶ ଦେଇଥିଲେ। ଆଜି ତଦନ୍ତକାରୀ କମିଟି ଜିଲ୍ଲାପାଳଙ୍କୁ ତାଙ୍କ ତଦନ୍ତ ରିପୋର୍ଟ ପ୍ରଦାନ କରିଥିଲେ।

ଜିଲ୍ଲାପାଳ ସାମଲ କହିଛନ୍ତି,“ଡ୍ରାଇଭର ବେପରୁଆ ଭାବେ ଦ୍ରୁତଗତିରେ ଗାଡି ଚଳାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଗାଡିରେ କ୍ଷମତାଠାରୁ ଅଧିକ ଯାତ୍ରୀ ଥିଲେ। ଗାଡ଼ିରେ ୪୬ ଯାତ୍ରୀ ଯିବାର କ୍ଷମତା ଥିବା ବେଳେ ୬୯ ଜଣ ଲୋକ ଯାତ୍ରା କରୁଥିଲେ।”

ତଦନ୍ତ ରିପୋର୍ଟରେ ବାଇକ୍‌ ଆରୋହୀଙ୍କର ମଧ୍ୟ ଭୁଲ ରହିଥିବା ଦର୍ଶା ଯାଇଛି।

ପରିବହନ ମନ୍ତ୍ରୀ ରମେଶ ମାଝି କହିଛନ୍ତି,“ବସ୍‌ରେ କ୍ଷମତାଠାରୁ ଅଧିକ ଯାତ୍ରୀ ନେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବସ୍‌ରେ କେତେ ଯାତ୍ରୀ ବସିକି ଯିବେ ଓ କେତେ ଯାତ୍ରୀ ଛିଡାହୋଇ ଯାଇପାରିବେ ତାହାର ସୂଚନା ରହିବ। ତା’ଠାରୁ ଅଧିକ ଯାତ୍ରୀ ଥିଲେ ଟୋଲ୍‌ ଫ୍ରି ନମ୍ବରକୁ ଫୋନ କଲେ ଉକ୍ତ ବସ୍‌ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ଗତକାଲି ଘରୋଇ ବସ୍‌ ‘ଜହ୍ନମାମୁ’ ବସ୍‌ ଅନୁଗୋଳରୁ ଆଠମଲ୍ଲିକ ଯାଉଥିବା ବେଳେ ତୁଡୁକା ନିକଟ ପୋଲ ଉପରେ ଦୁର୍ଘଟଣା ଘଟିଥିଲା। ଜଣେ ବାଇକ୍‌ ଚାଳକଙ୍କୁ ସାଇଡ ଦେଉଥିବା ବେଳେ ବସ୍‌ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇବାରୁ ବସ୍‌ଟି ପୋଲ ତଳକୁ ଖସି ପଡିଥିଲା। ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକ ବଡ଼ ମେଡିକାଲରେ ଆଉ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ୩୨ ଜଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କୁ ୨ ଲକ୍ଷ ଲେଖାଏଁ ଟଙ୍କାର ସହାୟତା ରାଶି ଦିଆଯିବ ବୋଲି ଘୋଷଣା କରିଥିଲେ। ଏହାସହ ଆହତଙ୍କ ଚିକିତ୍ସା ମାଗଣାରେ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story