ସଂପର୍କୀୟ ମାମୁଙ୍କ ନାରକୀୟ କାଣ୍ଡ: ଶେଷରେ ପ୍ରାଣ ହାରିଲେ ଅର୍ଦ୍ଧଦଗ୍ଧ ନାବାଳିକା

ରାଉରକେଲା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ମଧୁପୁର ଗାଁରେ ଯେଉଁ ନାବାଳିକାକୁ ପୋଡ଼ି ହତ୍ୟା ଉଦ୍ୟମ କରାଯାଇଥିଲା ଆଜି ଭୋର ପ୍ରାୟ ୪ଟାରେ ତାଙ୍କର ମୃତ୍ୟୁ ଘଟିଛି। ରାଉରକେଲାର ଆଇଜିଏଚ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଉରକେଲା ଏଡିଏମ୍ ମନିଷା ବାନାର୍ଜୀ ଓ କ୍ରାଇମ୍‌ବ୍ରାଞ୍ଚର ତିନି ଜଣିଆ ଟିମ୍ ମଧ୍ୟ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ତାଙ୍କ ଶବକୁ ତାଙ୍କ ଗାଁକୁ ନେଇ ଯିବାକୁ […]

kalahandi

kalahandi

Rakesh Mallick
  • Published: Tuesday, 17 January 2017
  • Updated: 17 January 2017, 04:02 PM IST

Sports

Latest News

ରାଉରକେଲା: କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ମଧୁପୁର ଗାଁରେ ଯେଉଁ ନାବାଳିକାକୁ ପୋଡ଼ି ହତ୍ୟା ଉଦ୍ୟମ କରାଯାଇଥିଲା ଆଜି ଭୋର ପ୍ରାୟ ୪ଟାରେ ତାଙ୍କର ମୃତ୍ୟୁ ଘଟିଛି। ରାଉରକେଲାର ଆଇଜିଏଚ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ମୃତ୍ୟୁ ଖବର ପାଇବା ପରେ ରାଉରକେଲା ଏଡିଏମ୍ ମନିଷା ବାନାର୍ଜୀ ଓ କ୍ରାଇମ୍‌ବ୍ରାଞ୍ଚର ତିନି ଜଣିଆ ଟିମ୍ ମଧ୍ୟ ହସ୍‌ପିଟାଲ୍‌ରେ ପହଞ୍ଚିଥିଲେ ଓ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ। ତାଙ୍କ ଶବକୁ ତାଙ୍କ ଗାଁକୁ ନେଇ ଯିବାକୁ ପ୍ରଶାସନ ପକ୍ଷରୁ ମାଗଣାରେ ଏକ ଗାଡ଼ି ଯୋଗାଇ ଦିଆଯିବା ସହିତ ବାଟଖର୍ଚ୍ଚ ବାବଦକୁ ରେଡକ୍ରସ୍ ପାଣ୍ଠିରୁ ୨୦୦୦ ଟଙ୍କା ଦିଆଯାଇଥିଲା। ଦୋଷୀମାନଙ୍କୁ ଫାଶି ଦେବା ପାଇଁ ନାବାଳିକାଙ୍କ ପରିବାର ଲୋକେ ଦାବି କରିଛନ୍ତି।

ଏହି ଘଟଣାର ଗିରଫ ଅଭିଯୁକ୍ତ ବୁଲୁ ଦାସ ଏବଂ ନାବାଳକ ଜଣଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଏଡିଜେ କୋର୍ଟରେ ଆବେଦନ କରିଥିଲା। ଏହାର ବିଚାର କରି କୋର୍ଟ ଉଭୟଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚକୁ ଅନୁମତି ଦେଇଛନ୍ତି।

କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ଏ ଘଟଣାରେ ଦୁଃଖପ୍ରକାଶ କରିବା ସହିତ ମୃତ ନାବାଳିକାର ପରିବାରକୁ ୧୦ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି।

କମେଣ୍ଟ୍ ମରାକୁ କେନ୍ଦ୍ର କରି ଗତ ୧୧ ତାରିଖ ସନ୍ଧ୍ୟାରେ ଏହି ନାବାଳିକାଙ୍କୁ  ତାଙ୍କ ସଂପର୍କୀୟ ମାମୁ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଭବାନୀପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରାଉରକେଲା ସ୍ଥିତ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଥିଲା।

ନର୍ଲା ଥାନା ପୋଲିସ୍ ଏହି ମାମଲାରେ ପୀଡ଼ିତାଙ୍କ ସଂପର୍କୀୟ ମାମୁ ବୁଲୁ ଦାସ ଓ ତାର ସହଯୋଗୀ ସାନ ସାହୁ ସମେତ ୬ ଜଣଙ୍କୁ ଗିରଫ କରିଛି। ଅନ୍ୟମାନେ ହେଉଛନ୍ତି ବୁଲୁ ଓ ସାନର ବାପାମା’। ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। କ୍ରାଇମ୍‌ବ୍ରାଞ୍ଚ ପୀଡ଼ିତାଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ମଧ୍ୟ ରେକର୍ଡ କରିଛି।

ଅଭିଯୋଗ ଅନୁଯାୟୀ, ଘଟଣା ଦିନ ନାବାଳିକା ଜଣଙ୍କ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ବୁଲୁ ଓ ସାନ ତାଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ୍ କରିଥିଲେ। ସେ ସେଠାରୁ ଫେରି ଆସି ତାଙ୍କ ମା’ଙ୍କୁ ସବୁ କଥା କହିଥିଲା। ତାଙ୍କ ମା’ ବୁଲୁ ଓ ସାନଙ୍କୁ ଏ ବିଷୟରେ ପଚାରିଥିଲେ। ତେବେ ସେମାନେ ଓଲଟି ତାଙ୍କୁ ଧମକ ଦେଇଥିଲେ ଓ ପାଟି ଖୋଲିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ଏପରିକି ସାନର ମା’ ମଧ୍ୟ ଆମକୁ ଧମକଚମକ ଦେଇଥିଲା। ସେଦିନ ସନ୍ଧ୍ୟା ପ୍ରାୟ ୬ଟା ବେଳେ ଝିଅଟିର ବାପାମା’ ଘରେ ନ ଥିବା ବେଳେ ସାନ ଓ ବୁଲୁ ଘରେ ପଶି ତା’ର ପାଟି ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story