ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ବରଗଡ଼: ବିଜେପୁର ଉପନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଥିବା ବେଳେ ସେଠାରେ ପିସି କାରବାର ହେଉଥିବା ଅଭିଯୋଗ କରିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ।</p> <p>ପ୍ରଦୀପ ପୁରୋହିତ କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ପିସି କାରବାର ବନ୍ଦ କରାଯିବା କଥା କହୁଥିବା ବେଳେ ବିଜେପୁରରେ ବିଭିନ୍ନ ବିକାଶମୂଳକ କାମରେ ପିସି କାରବାର ହେଉଛି। ଉପନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବରପାଲି, ବିଜେପୁର ଓ ଗାଇସିଲଟ ବ୍ଲକକୁ ସ୍ୱତନ୍ତ୍ର ସମସ୍ୟା ପାଣ୍ଠି, ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଓ ପଞ୍ଚାୟତିରାଜ ବିଭାଗ ପକ୍ଷରୁ କୋଟିକୋଟି ଟଙ୍କା ପ୍ରଦାନ କରୁଛନ୍ତି। କିନ୍ତୁ ସେଥିରୁ ୨୦ରୁ ୨୨ ପ୍ରତିଶତ ଅର୍ଥ ପିସି ବାବଦରେ କଟାଯାଉଛି। ସାହସ ଥିଲେ ମୁଖ୍ୟମନ୍ତ୍ରୀ ଏହାର ତଦନ୍ତ କରନ୍ତୁ।”</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।