ନବୀନଙ୍କ ଉପରେ ଅନାସ୍ଥା ଓ ମୋଦିଙ୍କ ପ୍ରତି ଆସ୍ଥା ଦେଖାଇଛନ୍ତି ଓଡ଼ିଶାବାସୀ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଉପରେ ଅନାସ୍ଥା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ଫଳାଫଳ କରିଥିବା ପରିପ୍ରେକ୍ଷୀରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି। ଧର୍ମେନ୍ଦ୍ର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନ ନେଇ କହିଛନ୍ତି,“ଲମ୍ବା ସମୟର ଏକ ଅପାରଗ ବ୍ୟବସ୍ଥା ତଥା ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଓ ଗରିବ ବିରୋଧୀ […]

dharmendra

dharmendra

Rakesh Mallick
  • Published: Saturday, 18 February 2017
  • Updated: 18 February 2017, 11:53 AM IST

Sports

Latest News

ଭୁବନେଶ୍ୱର: ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ଉପରେ ଅନାସ୍ଥା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ବୋଲି ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଚଳିତ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ଫଳାଫଳ କରିଥିବା ପରିପ୍ରେକ୍ଷୀରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି।

ଧର୍ମେନ୍ଦ୍ର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନ ନେଇ କହିଛନ୍ତି,“ଲମ୍ବା ସମୟର ଏକ ଅପାରଗ ବ୍ୟବସ୍ଥା ତଥା ଭ୍ରଷ୍ଟ, ଦୁର୍ନୀତିଗ୍ରସ୍ତ ଓ ଗରିବ ବିରୋଧୀ ଶାସନ ଉପରେ ଓଡ଼ିଶାର ସାଧାରଣ ଲୋକେ ଅନାସ୍ଥା ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲ୍ୟାଣକାରୀ ଯୋଜନା, କଳାଟଙ୍କା ଓ ଦୁର୍ନୀତି ବିରୋଧୀ ଲଢ଼େଇ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ମତଦାନରେ ବି ଏହି ଟ୍ରେଣ୍ଡ୍ ଜାରି ରହିବ।”

୩ଟି ପର୍ଯ୍ୟାୟ ମତଦାନରେ ବିଜେପି ପାଖାପାଖି ୧୮୭ଟି ଜିଲ୍ଲା ପରିଷଦ ଜୋନ୍‌ରେ ବିଜୟୀ ହୋଇଥିବା ବେଳେ ଏଥିପାଇଁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସବୁ ପର୍ଯ୍ୟାୟ ମତଦାନ ସରିବା ପରେ ବିଜେଡି ହିଁ ଏକ ନମ୍ବର ରହିବ ବୋଲି ବିଜେଡି ନେତାମାନେ ଦେଉଥିବା ମନ୍ତବ୍ୟକୁ ଧର୍ମେନ୍ଦ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି,“ପ୍ରଜାତନ୍ତ୍ରରେ ଯେଉଁମାନେ ଅହଂକାର ଦେଖାନ୍ତି, ସେମାନଙ୍କୁ ଲୋକେ ବାଛି ବାଛି ଦଣ୍ଡ ଦିଅନ୍ତୁ।”

ବିଜେଡି ଉଦ୍ଦେଶ୍ୟରେ ସେ କହିଛନ୍ତି,“ବିଜେପିକୁ କିଛି ନେତା ଡେଙ୍ଗୁ ବୋଲି କହୁଥିଲେ। ସେମାନଙ୍କୁ ମ୍ୟାଲେରିଆ ଓ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ ପୀଡ଼ିତ ମାଲକାନଗିରି ଜିଲ୍ଲାବାସୀ ଠିକଣା ଜବାବ ଦେଇଛନ୍ତି।”

ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ବିଜେଡି ମୁଖପାତ୍ର ଶଶିଭୂଷଣ ବେହେରା କହିଛନ୍ତି,“ରାଜ୍ୟ ବିଜେପି କେତେ ଅସହାୟ ତାହା ସମୀକ୍ଷା କରୁ। କେନ୍ଦ୍ରରୁ ଏକାଧିକ ମନ୍ତ୍ରୀ ଆସି ନିର୍ବାଚନ ପ୍ରଚାର କରିଛନ୍ତି। ପଡ଼ୋଶୀ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଆଣି ମଧ୍ୟ ପ୍ରଚାରରେ ସାମିଲ କରିଛି। ତେଣୁ ଉଲ୍ଲାସିତ ହେବାର କିଛି ନାହିଁ। ବିଜେଡି ଏକ ନମ୍ବର ଥିଲା, ରହିଛି ଓ ରହିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story