ମନ୍ତ୍ରିମଣ୍ଡଳ ଅଦଳବଦଳ ସମ୍ଭାବନା ବଢ଼ାଇଲେ ମୁଖ୍ୟମନ୍ତ୍ରୀ, ଧୈର୍ଯ୍ୟ ରଖିବାକୁ ଗଣମାଧ୍ୟମକୁ କହିଲେ

ଭୁବନେଶ୍ୱର: ରାଜ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ ପୁଣି ସମ୍ଭାବନା ବଢ଼ାଇଲେ ମୁଖ୍ୟମନ୍ତ୍ରୀ। ଅାଜି ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ନବୀନ କହିଥିଲେ,‘ଧୈର୍ଯ୍ୟ ରଖନ୍ତୁ। ଖୁବଶୀଘ୍ର ଏ ବିଷୟରେ ଜାଣିପାରିବେ।’

ଅଦଳବଦଳ ସମ୍ଭାବନା ବଢ଼ିବା ପରେ  ନବୀନଙ୍କ ନୂଅା ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଚର୍ଚ୍ଚା ବି ବଢ଼ି ଯାଇଛି।

ତେବେ ଦଳରେ ଷଡ଼ଯନ୍ତ୍ର ଚାଲିଥିବା ନେଇ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ମନ୍ତବ୍ୟ ଉପରେ ମତ ରଖି ମୁଖ୍ୟମନ୍ତ୍ରୀ କହିଥିଲେ,“ସେ କଥା ଠିକ୍ ବୋଲି ମୁଁ ଭାବୁ ନାହିଁ।”