କଟକରେ ଜଣ୍ଡିସ୍ ସ୍ଥିତି ଅସମ୍ଭାଳ: ୪୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

କଟକ: କଟକରେ ଜଣ୍ଡିସ୍‌ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିଲେ ବି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୧୦ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି। ଏହି ୩ ଜଣଙ୍କୁ ମିଶାଇ ରୋଗୀଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ପ୍ରଥମେ ଯୋବ୍ରା ନୂଆସାହିରେ ଦେଖା ଦେଇଥିବା ଜଣ୍ଡିସ୍‌ ତଳସାହି, ମଝିସାହି, ନଦୀକୂଳ ସାହି ଓ ଟିଣକଟା […]

cuttack

cuttack

Rakesh Mallick
  • Published: Monday, 28 March 2016
  • Updated: 28 March 2016, 03:00 PM IST

କଟକ: କଟକରେ ଜଣ୍ଡିସ୍‌ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସଂକ୍ରମଣ ରୋକିବାକୁ ସବୁ ପ୍ରକାର ପଦକ୍ଷେପ ନିଆଯାଉଥିଲେ ବି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ୧୦ଜଣ ଜଣ୍ଡିସ ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୩ ଜଣ ଚିହ୍ନଟ ହୋଇଛନ୍ତି। ଏହି ୩ ଜଣଙ୍କୁ ମିଶାଇ ରୋଗୀଙ୍କ ସଂଖ୍ୟା ୪୦ରେ ପହଞ୍ଚିଛି। ପ୍ରଥମେ ଯୋବ୍ରା ନୂଆସାହିରେ ଦେଖା ଦେଇଥିବା ଜଣ୍ଡିସ୍‌ ତଳସାହି, ମଝିସାହି, ନଦୀକୂଳ ସାହି ଓ ଟିଣକଟା ସାହିକୁ ବ୍ୟାପିଲାଣି।

କଟକ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଉଛି। ପ୍ରଭାବିତ ଅଞ୍ଚଳରେ ୨୪ଟି ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉଛି। ଏହାବାଦ୍‌ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ଘରକୁ ଘର ବୁଲି କ୍ଲୋରିନ୍‌ ବଟିକା ବାଣ୍ଟୁଛନ୍ତି। ୨୦ଟି ସ୍ୱାର୍ଡ ଗଠନ କରି ଲୋକଙ୍କୁ ସଚେତନ କରାଯାଉଛି। ଜଣ୍ଡିସ୍‌ ବ୍ୟାପିବାର କାରଣ ଜାଣିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜଳ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସାହିରୁ ୧୨ଟି ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଆସନ୍ତାକାଲି ଏହାର ରିପୋର୍ଟ ଆସିବା ପରେ ଜଣ୍ଡିସ୍‌ ବ୍ୟାପିବାର ସତ୍ୟାସତ୍ୟ ଜଣାପଡିବ।

ସ୍ଥାନୀୟ ବାସିନ୍ଦା ଅମ୍ବିକା ପ୍ରସାଦ ସାମଲ କହିଛନ୍ତି, “ସରକାରଙ୍କ ଉଦାସୀନତା ଓ ଅବହେଳା ଅଞ୍ଚଳରେ ଜଣ୍ଡିସ ବ୍ୟାପିବା ପାଇଁ ଦାୟୀ। ଅଞ୍ଚଳରେ ଯେଉଁ ପାଇପ୍‌ ଲାଇନ୍‌ ବିଛାଯାଇଛି, ସେଗୁଡିକ ଡ୍ରେନ୍‌ ଭିତରେ ଆସିଛି। କେଉଁଠାରେ ପାଇପ୍‌ ଲିକ୍‌ ହୋଇଗଲେ ଡ୍ରେନପାଣି ପାଇପରେ ଆସି ସଂକ୍ରମଣ ସୃଷ୍ଟି କରୁଛି।”

ସ୍ଥାନୀୟ ବାସିନ୍ଦା ଶ୍ରୀମନ୍ତ ଦାସ କହିଛନ୍ତି, “ସାହିରେ ପରିସ୍ଥିତି ଗମ୍ଭୀର ରହିଛି। ଜଣ୍ଡିସ୍‌ କମିବ କ’ଣ ବଢିବାରେ ଲାଗିଛି। ଯେତେଦିନ ପର୍ଯ୍ୟନ୍ତ ଦୂଷିତ ପାଣିର ବ୍ୟବସ୍ଥା କରା ନ ଯାଇଛି ସେତେଦିନ ପର୍ଯ୍ୟନ୍ତ ଜଣ୍ଡିସ କମିବା ପରି ଦେଖାଯାଉନାହିଁ। ପ୍ରଶାସନର ସ୍ଥାଣୁତା ଏଥିପାଇଁ ଦାୟୀ। ଗତବର୍ଷ ଏସବୁ ପାଇପ୍ ବଦଳା ଯିବା କଥା। ହେଲେ ଆଜି ପର୍ଯ୍ୟନ୍ତ ବଦଳା ଯାଇନାହିଁ।”

କଟକ ସିଡିଏମ୍‌ଓ ପ୍ରଫୁଲ ବେହେରା କହିଛନ୍ତି, “ମୁଖ୍ୟତଃ ଦୂଷିତ ଜଳ ଯୋଗୁଁ କଟକରେ ଜଣ୍ଡିସ୍‌ ରୋଗ ବ୍ୟାପିବାରେ ଲାଗିଛି। ଯେଉଁଠି ପାଇକ୍‌ ଲିକ୍‌ ହେଉଛି ସେଠାରେ ମରାମତି କରାଯିବା ସହ ପୁରୁଣା ପାଇପ୍‌ ବଦଳା ଯାଉଛି। ମାଗଣାରେ ସ୍ୱାସ୍ଥ୍ୟ ପରୀକ୍ଷାର ବ୍ୟବସ୍ଥା କରାଯାଇଛି। ସ୍ଥାନୀୟ ବାସିନ୍ଦାଙ୍କୁ ଅନୁରୋଧ କରୁଛି ସେମାନେ ଡାକ୍ତରଖାନା ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନିଅନ୍ତୁ।”

କଟକ ଜଳଯୋଗାଣ ବିଭାଗ ଏସ୍‌ଡିଓ ଭବାନୀ ମହାନ୍ତି କହିଛନ୍ତି, “ଆମେ ଲୋକଙ୍କଠାରୁ ଅଭିଯୋଗ ପାଇବା ମାତ୍ରେ ହିଁ ଘର ଘର ବୁଲି ପାଇପ୍‌ ଟେଷ୍ଟ କରୁଛୁ। ମାଟି ତଳେ ଯେଉଁଠି ପାଇପ୍‌ ଫାଟିଛି ତାହାର ମରାମତି କରାଯାଉଛି। ଏହାସହ ଜିଲ୍ଲା ପ୍ରଶାସନ, ସିଏମ୍‌ସି ଓ ସିଡିଏମ୍‌ଓଙ୍କ ପକ୍ଷରୁ କଟକ ସହରରେ ସଚେତନତା ସୃଷ୍ଟି ପାଇଁ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story