ମା’ଙ୍କ ଭସାଣି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର

କଟକ/ଭୁବନେଶ୍ୱର: ୫ଦିନ ବ୍ୟାପୀ ଧରାପୃଷ୍ଠରେ ଭକ୍ତଙ୍କୁ ଆଶୀର୍ବାଦ ଦେବା ପରେ ଜଗତଜନନୀ ମା’ ଦୁର୍ଗା ଆଜି ମେଲାଣି ନେଇଛନ୍ତି। ମା’ଙ୍କ ଭସାଣି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି। ଐତିହାସିକ କଟକ ସହର ସମେତ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ରାଉରକେଲା ସମେତ ସାରା ରାଜ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପାରମ୍ପରିକ ବାଦ୍ୟ ସହ ଶଙ୍ଖ, ଘଣ୍ଟ, ନୃତ୍ୟ ଓ ଡିଜେରେ ଗଗନ ପବନ ପ୍ରକମ୍ପିତ ହେଉଛି। କଟକ ସହରରେ ଉତ୍ସାହ ଓ ଉଦ୍ଦିପନାର […]

b4

b4

Rakesh Mallick
  • Published: Wednesday, 12 October 2016
  • Updated: 12 October 2016, 10:17 PM IST

Sports

Latest News

b4କଟକ/ଭୁବନେଶ୍ୱର: ୫ଦିନ ବ୍ୟାପୀ ଧରାପୃଷ୍ଠରେ ଭକ୍ତଙ୍କୁ ଆଶୀର୍ବାଦ ଦେବା ପରେ ଜଗତଜନନୀ ମା’ ଦୁର୍ଗା ଆଜି ମେଲାଣି ନେଇଛନ୍ତି। ମା’ଙ୍କ ଭସାଣି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇଉଠିଛି। ଐତିହାସିକ କଟକ ସହର ସମେତ ରାଜଧାନୀ ଭୁବନେଶ୍ୱର, ବାଲେଶ୍ୱର, ଅନୁଗୋଳ, ରାଉରକେଲା ସମେତ ସାରା ରାଜ୍ୟରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି। ପାରମ୍ପରିକ ବାଦ୍ୟ ସହ ଶଙ୍ଖ, ଘଣ୍ଟ, ନୃତ୍ୟ ଓ ଡିଜେରେ ଗଗନ ପବନ ପ୍ରକମ୍ପିତ ହେଉଛି।

bକଟକ ସହରରେ ଉତ୍ସାହ ଓ ଉଦ୍ଦିପନାର ସହ ମା’ଙ୍କୁ ଭସାଣି ଚାଲିଛି। ସକାଳ ୮ଟାରୁ ମା’ଙ୍କ ଭସାଣି ଉତ୍ସବ ଆରମ୍ଭ ହୋଇଛି। ମେଢ଼ ଗୁଡିକୁ ସାହି ପରିକ୍ରମା କରି ମୁଖ୍ୟ ରାସ୍ତାକୁ ଆସିବା ପରେ କଲେଜ ଛକ, ମଙ୍ଗଳାବାଗ, ବକ୍ସିବଜାର ଓ ଚୌଧୁରୀ ବଜାର ଦେଇ ଦେବୀଗଡ଼ା ଘାଟକୁ ନିଆଯାଉଛି।

ଚଳିତବର୍ଷ କଟକ ସହରରେ ଭସାଣି ଉତ୍ସବର ମୁଖ୍ୟ ଆକର୍ଷଣ ହେଉଛି ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି। ଉରୀ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ବୀର ଯବାନଙ୍କ ଆତ୍ମାର ସଦଗତି କାମନା କରି ଶୋଭାଯାତ୍ରାରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।

b2ସହରରେ ୧୫୬ଟି ମେଢ଼ କରାଯାଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ୪୦ରୁ ଅଧିକ ମେଢ଼ର ବିସର୍ଜନ ସରିଛି। ଆଜି ରାତି ତମାମ ମା’ଙ୍କ ବିସର୍ଜନ ଚାଲିବ।

b1ରାଜଧାନୀର ଦୃଶ୍ୟ ବି ବେଶ ରଙ୍ଗୀନ ରହିଛି। ପାରମ୍ପରିକ ବାଦ୍ୟ ସହ ଡିଜେର ତାଳେ ତାଳେ ଶ୍ରଦ୍ଧାଳୁ ସାମିଲ ହୋଇଛନ୍ତି ମା’ଙ୍କ ଭସାଣି ଶୋଭାଯାତ୍ରାରେ। ରାଜଧାନୀର ୧୭୨ଟି ପୂଜା ମଣ୍ଡପରେ ମା’ଙ୍କ ପୂଜା କରାଯାଇଛି। ସମସ୍ତ ମେଢ଼କୁ ସହିଦନଗର, ନୟାପଲ୍ଲୀ ଓ ଚନ୍ଦ୍ରଶେଖରପୁର ମେଲଣ ପଡିଆକୁ ନିଆଯାଇଛି। ସେଠାରୁ ମେଢ଼ ଗୁଡିକ ଶୋଭାଯାତ୍ରାରେ କୁଆଖାଇ, ଟଙ୍କପାଣି ରୋଡ଼ ଏବଂ ଦୟା ନଦୀରେ ନିର୍ମାଣ ହୋଇଥିବା ଅସ୍ଥାୟୀ ପୋଖରୀକୁ ନିଆଯାଇ ବିସର୍ଜନ କରାଯିବ। ଟ୍ରାଫିକ ସମସ୍ୟାର ନିୟନ୍ତ୍ରଣ ପାଇଁ ରୁଟ୍‌ଚାଟ୍‌ କରାଯାଇଛି।

ଷ୍ଟଲ୍‌ ସିଟି ରାଉରକେଲାରେ ମଧ୍ୟ ଆନନ୍ଦ ଉଦ୍ଦିପନାର ସହ ମା’ଙ୍କ ଭସାଣି ଚାଲିଛି। ଚଳିତବର୍ଷ ସହରରେ ୧୦୪ଟି ମଣ୍ଡପରେ ମା’ଙ୍କ ପୂଜା କରାଯାଇଥିଲା। ଆଜି ୯୫ଟି ମେଢ଼ ବିସର୍ଜନ ହୋଇଛନ୍ତି। ଆସନ୍ତା ଶୁକ୍ରବାର ଅନ୍ୟ ମେଢ଼ ଗୁଡିକର ବିସର୍ଜନ କରାଯିବ।

b3ଭସାଣି ପାଇଁ ବାଲେଶ୍ୱର ସହର ଉତ୍ସବ ମୁଖର ହୋଇ ଯାଇଛି। ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଆଧୁନିକ ଗୀତର ତାଳେ ତାଳେ ଶ୍ରଦ୍ଧାଳୁମାନେ ମା’ଙ୍କ ଭସାଣି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି। ସହରରେ ଚଳିତବର୍ଷ ୭୫ଟି ମଣ୍ଡପରେ ମା’ଙ୍କ ପୂଜା କରାଯାଇଥିଲା। ସମସ୍ତ ମେଢ଼କୁ ବୁଢ଼ାବଳଙ୍ଗ ନଦୀର ଲୁଣିଆଯୋଡ଼ି ଓ ବାଲିଘାଟ ନିକଟରେ ବିସର୍ଜନ କରାଯାଉଛି।

b5ରେଶମ ସହର ବ୍ରହ୍ମପୁରରେ ମଧ୍ୟ ମା’ଙ୍କ ଭସାଣିକୁ ନେଇ ଉତ୍ସାହ କିଛି କମ ନାହିଁ। ମେଢ଼ ଗୁଡିକୁ ଶୋଭାଯାତ୍ରାରେ ନିଆଯାଇ ଆଗୁଳାବନ୍ଧ, ଆମ୍ବବଜାର ଓ ଫାଷ୍ଟଗେଟ୍‌ ନିକଟରେ ନିର୍ମିତ ଅସ୍ଥାୟୀ ଜଳାଶୟରେ ବିସର୍ଜନ କରାଯାଉଛି।

ଶାନ୍ତିଶୃଙ୍ଖଳାର ସହ ଭଦ୍ରକରେ ସରିଛି ମା’ଙ୍କ ଭସାଣି ଉତ୍ସବ। ସହରର ବାଙ୍ଗବାସୁକୀ, ଗାନ୍ଧିପଡ଼ିଆ ବାଇପାସ, ଜାନୁଗଞ୍ଜ, ଲଖା, ଚରମ୍ପା ଆଦି ସ୍ଥାନରେ ୨୦ରୁ ଅଧିକ ମେଢ଼କୁ ସାଳନ୍ଦୀ ନଦୀରେ ବିସର୍ଜନ କରାଯାଇଛି।

b6ଅନୁଗୋଲରେ ମହା ସମାରୋହରେ ଚାଲିଛି ମା’ଙ୍କ ଭସାଣି। ଦୁର୍ଗାଶଙ୍କର, ହେମସରପଡ଼ା, ଅମଲାପଡ଼ା, ଶିମିଳିପଡ଼ା, ହୁଲୁରିସିଂହା ପୂଜା କମିଟିର ମେଢ଼ ବିସର୍ଜନ ପାଇଁ ଶୋଭାଯାତ୍ରାରେ ଯାଉଛନ୍ତି।

ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ଉତ୍ସାହର ସହ ମା’ଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହୋଇଛି। ମା’ଙ୍କ ମୂର୍ତ୍ତି ଗୁଡିକୁ ସହର ପରିକ୍ରମା କରାଯିବା ପରେ ବିଭିନ୍ନ ଜଳାଶୟରେ ବିସର୍ଜନ କରାଯାଇଛି।

b7ଜଟଣୀରେ ହୋଇଥିବା ୭ଟି ମେଢ଼ରୁ ୫ଟିର ଆଜି ବିସର୍ଜନ କରାଯାଇଛି। ହରପାର୍ବତୀଙ୍କ ୨ଟି ମେଢ଼ ଆସନ୍ତା ଶୁକ୍ରବାର ବିସର୍ଜନ କରାଯିବ। ସେସୁ କାର୍ଯ୍ୟାଳୟ ନିକଟ ପଥର ଖାଦାନରେ ନିର୍ମିତ ଅସ୍ଥାୟୀ ପୋଖରୀରେ ମା’ଙ୍କୁ ବିସର୍ଜନ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story