ମରୁଡ଼ି ନେଇ ରାଜ୍ୟ ସରକାର ଦେଇଥିବା ରିପୋର୍ଟର ସତ୍ୟତା ରହିଛି: କେନ୍ଦ୍ରୀୟ ଟିମ୍

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ନେଇ ସରକାର ଦେଇଥିବା ରିପୋର୍ଟରେ ସତ୍ୟତା ରହିଛି। ରାଜ୍ୟର କିଛି କିଛି ସ୍ଥାନରେ ୮୦ ପ୍ରତିଶତ ଧାନ ଫସଲ ନଷ୍ଟ ହୋଇଯାଇଛି। ଦୁଇ ଦିନ ଧରି ମରୁଡ଼ି ସ୍ଥିତି ଅନୁଧ୍ୟାନ କରିଥିବା ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଶନିବାର ଏହି କଥା କହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଏହି ପ୍ରତିନିଧି ଦଳର ମୁଖ୍ୟ ତଥା କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ କେ.ଏସ୍ ଶ୍ରୀନିବାସ କହିଛନ୍ତି ଯେ ସେମାନେ […]

central team1

central team1

Rakesh Mallick
  • Published: Saturday, 05 December 2015
  • Updated: 05 December 2015, 04:03 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ନେଇ ସରକାର ଦେଇଥିବା ରିପୋର୍ଟରେ ସତ୍ୟତା ରହିଛି। ରାଜ୍ୟର କିଛି କିଛି ସ୍ଥାନରେ ୮୦ ପ୍ରତିଶତ ଧାନ ଫସଲ ନଷ୍ଟ ହୋଇଯାଇଛି। ଦୁଇ ଦିନ ଧରି ମରୁଡ଼ି ସ୍ଥିତି ଅନୁଧ୍ୟାନ କରିଥିବା ୧୦ ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଶନିବାର ଏହି କଥା କହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ପରେ ଏହି ପ୍ରତିନିଧି ଦଳର ମୁଖ୍ୟ ତଥା କୃଷି ମନ୍ତ୍ରଣାଳୟର ଯୁଗ୍ମ ସଚିବ କେ.ଏସ୍ ଶ୍ରୀନିବାସ କହିଛନ୍ତି ଯେ ସେମାନେ ଦୁଇ ଦିନ ଧରି ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। କିଛି ସ୍ଥାନରେ ବ୍ୟାପକ ଭାବେ ଫସଲ ନଷ୍ଟ ହୋଇଛି। ଏହି ସ୍ଥାନଗୁଡ଼ିକରୁ ଆଦୌ ଫସଲ ଅମଳ ହୋଇପାରିବ ନାହିଁ। ବିଶେଷ କରି ଧାନ ଫସଲ ଅଧିକ ମାତ୍ରାରେ ପ୍ରଭାବିତ ହୋଇଛି।  କିଛି କିଛି ସ୍ଥାନରେ ୮୦ ପ୍ରତିଶତ ପର୍ଯ୍ୟନ୍ତ ଫସଲ ନଷ୍ଟ ହୋଇଛି। ଏତାଦୃଶ ଦେଖିବା ପରେ ତାଙ୍କ ଟିମର ଅନୁଭବ ହୋଇଛି ଯେ କ୍ଷତିପୂରଣ ନଦେଲେ ଚାଷୀଙ୍କ ପାଇଁ ବଞ୍ଚିବା କଷ୍ଟକର ହୋଇପଡ଼ିବ। ତାଙ୍କ ଟିମ୍ ସପ୍ତାହେରୁ ୨ ସପ୍ତାହ ମଧ୍ୟରେ କୃଷି ମନ୍ତ୍ରଣାଳୟକୁ ରିପୋର୍ଟ ହସ୍ତାନ୍ତର କରିବ।

ସେ ଆହୁରି ମଧ୍ୟ କହିଥିଲେ ଯେ ଜଳସେଚନ ବ୍ୟବସ୍ଥାକୁ ଦୃଢ଼ କରିବା ପାଇଁ ତାଙ୍କ ଟିମ୍ ରାଜ୍ୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛି। ରାଜ୍ୟରେ ମାଇକ୍ରୋ ଇରିଗେସନ୍ ଓ ସିଞ୍ଚନ ପ୍ରକ୍ରିୟାରେ ଜଳସେଚନ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି। ସିଞ୍ଚନ ପ୍ରକ୍ରିୟାରେ ଜଳସେଚନ ପାଇଁ କେନ୍ଦ୍ର ସରକାରଙ୍କର ବିଭିନ୍ନ ଯୋଜନା ରହିଛି। ରାଜ୍ୟ ସରକାର ସେଥିରୁ ଫାଇଦା ଉଠାଇ ପାରିବେ। ତେବେ ଏଥର କିଛି ଜଳସେଚନ ଅଞ୍ଚଳରେ ବି ବ୍ୟାପକ ଫସଲହାନି ହୋଇଥିବା କଥାକୁ ସେ ସ୍ୱୀକାର କରିଛନ୍ତି।

ସେହିଭଳି ରାଜ୍ୟ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ୍ତ ମହାପାତ୍ର କହିଛନ୍ତି ଯେ ମରୁଡ଼ି ନେଇ ରାଜ୍ୟ ସରକାର ଦେଇଥିବା ରିପୋର୍ଟକୁ କେନ୍ଦ୍ରୀୟ ପ୍ରତିନିଧି ଦଳ ସ୍ୱୀକାର କରିଛନ୍ତି। ଯେତେ ଶୀଘ୍ର ସମ୍ଭବ ଏନେଇ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବାକୁ ସେମାନଙ୍କୁ ଅନୁରୋଧ କରାଯାଇଛି। ଏହା ପରେ ବି ଯାହା ତଥ୍ୟ ଦରକାର ହେବ ତାହା ଯୋଗାଇ ଦିଆଯିବ ବୋଲି ସେମାନଙ୍କୁ କୁହାଯାଇଛି।

ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟକୁ ମରୁଡ଼ି ସହାୟତା ବାବଦକୁ ୨୧୯୯ କୋଟି ଟଙ୍କା ଯୋଗାଇ ଦେବାକୁ କୁହାଯାଇଛି। ପ୍ରଥମେ ୧୬୮୭ କୋଟି ଟଙ୍କାର ସହାୟତା ମଗାଯାଇଥିଲା। ତେବେ କେନ୍ଦ୍ରୀୟ ଟିମ୍ ଏଠାରେ ମରୁଡ଼ି ସ୍ଥିତି ଅନୁଧ୍ୟାନ କରୁଥିବା ସମୟରେ ଆଉ ୫୧୧ କୋଟି ଟଙ୍କାର ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖାଯାଇଛି।

ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିବା ପୂର୍ବରୁ କେନ୍ଦ୍ରୀୟ ପ୍ରତିନିଧି ଦଳ ସଚ୍ଚିବାଳୟରେ ମୁଖ୍ୟ ଶାସନ ସଚିବ ଓ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ବିଭିନ୍ନ ତଥ୍ୟ ସଂପର୍କରେ ଆଲୋଚନା କରିଥିଲେ।

ରାଜ୍ୟର ମରୁଡ଼ିସ୍ଥିତି ନେଇ ସମାଜବାଦୀ ପାର୍ଟି ପକ୍ଷରୁ ମରୁଡ଼ି ସ୍ଥିତି ଅନୁଧ୍ୟାନ କରିବା ପାଇଁ ଆସିଥିବା କେନ୍ଦ୍ରୀୟ ଟିମକୁ ଏକ ଦାବିପତ୍ର ଦିଆଯାଇଛି। ଚାଷୀଙ୍କ ଜୀବନ ଧାରଣରେ ଉନ୍ନତି, ଭିତ୍ତିଭୂମି ବିକାଶ ପାଇଁ ୪ହଜାର କୋଟି, ମରୁଡ଼ି ଗ୍ରସ୍ତ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ସହାୟତା ପରି ୭ ଦଫ। ଦାବି ଦଳ ପକ୍ଷରୁ ଉପସ୍ଥାପନ କରାଯାଇଛି।

ମରୁଡ଼ି ନେଇ ରାଜ୍ୟ ସରକାର କୃଷି ମନ୍ତ୍ରଣାଳୟକୁ ସ୍ମାରକପତ୍ର ପଠାଇବା ପରେ ଗତ ୨ ତାରିଖରେ ଏହି ୧୦ ଜଣିଆ କେନ୍ଦ୍ରୀୟ ଟିମ୍ ମରୁଡ଼ି ସ୍ଥିତି ଅନୁଧ୍ୟାନ କରିବାକୁ ଭୁବନେଶ୍ୱରରେ ପହଞ୍ଚିଥିଲେ। ସେମାନେ ୩ ଓ ୪ ତାରିଖରେ ବରଗଡ଼, ନୂଆପଡ଼ା, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମରୁଡ଼ି ପ୍ରଭାବିତ ଅଞ୍ଚଳ ବୁଲି ଦେଖିଥିଲେ। ଚାଷୀମାନଙ୍କ ସହିତ କଥା ହୋଇଥିଲେ ଓ ତଥ୍ୟ ସଂଗ୍ରହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story