ଆନ୍ଦୋଳନକୁ ଓହ୍ଲାଇଲା ରାଜ୍ୟ ବ୍ୟବସାୟୀ ମହାସଂଘ; ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି ବନ୍ଦ

ଭୁବନେଶ୍ୱର/କଟକ: ଭାଟ୍ ଉଚ୍ଛେଦ ପ୍ରସଙ୍ଗରେ ତିନି ତିନି ଥର ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜିଠୁ ଡାଲି ଓ ଗହମ ଜାତୀୟ ସାମଗ୍ରୀର ଆମଦାନି ବନ୍ଦ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ। ଆଜି ପ୍ରଥମ ଦିନରେ ଏହାର ସେଭଳି କୌଣସି ପ୍ରଭାବ ପରିଲକ୍ଷିତ ହୋଇ ନ ଥିବା ବେଳେ ଧର୍ମଘଟ ଜାରି ରହିଲେ ଆଗକୁ ବଜାରରେ ଏସବୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖା ଦେଇପାରେ ଏବଂ ଦର ବୃଦ୍ଧି ହୋଇପାରେ। ଡାଲି ଓ ଅଟା […]

katak-malgodam

katak-malgodam

Rakesh Mallick
  • Published: Friday, 01 April 2016
  • Updated: 03 April 2016, 02:30 AM IST

Sports

Latest News

[caption id="attachment_76865" align="alignleft" width="300"]katak-malgodam ଆମଦାନି ବନ୍ଦ ଯୋଗୁଁ ଖାଁ ଖାଁ କଟକ ମାଲଗୋଦାମ୍[/caption]

ଭୁବନେଶ୍ୱର/କଟକ: ଭାଟ୍ ଉଚ୍ଛେଦ ପ୍ରସଙ୍ଗରେ ତିନି ତିନି ଥର ଆଲୋଚନା ବିଫଳ ହେବା ପରେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଆଜିଠୁ ଡାଲି ଓ ଗହମ ଜାତୀୟ ସାମଗ୍ରୀର ଆମଦାନି ବନ୍ଦ କରିଛି ରାଜ୍ୟ ବ୍ୟବସାୟୀ ମହାସଂଘ। ଆଜି ପ୍ରଥମ ଦିନରେ ଏହାର ସେଭଳି କୌଣସି ପ୍ରଭାବ ପରିଲକ୍ଷିତ ହୋଇ ନ ଥିବା ବେଳେ ଧର୍ମଘଟ ଜାରି ରହିଲେ ଆଗକୁ ବଜାରରେ ଏସବୁ ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ ଦେଖା ଦେଇପାରେ ଏବଂ ଦର ବୃଦ୍ଧି ହୋଇପାରେ।

ଡାଲି ଓ ଅଟା ଜାତୀୟ ସାମଗ୍ରୀରେ ୫ ପ୍ରତିଶିତ ଭାଟ୍‌ ଛାଡ ପାଇଁ ମହାସଂଘ ଦୀର୍ଘଦିନରୁ ଦାବି କରି ଆସୁଥିଲା। ଗୁରୁବାର ସୁଦ୍ଧା ଦାବି ପୂରଣ ନ ହେଲେ ମହାସଂଘ ଏପ୍ରିଲ୍‌ ୧ରୁ ଆମଦାନି ବନ୍ଦ କରିବ ବୋଲି ଚେତାବନୀ ଦେଇଥିଲା।

ରାଜ୍ୟ ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ ସୁଧାକର ପଣ୍ଡା କହିଛନ୍ତି,“ଖାଇବା ତେଲଠାରୁ ଆରମ୍ଭ କରି ସବୁ ଡାଲି ଜାତୀୟ ପଦାର୍ଥ ଓ ବାହାରୁ ଆସୁଥିବା ଚାଉଳ ଆମଦାନି ବନ୍ଦ କରାଯାଇଛି। ବ୍ୟବସାୟୀଙ୍କ ଆମଦାନି ବନ୍ଦକୁ ଓଡ଼ିଶାର ଜନସାଧାରଣ ସମର୍ଥନ କରିଛନ୍ତି। ଏଥିପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଉଛୁ। ବ୍ୟବସାୟୀ ସଂଘ ଲୋକଙ୍କ ପାଇଁ ଏକ ମାଧ୍ୟମ ତିଆରି କରିଛି। ଏହାଦ୍ୱାରା ଲୋକଙ୍କ ମନରେ ଥିବା ଅସନ୍ତୋଷ ପ୍ରତିଫଳିତ ହୋଇଛି। ମୁଖ୍ୟମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରି ଖାଉଟିଙ୍କ ସ୍ୱାର୍ଥ ଦୃଷ୍ଟିରୁ ସମସ୍ୟାର ସମାଧାନ କରନ୍ତୁ।”

ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ କଟକ ମାଲଗୋଦାମରେ ଆଜି ସକାଳୁ ଆମଦାନି ବନ୍ଦ ରହିଛି। ମାଲଗୋଦାମ ବ୍ୟବସାୟୀ ସଂଘ ଏହି ଧର୍ମଘଟକୁ ସମ୍ମତ୍ତି ଜଣାଇ ଆମଦାନି ବନ୍ଦ କରିଛି। ଫଳରେ ଡାଲି, ତେଲ, ଅଟା, ଚିନି ସହ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଆମଦାନି ବନ୍ଦ ରହିଛି। ମୁଖ୍ୟତଃ ନାଗପୁର, କାନପୁର, ରାୟପୁର, ଉତ୍ତର ପ୍ରଦେଶ, ହରିଆନା ଓ ଗୁଜରାଟ ଆଦି ଅଞ୍ଚଳରୁ ଏହି ସବୁ ସାମଗ୍ରୀ ଏଠାକୁ ଆମଦାନି ହୋଇଥାଏ। କଟକ ମାଲଗୋଦାମକୁ ପ୍ରତିଦିନ ୨୫ଟ୍ରକ୍ ଡାଲି, ୨୦ଟ୍ରକ୍ ଚିନି ଓ ୨୦ଟ୍ରକ ତେଲ ଗାଡ଼ି ଆସିଥାଏ। କିନ୍ତୁ ଆଜି ଏଠାକାର ପରିବେଶ ଖାଁ ଖାଁ ରହିଛି।

କଟକ ମାଲଗୋଦାମରେ ଯେତିକି ସାମଗ୍ରୀ ରହିଛି ତାହା ଆସନ୍ତା ଦଶଦିନ ପର୍ଯ୍ୟନ୍ତ ଖାଉଟିଙ୍କ ଆବଶ୍ୟକତା ମେଣ୍ଟାଇ ପାରିବ ବୋଲି କଟକ ମାଲ ଗୋଦାମ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି।

କଟକ ଚାମ୍ବର୍ସ ଅଫ୍‌ କମର୍ସର ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଛାଟୋଇ କହିଛନ୍ତି, “ଦାବି କରିବାର ଦୁଇ ବର୍ଷ ବିତି ଯାଇଥିଲେ ମଧ୍ୟ ସରକାର ଆମ କଥା ଶୁଣିଲେ ନାହିଁ। ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଥିଲେ। ୨ମାସ ଆଗରୁ ଭାଟ୍‌ ଉଚ୍ଛେଦ ନେଇ ଅନୁରୋଧ କରାଯାଇଥିଲା। ହେଲେ ସରକାର ଏହାକୁ ଗ୍ରହଣ କଲେ ନାହିଁ। ତେଣୁ ବାଧ୍ୟ ହୋଇ ଆମେ ଆନ୍ଦୋଳନକୁ ଓହ୍ଲାଇଛୁ। ସରକାର ଇ-ମାର୍କେଟିଂ ଜରିଆରେ ଆମଦାନି ଲାଗି କରିଥିବା ଯୋଜନାକୁ ଆମେ ସ୍ୱାଗତ କରୁଛୁ। ସେ ନିଜେ ଆମଦାନି କଲେ ବ୍ୟବସାୟୀମାନେ କି କି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଜାଣି ପାରିବେ।”

ବ୍ୟବସାୟୀ ସଂଘ ଆମଦାନି ବନ୍ଦ କରିଥିବା ଯୋଗୁଁ ଉପୁଜିବାକୁ ଥିବା ସ୍ଥିତିର ମୁକାବିଲା କରିବା ପାଇଁ ସରକାର ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ଖାଦ୍ୟ ଯୋଗାଣ ସଚିବଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଜିଲ୍ଲାପାଳଙ୍କ ସହ ସବୁଦିନ ସ୍ଥିତିର ସମୀକ୍ଷା କରିବେ। ତା’ସହିତ ଇ-ମାର୍କେଟିଂ ଜରିଆରେ ଡାଲି ଆମଦାନି କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି ସରକାର। ଏଥିପାଇଁ ସରକାର ନ୍ୟାସ୍‌ନାଲ୍ ଇ-ମାର୍କେଟିଂ ଲିମିଟେଡ୍ ସହିତ ଆଲୋଚନା କରିବେ ବୋଲି କହିଛନ୍ତି।

୨୫ଟି ରାଜ୍ୟରେ ଡାଲି ଓ ଗହମଜାତ ସାମଗ୍ରୀ ଉପରେ ଭାଟ୍ ଲାଗୁ ନ ଥିବାରୁ ଓଡ଼ିଶାରେ ମଧ୍ୟ ଭାଟ୍ ଉଚ୍ଛେଦ କରାଯାଉ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଦାବି କରୁଛି। ଡାଲି ଓ ଗହମ ଜାତୀୟ ଖାଦ୍ୟ ସାମଗ୍ରୀ ଉପରେ ରାଜ୍ୟ ସରକାର ୫ ପ୍ରତିଶତ ଭାଟ୍ ଲଗାଇ ବାର୍ଷିକ ୧୪,୫୦୦ କୋଟି ଟଙ୍କା ରାଜସ୍ୱ ପାଉଛନ୍ତି। ତେବେ ଏକକ ଟିକସ୍ ବ୍ୟବସ୍ଥା ଲାଗୁ ହେଲେ ସରକାର ଏ ବାବଦକୁ ୧୮ ହଜାର କୋଟି ଟଙ୍କା ପାଇବେ ବୋଲି ରାଜ୍ୟ ବ୍ୟବସାୟୀ ମହାସଂଘ ଯୁକ୍ତି ବାଢ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story