ବିଜେପି କ’ଣ ଆଇଓସିଏଲ୍‌ର ଦଲାଲ: ବିଜୟ

ଭୁବନେଶ୍ୱର: ପାରାଦ୍ୱୀପ ଆଇଓସିଏଲ୍‌କୁ ନେଇ ତେଜୁଛି ବିବାଦ। କମ୍ପାନୀରେ ଓଡିଆଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ପୁଣି ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।  ବିଜେପି କ’ଣ ଆଇଓସିଏଲ୍‌ର ଦଲାଲ ବୋଲି କହି ବିଜୟ ଦଳକୁ ଆଜି ଏଭଳି କଟୁ ପ୍ରଶ୍ନ ପଚାରିଛନ୍ତି। ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଓସିଲ ଲୋକାର୍ପଣ କରିବା ପରେ କେନ୍ଦ୍ରାପଡ଼ା କିମ୍ବା ଜଗତସିଂହପୁର ଜିଲ୍ଲାରୁ କାହାରିକୁ ବି କମ୍ପାନୀରେ ନିଯୁକ୍ତି ମିଳିନାହିଁ। ଦଳ ପକ୍ଷରୁ ଯାହା ତଥ୍ୟ ଦିଆ ଯାଇଛି ତାହା […]

BIJOY-MOHAPATRA

BIJOY-MOHAPATRA

Rakesh Mallick
  • Published: Sunday, 11 June 2017
  • Updated: 11 June 2017, 08:26 PM IST

Sports

Latest News

ଭୁବନେଶ୍ୱର: ପାରାଦ୍ୱୀପ ଆଇଓସିଏଲ୍‌କୁ ନେଇ ତେଜୁଛି ବିବାଦ। କମ୍ପାନୀରେ ଓଡିଆଙ୍କ ନିଯୁକ୍ତି ପ୍ରସଙ୍ଗକୁ ନେଇ ପୁଣି ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର।  ବିଜେପି କ’ଣ ଆଇଓସିଏଲ୍‌ର ଦଲାଲ ବୋଲି କହି ବିଜୟ ଦଳକୁ ଆଜି ଏଭଳି କଟୁ ପ୍ରଶ୍ନ ପଚାରିଛନ୍ତି।

ସେ କହିଛନ୍ତି,“ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଓସିଲ ଲୋକାର୍ପଣ କରିବା ପରେ କେନ୍ଦ୍ରାପଡ଼ା କିମ୍ବା ଜଗତସିଂହପୁର ଜିଲ୍ଲାରୁ କାହାରିକୁ ବି କମ୍ପାନୀରେ ନିଯୁକ୍ତି ମିଳିନାହିଁ। ଦଳ ପକ୍ଷରୁ ଯାହା ତଥ୍ୟ ଦିଆ ଯାଇଛି ତାହା ପୁରୁଣା। ଆଇଓସିଏଲ୍‌ ନିଯୁକ୍ତି ସମ୍ପର୍କରେ ସେ ପୂର୍ବରୁ ଯାହା କହିଥିଲେ, ତାହା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟାର୍ଗେଟ୍ ନ ଥିଲା।”

ବିଜୟଙ୍କ ଏପରି କଟାକ୍ଷକୁ ଦଳ ହଜମ କରିପାରିନି। ଆଉ ପ୍ରହେଳିକା ଚଳିବ ନାହିଁ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ କହିଛନ୍ତି,“ବିଜୟଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଆଇଓସିଏଲ୍‌ ବାଧ୍ୟ ନୁହେଁ।

ବିଜୟ ଆଇଓସିଏଲ୍‌ ପରିଚାଳନା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ନ ଥିଲେ। ଯେହେତୁ ସେ ଧର୍ମେନ୍ଦ୍ରଙ୍କୁ ଲେଖିଥିଲେ, ଦଳ ପକ୍ଷରୁ ଉତ୍ତର ଦିଆଗଲା। ଚିଠି ଯେଉଁ ଉଦ୍ଦେଶ୍ୟରେ ଲେଖିଥିଲେ ସେ ଜାଣନ୍ତି। ତେଣୁ ବିଜୟ ପ୍ରହେଳିକା ନ କରିବା ଉଚିତ୍।”

ଅନ୍ୟପକ୍ଷରେ ଆଇଓସିଏଲ୍ ସହ ମହାନଦୀ ଜଳ ବଣ୍ଟନ ବିବାଦକୁ ଯୋଡିଛନ୍ତି କଟକ ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ। ହୀରାକୁଦ ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣ ଦ୍ୱାରା ମହାନଦୀରେ ଜଳପ୍ରବାହ କମି ଥିବାରୁ କଟକବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। କେନ୍ଦ୍ର ଜଳ ବଣ୍ଟନ ବିବାଦର ତୁରନ୍ତ ସମାଧାନ ନ କଲେ ମହାନଦୀ ସୁରକ୍ଷା ମଞ୍ଚ ଆଇଓସିଏଲ୍‌କୁ ପାଣି ଛାଡିବ ନାହିଁ ବୋଲି ଦେବାଶିଷ ଚେତାବନୀ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story