ବସ୍ତିରେ ଖାଇଲେ କେନ୍ଦ୍ରମନ୍ତ୍ରୀ ଜାଭଡେକର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବସ୍ତି ଲୋକଙ୍କ ସହ ମଧ୍ୟାହ୍ନ ଭୋଜନ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ପ୍ରକାଶ ଜାଭଡେକର। ବିଜେପିର ‘ମୋ ବୁଥ୍‌ ମଜଭୁତ’ କାର୍ଯ୍ୟକ୍ରମରେ ସେ ଆଜି ବୁଦ୍ଧନଗର ପିଏଚ୍‌ଡି କଲୋନୀକୁ ଯାଇଥିଲେ। ଏହି ଅବସରରେ ସେ ବସ୍ତି ବାସିନ୍ଦାଙ୍କ ସହ ମଧ୍ୟାହ୍ନ ଭୋଜନ କରିଥଲେ।

ପରେ ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଧାନସଭା ନିର୍ବାଚନ ମଣ୍ଡଳୀର ପଦାଧିକାରୀଙ୍କ ସହ ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।