ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଶକ୍ତିହୀନ ତୃତୀୟ ସାମ୍ମୁଖ୍ୟ: କୋବିନ୍ଦଙ୍କୁ ସମର୍ଥନ ପାଇଁ ନବୀନଙ୍କ ପରେ ନୀତିଶ ରାଜି

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌। ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମୋଦି ଯେଉଁଭଳି ଭାବେ ରଣନୀତି ଅପଣେଇଲେ, ସେଥିରେ ତୃତୀୟ ସାମ୍ମୁଖ୍ୟ ଗଠନ  ଫସରଫାଟି ଯାଇଛି ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମନାଥଙ୍କୁ ସମର୍ଥନ କରିବା ପରେ, ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସମର୍ଥନ କରିବାକୁ ରାଜି ହୋଇଥିବା ଚର୍ଚ୍ଚା ହେଉଛି।  ଆଜି ବିହାରର ଜେଡିୟୁ ନେତା ରତ୍ନେଶ ଶାଡା କହିଛନ୍ତି ଯେ, ରାଷ୍ଟ୍ରପତି […]

naveen

naveen

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 05:43 PM IST

Sports

Latest News

ଭୁବନେଶ୍ୱର: ରାଷ୍ଟ୍ରପତି ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଷ୍ଟରଷ୍ଟ୍ରୋକ୍‌। ବିହାର ରାଜ୍ୟପାଳ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ମୋଦି ଯେଉଁଭଳି ଭାବେ ରଣନୀତି ଅପଣେଇଲେ, ସେଥିରେ ତୃତୀୟ ସାମ୍ମୁଖ୍ୟ ଗଠନ  ଫସରଫାଟି ଯାଇଛି ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାମନାଥଙ୍କୁ ସମର୍ଥନ କରିବା ପରେ, ଏବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ସମର୍ଥନ କରିବାକୁ ରାଜି ହୋଇଥିବା ଚର୍ଚ୍ଚା ହେଉଛି।  ଆଜି ବିହାରର ଜେଡିୟୁ ନେତା ରତ୍ନେଶ ଶାଡା କହିଛନ୍ତି ଯେ, ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମନୋନୀତ ହେବାରେ ରାମନାଥ ହେଉଛନ୍ତି ବିହାରର ପ୍ରଥମ ରାଜ୍ୟପାଳ। ଏଣୁ ତାଙ୍କୁ ସବୁ ନେତା ସମର୍ଥନ କରିବା ପାଇଁ ନିଷ୍ପତ୍ତି ହୋଇଥିଛି।

ସେହିପରି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ  ବିଜେପି ପସନ୍ଦକୁ ସମର୍ଥନ କରିଛନ୍ତି। ବିହାରର ଦଳୀୟ ନେତାଙ୍କୁ ନୀତିଶ  କହିଛନ୍ତି ଯେ, ରାଷ୍ଟ୍ରପତି ପଦ ପାଇଁ ବିଜେପି ଦ୍ୱାରା ମନୋନୀତ ହୋଇଥିବା ରାମନାଥ କୋବିନ୍ଦ ଜଣେ ସୁମଣିଷ। ଜେଡିୟୁର କୋର୍ କମିଟି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ଅଧିକାଂଶ ବିଧାୟକ ଏକମତ ଥିବା ଶାଡା କହିଛନ୍ତି। ହେଲେ କେବଳ ଆନୁଷ୍ଠାନିକ ଘୋଷଣା ବାକି ରହିଛି। ସେପଟେ ନୀତୀଶଙ୍କ ନିଷ୍ପତ୍ତି ବିହାର କଂଗ୍ରେସକୁ ଅଡ଼ୁଆରେ ପକାଇଛି। ବିହାରରେ ଜେଡିୟୁ, କଂଗ୍ରେସ ଏବଂ ଆରଜେଡିର ମିଳିତ ସରକାର ରହିଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଆସନ୍ତାକାଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି।  ଏଥିରେ ସବୁ ବିରୋଧୀଦଳ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ ୧୭ରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତାକାଲି ବୈଠକରେ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ।

ତୃତୀୟ ସାମ୍ମୁଖ୍ୟ ଆଶା ଧୂଳିଶାତ୍‌

କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ମୋଦିଙ୍କ ନେତୃତ୍ୱରେ ଦଳ ଆହୁରି ସଶକ୍ତ ହୋଇଛି। ମୋଦିଙ୍କ ଶାସନ ସମୟରେ ହୋଇଥିବା ବିଧାନସଭା ନିର୍ବାଚନରେ କାଁ ଭାଁ ରାଜ୍ୟକୁ ଛାଡ଼ିଦେଲେ ଅନ୍ୟ ସବୁଠି ପଦ୍ମ ଫୁଟିଛି। ଅଧିକାଂଶ ରାଜ୍ୟରେ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ସେପଟେ ମୋଦିଙ୍କ ଲୋକପ୍ରିୟତା ଦେଖି ବିଚଳିତ ହୋଇ ପଡ଼ିଥିବା ବିରୋଧୀଙ୍କୁ ଏକାଠି ହେବା ପାଇଁ ରାଷ୍ଟ୍ରପତି ନିର୍ବାଚନ ମୌକା ଦେଇଥିଲା। ଅର୍ଥାତ ବିଜେପିକୁ ପ୍ରତିହତ କରିବା ପାଇଁ ତୃତୀୟ ସାମ୍ମୁଖ୍ୟ ପୁଣି ଥରେ ସକ୍ରିୟ ହେବାର ବାଟ ଫିଟିଯାଇଥିଲା। ଏହି କ୍ରମରେ ୟୁପିର ଏସପି ନେତା ମୁଲାୟମ ସିଂ ଯାଦବ, ବିଏସପିର ମାୟାବତୀ, ପଶ୍ଚିମବଙ୍ଗର ମମତା ବାନାର୍ଜୀ, ବିହାରର ନୀତିଶ କୁମାର, ଲାଲୁ ପ୍ରସାଦ ଯାଦବ ଏକାଠି ହେବାର କଥା ଉଠିଥିଲା। ଏମିତିକି ବିଜେଡିର ସମର୍ଥନ ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା। ସର୍ବୋପରି ଏହି ତୃତୀୟ ସାମ୍ମୁଖ୍ୟକୁ କଂଗ୍ରେସର ସମର୍ଥନ ଥିବା କୁହାଯାଉଥିଲା । ହେଲେ ମୋଦିଙ୍କ ରାଜନୈତିକ ପଶାପାଲିରେ  ବିରୋଧୀଙ୍କ ସବୁ ରଣନୀତି ଫେଲ୍ ମାରିଛି।

ଏନଡିଏକୁ କେଉଁମାନେ ଢଳିଲେ

ସୋମବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ରାମନାଥ କୋବିନ୍ଦଙ୍କ ନାମ ଘୋଷଣା କରିଥିଲେ। ଏନଡିଏ ପ୍ରର୍ଥୀ ଭାବେ ଘୋଷଣା ହୋଇଥିବା ରାମନାଥଙ୍କୁ ବିଜେଡି ଗତ ଦୁଇଦିନ ତଳେ ସମର୍ଥନ କରିଛି। ଏହି କ୍ରମରେ ତାମିଲନାଡ଼ୁର ଏଆଏଡିଏମକେ , ତେଲେଙ୍ଗାନା ରାଷ୍ଟ୍ର ସମିତି(ଟିଆରଏସ), ଆନ୍ଧ୍ରର ୱାଇ.ଏସ୍‌.ଆର୍. କଂଗ୍ରେସ ରାମନାଥ କୋବିନ୍ଦଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story