ମାଲକାନଗିରି: ଝୁଲନ୍ତା ଅବସ୍ଥାରେ ବାପା, ମା’ ଓ ଛୁଆର ମୃତଦେହ ଉଦ୍ଧାର

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଳକ୍ ମୁଣ୍ଡିଗୁଡ଼ା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଗାଁର ଏକ ଦମ୍ପତି ଓ ସେମାନଙ୍କ ଶିଶୁ କନ୍ୟାର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମା’ ଓ ଝିଅଟିର ଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମିଳିଥିବା ବେଳେ ବାପାର ଝୁଲନ୍ତା ଶରୀରକୁ ଘର ବାହାରେ ଏକ ଗଛରେ ଠାବ କରାଯାଇଥିଲା। ମୃତଦେହଗୁଡ଼ିକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ […]

malkangiri

malkangiri

Rakesh Mallick
  • Published: Sunday, 12 June 2016
  • Updated: 12 June 2016, 10:47 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଳକ୍ ମୁଣ୍ଡିଗୁଡ଼ା ଗାଁରେ ଆଜି ଏକ ଦୁଃଖଦ ଘଟଣା ଘଟିଛି। ଗାଁର ଏକ ଦମ୍ପତି ଓ ସେମାନଙ୍କ ଶିଶୁ କନ୍ୟାର ମୃତଦେହକୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ମା’ ଓ ଝିଅଟିର ଦେହ ଝୁଲନ୍ତା ଅବସ୍ଥାରେ ଘର ଭିତରୁ ମିଳିଥିବା ବେଳେ ବାପାର ଝୁଲନ୍ତା ଶରୀରକୁ ଘର ବାହାରେ ଏକ ଗଛରେ ଠାବ କରାଯାଇଥିଲା। ମୃତଦେହଗୁଡ଼ିକୁ ଦେଖିବା ପରେ ସ୍ଥାନୀୟ ଲୋକେ ପୋଲିସ୍‌କୁ ଖବର ଦେଇଥିଲେ। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରିଛି।

ଗତକାଲି ଏହି ପରିବାର ଛତିଶଗଡ଼ର ସୁକୁମାକୁ ଏକ ଭୋଜି ଖାଇବା ପାଇଁ ଯାଇଥିଲେ। ଗତକାଲି ରାତିରେ ଏ ଘଟଣା ଘଟିଛି। ତେବେ ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। ମୃତ ଦମ୍ପତିଙ୍କର ଆଉ ଏକ ଝିଅ ଜୀବିତ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos