ମାଲକାନଗିରିରେ ଜାପାନୀ ଜ୍ୱର ଆତଙ୍କ:ପ୍ରଭାବିତ ଗାଁକୁ ଆଜି ଯାଇପାରେ ବିଶେଷଜ୍ଞ ଟିମ୍‌

ମାଲକାନଗିରି: ମାଲକାନଗିରିରେ ବ୍ୟାପିଥିବା ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ନିୟନ୍ତ୍ରଣ ଓ ପ୍ରତିଷେଧକ ବ୍ୟବସ୍ଥା ନେଇ ପୁଣି ରାଜ୍ୟ ସରକାର ଗଠନ କରିଥିବା ବିଶେଷଜ୍ଞ ଟିମ୍‌ ଆଜି ମାଲକାନଗିରି ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଫେସର ଜାକବ ଜୋନଙ୍କ ନେତୃତ୍ୱରେ ଗଠିତ ଟିମ୍‌ ଆଜି ସେଠାରେ ସ୍ଥିତି ଅନୁଧ୍ୟାନ କରିବ। ପୂର୍ବରୁ ଦେଶ ଓ ବିଦେଶରେ  ଜାପାନୀ ଜ୍ୱର ନିୟନ୍ତ୍ରଣ ନେଇ ଅଭିଜ୍ଞତା ହାସଲ କରିଥିବା ବିଶେଷଜ୍ଞମାନେ ଟିମ୍‌ରେ ସ୍ଥାନ ପାଇଛନ୍ତି। ଆସନ୍ତାମାସ ମାଲକାନଗିରି,କେନ୍ଦୁଝର,ମୟୂରଭଞ୍ଜ ଓ ଯାଜପୁର ଭଳି ଜିଲ୍ଲାର ୨୬ ଲକ୍ଷ ପିଲାଙ୍କୁ ଟୀକାକରଣ କରାଯିବ।

ଗତକାଲି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏନ୍‌ସେଫାଲାଇଟରେ ଚିକିତ୍ସାଧୀନ ଥିବା ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିଲା। ଏହା ସହିତ ଏହି ରୋଗରେ ମୃତ ଶିଶୁଙ୍କ ସଂଖ୍ୟା ୮୫ରେ ପହଞ୍ଚିଛି।