ବଦଳିବ ମାଟ୍ରିକ ପରୀକ୍ଷା ଢାଞ୍ଚା: ୫ କିଲୋମିଟର ମଧ୍ୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବଦଳିବ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଢାଞ୍ଚା। ପୂର୍ବରୁ ନିଜ ସ୍କୁଲ୍‌ରେ ନୁହେଁ ଅନ୍ୟ ସ୍କୁଲକୁ ଯାଇ ମାଟ୍ରିକ୍ ପରୀକ୍ଷା ଦେଉଥିଲେ ଛାତ୍ରଛାତ୍ରୀ। ଏବେ ପୁଣି ଥରେ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ତେବେ ଏହାର ଦୂରତାକୁ  କମାଇ ଦିଆଯାଇଛି। ୫ କିଲୋମିଟର ଦୂରତା ମଧ୍ୟରେ ଥିବା ପରୀକ୍ଷା କେନ୍ଦ୍ରକୁ ଯାଇ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି,“ଦରକାର ହେଲେ ୨ଟି ସ୍କୁଲ୍ ମଧ୍ୟରେ ପରୀକ୍ଷା କେନ୍ଦ୍ର ଅଦଳବଦଳ କରାଯିବ। କପି ରୋକିବା ପାଇଁ ଏଭଳି ବ୍ୟବସ୍ଥା କରାଯାଇଛି।”