ଚର୍ଚ୍ଚାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ନବକଳେବର: ହଠାତ୍ କାହିଁକି ଏ ନିଷ୍ପତ୍ତି ? କିଏ ଅଛନ୍ତି ମୋଦିଙ୍କ ଗୁଡ୍ ଲିଷ୍ଟରେ?

ନୂଆଦିଲ୍ଲୀ: କେନ୍ଦ୍ରରେ ଶାସନ ଭାର ସମ୍ଭାଳିଥିବା ନରେନ୍ଦ୍ର ମୋଦି ସରକାର ୩ ବର୍ଷ ପୂରଣ କରିଛି। ଏହି ସମୟ ଭିତରେ ଅନେକ ଉଠାଣି ଗଡ଼ାଣି ଦେଇ ଆଗେଇ ଚାଲିଛି ବିଜେପି ନେତୃତ୍ୱଧୀନ ଏନ୍‌ଡିଏ ସରକାର। ବ୍ୟକ୍ତିଗତ ଭାବେ ବିଜେପି ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଛି। ଉତ୍ତରପ୍ରଦେଶ ପରି ରାଜ୍ୟରେ ଦଳ ଶାସନକୁ ଆସିଛି। ତେବେ ତିନିବର୍ଷ ପରେ ପ୍ରଧାନମନ୍ତ୍ରୀ ନିଜ ସରକାରର ନବକଳେବର କରିବାକୁ ସୂଚନା ଦେଇଛନ୍ତି। ଚର୍ଚ୍ଚା ଚାଲିଛି ସେ ତାଙ୍କ ମନ୍ତ୍ରିମଣ୍ଡଳରେ […]

Rakesh Mallick
  • Published: Friday, 01 September 2017
  • Updated: 01 September 2017, 03:25 PM IST

Sports

Latest News

ନୂଆଦିଲ୍ଲୀ: କେନ୍ଦ୍ରରେ ଶାସନ ଭାର ସମ୍ଭାଳିଥିବା ନରେନ୍ଦ୍ର ମୋଦି ସରକାର ୩ ବର୍ଷ ପୂରଣ କରିଛି। ଏହି ସମୟ ଭିତରେ ଅନେକ ଉଠାଣି ଗଡ଼ାଣି ଦେଇ ଆଗେଇ ଚାଲିଛି ବିଜେପି ନେତୃତ୍ୱଧୀନ ଏନ୍‌ଡିଏ ସରକାର। ବ୍ୟକ୍ତିଗତ ଭାବେ ବିଜେପି ନିଜର ପ୍ରଭାବ ବିସ୍ତାର କରିବାରେ ସଫଳ ହୋଇଛି। ଉତ୍ତରପ୍ରଦେଶ ପରି ରାଜ୍ୟରେ ଦଳ ଶାସନକୁ ଆସିଛି। ତେବେ ତିନିବର୍ଷ ପରେ ପ୍ରଧାନମନ୍ତ୍ରୀ ନିଜ ସରକାରର ନବକଳେବର କରିବାକୁ ସୂଚନା ଦେଇଛନ୍ତି। ଚର୍ଚ୍ଚା ଚାଲିଛି ସେ ତାଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଧରଣର ଅଦଳବଦଳ କରିବେ। ଏହି ଚର୍ଚ୍ଚା ପରେ ଏବେ କିଏ ଯିବେ କିଏ ରହିବେ, କିଏ କେଉଁ ବିଭାଗ ପାଇବେ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

ମନ୍ତ୍ରିମଣ୍ଡଳ ନବକଳେବର ଚର୍ଚ୍ଚା

ଗତକାଲି ସନ୍ଧ୍ୟାରେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଏକ ବଡ଼ ଅଦଳବଦଳ ହେବ ବୋଲି ହଠାତ୍ ଚର୍ଚ୍ଚା ଆରମ୍ଭ ହୋଇଥିଲା। ଖବର ଖେଳିଗଲା, କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ୫ ଜଣ ମନ୍ତ୍ରୀ ଇସ୍ତଫା ଦେବେ। ସେମାନଙ୍କ ନାଁ ବି ଆସିଗଲା। ସେମାନେ ହେଲେ- କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡି, ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେ, କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ କଲରାଜ ମିଶ୍ରା, କେନ୍ଦ୍ର ସ୍ୱାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଫଗନ ସିଂ କୁଲସ୍ତେ, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ ଏବଂ କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍। ଏହାପରେ କେନ୍ଦ୍ର ରାଜନୀତିରେ ହଲଚଲ ସୃଷ୍ଟି ହୋଇଥିଲା। ଏହାପରେ ହିସାବ ଆରମ୍ଭ ହୋଇଥିଲା ମନ୍ତ୍ରିମଣ୍ଡଳରେ କିଏ ଏଣ୍ଟ୍ରି କରିବେ? ନୂଆ କିଏ ଆସିବେ କି?

ହଠାତ୍ କାହିଁକି ଏ ନିଷ୍ପତ୍ତି ?

ହଠାତ୍ ମୋଦି କାହିଁକି ନିଜ ମନ୍ତ୍ରିମଣ୍ଡଳରେ ଏମିତି ଏକ ବଡ଼ ଅଦଳବଦଳ ପାଇଁ ନିଷ୍ପତ୍ତି ନେଲେ? ଏ ପ୍ରଶ୍ନ ଏବେ ରାଜନୈତିକ ପଣ୍ଡିତମାନଙ୍କ ଭିତରେ ଆଲୋଚନାର ମୁଖ୍ୟ ବିଷୟ ହୋଇଛି। କୁହାଯାଉଛି, ଏହି ନିଷ୍ପତ୍ତି ନେବା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କେନ୍ଦ୍ର ମନ୍ତ୍ରୀମାନଙ୍କୁ ନେଇ ଏକ ଘମାଘୋଟ ଅଡିଟ୍ ହୋଇଥିଲା। ମନ୍ତ୍ରୀମାନଙ୍କ ସବୁ କାମକୁ ଏହି ଅଡିଟ୍‌ରେ ସାମିଲ୍ କରାଯାଇଥିଲା। ନୂଆ ଯୋଜନା, କେତେ ଟଙ୍କା ଖର୍ଚ୍ଚ କରିଛନ୍ତି, କିଛି ପ୍ରଭାବଶାଳୀ ଢଙ୍ଗରେ ଯୋଜନା ସବୁ କାର୍ଯ୍ୟକାରୀ କରିଛନ୍ତି ନା ନାହିଁ, ମନ୍ତ୍ରୀଙ୍କ ନିଜ ଇମେଜ୍ ବା ରାଜନୈତିକ ଛବି କେମିତି ଅଛି। ଏ ସବୁ ପରେ ଅଡିଟ୍ ଟିମ୍ ସବୁ ମନ୍ତ୍ରୀଙ୍କର ଗୋଟିଏ ଲେଖାଁ ରିପୋର୍ଟ କାର୍ଡ ପ୍ରସ୍ତୁତ କରିଥିଲା। ସେହି ଅଡିଟ ରିପୋର୍ଟ ଅଧାରରେ ହିଁ କେନ୍ଦ୍ର କ୍ୟାବିନେଟରେ ଏହି ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି ବୋଲି କୁହାଯାଉଛି। ଏବେ ଦେଖିବାକୁ ବାକି ମୋଦିଙ୍କ ଏହି ପରୀ‍କ୍ଷାରେ କିଏ ପାସ୍ ହେଉଛି ଆଉ କିଏ ଫେଲ୍ ହେଉଛି।

କେଉଁ ମନ୍ତ୍ରୀ ବାଦ୍ ପଡ଼ିବେ ?

ଅଦଳବଦଳ କଥା ଜଣାପଡ଼ିବା ପରେ ସବୁଠୁ ବେଶୀ ଚର୍ଚ୍ଚା କେଉଁ ମନ୍ତ୍ରୀ ବାଦ୍ ପଡ଼ିବେ। କୁହାଯାଉଛି, କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀ, କେନ୍ଦ୍ର ଦକ୍ଷତା ବିକାଶ ରାଷ୍ଟ୍ରମନ୍ତ୍ରୀ ରାଜୀବ ପ୍ରତାପ ରୁଡ୍ଡି, କେନ୍ଦ୍ର କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍ ଓ କେନ୍ଦ୍ର କୃଷି ଏବଂ ଖାଦ୍ୟ ପ୍ରକ୍ରିୟାକରଣ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ୍ ମନ୍ତ୍ରିମଣ୍ଡଳରୁ ବାଦ ପଡ଼ିବେ। କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ କଲରାଜ ମିଶ୍ରାଙ୍କୁ ମଧ୍ୟ ହଟାଯିବା ପାଇଁ ସ୍ଥିର ହୋଇଛି। କଲରାଜଙ୍କୁ କୌଣସି ଏକ ରାଜ୍ୟରେ ରାଜ୍ୟପାଳ କରାଯିବାକୁ ସ୍ଥିର ହୋଇଛି। ସେହିପରି କୁହାଯାଉଛି, ରାଜୀବ ପ୍ରତା ରୁଡ୍ଡିଙ୍କ ଇସ୍ତଫା ଦେବା ଖବର ସ୍ପଷ୍ଟ ହୋଇଗଲାଣି।

ମୋଦିଙ୍କ ଗୁଡ୍ ଲିଷ୍ଟରେ ଧର୍ମେନ୍ଦ୍ର ?

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ’ଣ ତାଙ୍କର କିଛି ମନ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି? କାରଣ କିଛି ନିର୍ଦ୍ଦିଷ୍ଟ ମନ୍ତ୍ରୀଙ୍କ ଉପରେ ସେ ବେଶ୍ ଖୁସି ଥିବା ଖବର ସ୍ପଷ୍ଟ ହୋଇଗଲାଣି। ସେମାନେ ହେଲେ- ପୀୟୁଷ ଗୋୟଲ, ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରକାଶ ଜାଭଡ଼େକର। ବର୍ତ୍ତମାନ ପ୍ରକାଶ ଜାଭଡ଼େକର ମାନବ ସମ୍ବଳ ମନ୍ତ୍ରୀ, ଧର୍ମେନ୍ଦ୍ର ପ୍ରଧାନ ପେଟ୍ରାଲିୟମ ଏବଂ ପୀୟୁଷ ଗୋୟଲ ଶକ୍ତି ବିଭାଗ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ରାଜନୈତିକ ପଣ୍ଡିତଙ୍କ କହିବା କଥା, ଏହାର ଅର୍ଥ, ମୋଦି ବାକି ମନ୍ତ୍ରୀଙ୍କ ଉପରେ ସେତେଟା ଖୁସି ନୁହେଁ। ପୂରା ନବକଳେବର ପରେ ହିଁ ତାହା ସ୍ପଷ୍ଟ ହୋଇଯିବ।

କଳ୍ପନା ଜଳ୍ପନା

କଳ୍ପନା ଜଳ୍ପନା ପ୍ରକାଶ ପାଉଛି ଯେ, ମୋଦି ସ୍ଵତନ୍ତ୍ର ଭାବେ ଜଣେ ବ୍ୟକ୍ତିଙ୍କୁ ପ୍ରତିର‍କ୍ଷା ମନ୍ତ୍ରୀ କରିବେ। ଏହି ବିଭାଗକୁ ସମୟକୁ ସମୟ ବିଭିନ୍ନ ବ୍ୟକ୍ତିଙ୍କ ହାତରେ ଦିଆଯାଉ ଆସୁଥିଲା। ଏହାପୂର୍ବରୁ ମନୋହର ପାରିକର ଓ ପୁଣି ଅରୁଣ ଜେଟ୍‌ଲୀଙ୍କୁ ଡିଫେନ୍ସ ମିନିଷ୍ଟର ଦାୟିତ୍ୱ ଦିଆଯାଇଛି। କିନ୍ତୁ ଏବେ ଦେଶ ଜଣେ ସ୍ଥାୟୀ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପାଇପାରେ। ସେହିପରି ସୁରେଶ ପ୍ରଭୁଙ୍କ ପାଖରୁ ରେଳମନ୍ତ୍ରୀ ପଦ ଚାଲିଯାଇ ପାରେ। କୁହାଯାଉଛି ରେଳ ମନ୍ତ୍ରାଳୟ ପରିବହନ ମନ୍ତ୍ରାଳୟ ସହ ମିଶେଇ ଦିଆଯାଇ ପାରେ। ତେଣୁ ରେଳ ବିଭାଗ ପରିବହନ ମନ୍ତ୍ରୀ ନୀତିନ୍‌ ଗଡ଼କରୀଙ୍କ ଦାୟିତ୍ୱରେ ରହିପାରେ।

କିଏ ନୂଆ ମୁହଁ ?

ମୋଦିଙ୍କ କ୍ୟାବିନେଟ୍‌ରେ କିଛି ନୂଆ ଚେହେରା ଏଣ୍ଟ୍ରି ହେବା ନେଇ ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ପରିସରରେ ଅଛନ୍ତି, ବିଜେପି ମହାସଚିବ ଭୂପ୍ରେନ୍ଦ୍ର ଯାଦବ, ବିଜେପି ସାଂସଦ ସତ୍ୟପାଲ ସିଂହ ଓ ବିଜେପି ସାଂସଦ ପହଲାଦ ଯୋଷୀ। ଏଆଇଏଡିଏମକେର ଏମ. ଥମ୍ବିଦୁରାଇଙ୍କୁ ମଧ୍ୟ ମନ୍ତ୍ରୀପଦ ମିଳିପାରେ। ଏହାଦ୍ୱାରା ବିଜେପି ତାମିଲନାଡୁରେ ପ୍ରଭାବ ବିସ୍ତାବ କରିବାରେ ସୁବିଧା ହେବ। ଜେଡିୟୁ ନେତା ଆରସିପି ସିଂହଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିପାରେ। ସଂଗଠନରେ ଭଲ କାମ କରିଥିବାରୁ ପୁରସ୍କାର ସ୍ୱରୁପ ରାମ ମାଧବଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇ ପାରେ।

ବଦଳିବ ପ୍ରଭୁଙ୍କ ବିଭାଗ?

କିଛିଦିନ ଭିତରେ ବାରମ୍ବାର ରେଳ ଦୁର୍ଘଟଣା ଯୋଗୁଁ ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ବିରୋଧୀ ଟାର୍ଗେଟ କରିଥିଲେ ଓ ତାଙ୍କୁ ଇସ୍ତଫା ଦାବି କରିଥିଲେ। ପ୍ରଭୁ ମଧ୍ୟ ନିଜର ଇସ୍ତଫା ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। କିନ୍ତୁ ମୋଦି ତାକୁ ଗ୍ରହଣ କରିନଥିଲେ। ଏବେ ସୁରେଶ ପ୍ରଭୁଙ୍କୁ ପରିବେଶ ମନ୍ତ୍ରାଳୟ ଦିଆଯିବ ବୋଲି ଚର୍ଚ୍ଚା ହେଉଛି। ସେହିପରି କଲରାଜ ମିଶ୍ରାଙ୍କୁ ରାଜ୍ୟପାଳ କରାଯାଇପାରେ। ପ୍ରଧାନମନ୍ତ୍ରୀ ମୋଦି ଏନେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ସହ ଆଲୋଚନା କରିଥିବା କୁହାଯାଉଛି।

ସୌଜନ୍ୟ- ଆଜତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story