ଜିରାଫ୍ ମୃତ୍ୟୁ ଘଟଣା: ଫେଲେରିଓସିସ୍ ରୋଗରେ ଆକ୍ରାନ୍ତ ଥିଲା ‘ଜୟ’

ଭୁବନେଶ୍ୱର: ନନ୍ଦନକାନନ ଆସିଥିବା ଜିରାଫ୍ ‘ଜୟ’ର ଶବ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ଆସିଛି। ‘ଜୟ’ ଫେଲେରିଓସିସ୍ ନାମକ ଏକ ରୋଗରେ ଆକ୍ରାନ୍ତ ଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି। ସଂକ୍ରମିତ ଟିଙ୍କ କାମୁଡ଼ିବା ଦ୍ୱାରା ଏହି ରୋଗ ହୋଇଥାଏ । ଅତ୍ୟଧିକ ଚାପ ହେଲେ ଏହି ରୋଗର ଲକ୍ଷଣ ଦେଖାଯାଏ ବୋଲି ଶବ ବ୍ୟବଚ୍ଛେଦ କରିଥିବା ବିଶେଷଜ୍ଞ ଟିମ୍‌ର ପ୍ରଫେସର ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଆଲିପୁର ଚିଡ଼ିଆଖାନାର ନିର୍ଦ୍ଦେଶକ ଆଶିଷ ସାମନ୍ତ କହିଛନ୍ତି ଯେ ଜିରାଫ […]

jiraff

jiraff

Rakesh Mallick
  • Published: Wednesday, 02 March 2016
  • Updated: 02 March 2016, 03:58 PM IST

Sports

Latest News

ଭୁବନେଶ୍ୱର: ନନ୍ଦନକାନନ ଆସିଥିବା ଜିରାଫ୍ ‘ଜୟ’ର ଶବ ବ୍ୟବଚ୍ଛେଦ ରିପୋର୍ଟ ବୁଧବାର ଆସିଛି। ‘ଜୟ’ ଫେଲେରିଓସିସ୍ ନାମକ ଏକ ରୋଗରେ ଆକ୍ରାନ୍ତ ଥିଲା ବୋଲି ରିପୋର୍ଟରୁ ଜଣାପଡ଼ିଛି। ସଂକ୍ରମିତ ଟିଙ୍କ କାମୁଡ଼ିବା ଦ୍ୱାରା ଏହି ରୋଗ ହୋଇଥାଏ । ଅତ୍ୟଧିକ ଚାପ ହେଲେ ଏହି ରୋଗର ଲକ୍ଷଣ ଦେଖାଯାଏ ବୋଲି ଶବ ବ୍ୟବଚ୍ଛେଦ କରିଥିବା ବିଶେଷଜ୍ଞ ଟିମ୍‌ର ପ୍ରଫେସର ନିରଞ୍ଜନ ସାହୁ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ ଆଲିପୁର ଚିଡ଼ିଆଖାନାର ନିର୍ଦ୍ଦେଶକ ଆଶିଷ ସାମନ୍ତ କହିଛନ୍ତି ଯେ ଜିରାଫ ‘ଜୟ’ର ମୃତ୍ୟୁ ନେଇ ନନ୍ଦନକାନନ କର୍ତ୍ତୃପକ୍ଷଙ୍କଠାରୁ ବିଧିବଦ୍ଧ ରିପୋର୍ଟ ମିଳି ନାହିଁ। ଆଲିପୁରରେ ଥିବା ବେଳେ ଜୟ ସୁସ୍ଥ ଥିଲା। ନନ୍ଦନକାନନ ପଠାଯିବା ପୂର୍ବରୁ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଉଭୟ ନନ୍ଦନକାନନ ଓ ଆଲିପୁରର ଡାକ୍ତରୀ ଦଳ ତା’ର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେ କୌଣସି ରୋଗରେ ସଂକ୍ରମିତ ନ ଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଆଲିପୁର ଚିଡ଼ିଆଖାନାରେ ଆହୁରି ୬ ଟି ଜିରାଫ ଅଛନ୍ତି। ସେମାନେ ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି। ନନ୍ଦନକାନନ କର୍ତ୍ତୃପକ୍ଷ ଅନୁରୋଧ କଲେ ଆଉ ଗୋଟିଏ ଜିରାଫ ଦିଆଯିବାକୁ ଚିନ୍ତା କରାଯିବ।

ନନ୍ଦନକାନନରୁ ୪ଟି ବାଘ ବଦଳରେ ଆଲିପୁର ଚିଡିଆଖାନାରୁ ପୁରୁଷ ଜିରାଫ୍ ‘ଜୟ’କୁ ଅଣାଯାଇଥିଲା। ସୋମବାର ଜିରାଫଟିର ମୃତ୍ୟୁ ଘଟିଥିଲା। ପ୍ରାଥମିକ ତଦନ୍ତରୁ ‘ଜୟ’ ହୃଦଘାତରେ ପ୍ରାଣ ହରାଇବା ସହ ଜଣ୍ଡିସ୍ ଓ ରକ୍ତହୀନତାର ଶିକାର ହୋଇଥିଲା ବୋଲି ଜଣାପଡ଼ିଥିଲା।

ମଙ୍ଗଳବାର ‘ଜୟ’ର ମୃତ୍ୟୁ ଘଟଣାର ଅନୁସନ୍ଧାନ ପାଇଁ ୩ ଜଣିଆ କମିଟି ଗଠନ କରାଯାଇଛି। ପୂର୍ବତନ ୱାଇଲ୍‌ଡ ଲାଇଫ୍ ୱାଡେନ୍ ସରୋଜ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି କମିଟି ଗଠନ କରାଯାଇଛି। ୭ ଦିନ ଭିତରେ କମିଟି ତାର ରିପୋର୍ଟ ପ୍ରଦାନ କରିବ।

‘ଜୟ’କୁ ଆଲିପୁର ଚିଡ଼ିଆଖାନାରୁ ଆଣିବା ପାଇଁ ଏକ ୮ ଜଣିଆ ଟିମ୍ ସେଠାକୁ ଯାଇଥିଲା।  ପ୍ରାଥମିକ ତଦନ୍ତରୁ ଜୟ ଜଣ୍ଡିସ୍ ଓ ରକ୍ତହୀନତାର ଶିକାର ଥିବା ଜଣାପଡ଼ିବା ପରେ ତାକୁ ଆଣିବାକୁ ଯାଇଥିବା ବିଶେଷଜ୍ଞ ଟିମ୍‌ଙ୍କ କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ ଉଠିଛି। ଜୟକୁ ଆଣିବା ପୂର୍ବରୁ ଏହି ଟିମ୍ ତାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ କି ନାହିଁ, ତା’ର ତଦନ୍ତ ହେବା ଆବଶ୍ୟକ ବୋଲି ପ୍ରାଣୀପ୍ରେମୀମାନେ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ୨୦୦୬ରେ  ସେହି ଆଲିପୁର ଚିଡିଆଖାନାରୁ ଏକ ଜିରାଫ୍ ଅଣାଯିବା ବେଳେ ବାଟରେ ବିଦ୍ୟୁତ୍ ତାର ଲାଗି ତାର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story