ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୋଲିସ-ବ୍ଳକ୍‌ଗ୍ରାଣ୍ଡ ଶିକ୍ଷକ ମୁହାଁମୁହିଁ

ଭୁବନେଶ୍ୱର: ୧୦ ଦଫା ଦାବିରେ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ, ବ୍ଲକଗ୍ରାଣ୍ଟ୍ ଶିକ୍ଷକ ଶୁକ୍ରବାର ମୁହାଁମୁହିଁ ହୋଇଛନ୍ତି। ଅଳ୍ପ ସଂଖ୍ୟାରେ ପୋଲିସ ଥିବାରୁ ଶିକ୍ଷକମାନେ ବାରିକେଡ ଭାଙ୍ଗି ନବୀନ ନିବାସ ଆଡକୁ ଅଗ୍ରସର ହୋଇଥିଲେ। ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଓ ଫୋର୍ସ ପହଞ୍ଚି  ଆନ୍ଦୋଳନକାରୀ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ ଶିଶୁଭବନ ଛକରେ ଅଟକାଇଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ […]

andolana teacher

andolana teacher

Rakesh Mallick
  • Published: Friday, 05 February 2016
  • Updated: 05 February 2016, 02:01 PM IST

Sports

Latest News

teacherଭୁବନେଶ୍ୱର: ୧୦ ଦଫା ଦାବିରେ ନବୀନ ନିବାସ ଘେରାଉ ପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ, ବ୍ଲକଗ୍ରାଣ୍ଟ୍ ଶିକ୍ଷକ ଶୁକ୍ରବାର ମୁହାଁମୁହିଁ ହୋଇଛନ୍ତି। ଅଳ୍ପ ସଂଖ୍ୟାରେ ପୋଲିସ ଥିବାରୁ ଶିକ୍ଷକମାନେ ବାରିକେଡ ଭାଙ୍ଗି ନବୀନ ନିବାସ ଆଡକୁ ଅଗ୍ରସର ହୋଇଥିଲେ। ଖବର ପାଇ ବରିଷ୍ଠ ପୋଲିସ ଅଧିକାରୀ ଓ ଫୋର୍ସ ପହଞ୍ଚି  ଆନ୍ଦୋଳନକାରୀ ବ୍ଲକଗ୍ରାଣ୍ଟ ଶିକ୍ଷକଙ୍କୁ ଶିଶୁଭବନ ଛକରେ ଅଟକାଇଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ମୃଦୁ ଲାଠିଚାଳନା କରିବାକୁ ପଡିଥିଲା। ଏଥିରେ କିଛି ଆନ୍ଦୋଳନକାରୀ ଶିକ୍ଷକ ଆହତ ହୋଇଛନ୍ତି। ପୋଲିସ ବହୁ ଶିକ୍ଷକଙ୍କୁ ଗିରଫ କରିଛି। ସ୍ଥିତି ଏବେ ନିୟନ୍ତ୍ରଣ ଥିବା ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି। ପୋଲିସ କମିଶନର ୱା.ବି. ଖୁରାନିଆ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ରାଜ୍ୟର ୨୬୦୮ ବ୍ଲକଗ୍ରାଣ୍ଟ ସ୍କୁଲର ସରକାରୀକରଣ ଓ ଅନୁଦାନରୁ ବଞ୍ଚିତ ୧୬୭ ସ୍କୁଲକୁ ଅନୁଦାନ ପ୍ରଦାନ ଭଳି ପ୍ରମୁଖ ଦାବି ନେଇ ଆଜି ରାସ୍ତାକୁ ଓହ୍ଲାଇ ଥିଲା ବ୍ଲକ ଗ୍ରାଣ୍ଟ ଶିକ୍ଷକ ସଂଘ। ମାଷ୍ଟର କ୍ୟାଣ୍ଟିନରେ ଏକାଠି ହୋଇଥିଲେ ହଜାର ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀ। ସେହିଠାରେ ପୋଲିସ-ଶିକ୍ଷକ ମୁହାଁମୁହିଁ ହୋଇଥିଲେ। ଶିକ୍ଷକମାନେ ପୋଲିସକୁ ଖାତିର ନ କରି ଆଗକୁ ବଢିଥିଲେ। ଶିଶୁ ଭବନ ଛକରେ ପରିସ୍ଥିତି ଅଣାୟତ୍ତ ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲାଠିମାଡ କରିବାକୁ ପଡିଥିଲା।

ଅନ୍ୟପକ୍ଷେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସହ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହୋଇଥିଲେ।

ସୂଚନାଯୋଗ୍ୟ, ୫ ତାରିଖଠାରୁ ବ୍ଲକ ଗ୍ରାଣ୍ଟ ମାଧ୍ୟମିକ ସ୍କୁଲ ଶିକ୍ଷକ ଓ କର୍ମଚାରୀ ସଂଘ ଅନିର୍ଦ୍ଦିଷ୍ଟକାଳ ପାଇଁ ବିଧାନସଭା ସମ୍ମୁଖରେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଥିଲେ। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଶିକ୍ଷକଙ୍କ ସମସ୍ୟା ସମାଧାନ କରିବାକୁ ମନ୍ତ୍ରୀସ୍ତରୀୟ କମିଟି ଗଠନ କରାଯାଇଛି। ହେଲେ ଏହି କମିଟି ଏଯାଏଁ କୌଣସି ଆଖିଦୃଶିଆ ନିଷ୍ପତ୍ତି  ନେଇନାହିଁ। ପୂର୍ଣ୍ଣ ଅନୁଦାନ ପରିବର୍ତ୍ତେ ଶିକ୍ଷକ ପାଉଥିବା ଭତ୍ତାର ୨୦ ପ୍ରତିଶତ ଅଧିକ ଦିଆଯିବାକୁ ସରକାରୀ ନିଷ୍ପତ୍ତି ନେଇଛନ୍ତି। ଯାହାକୁ ସଂଘ ବିରୋଧ କରିଛି। ଶୀଘ୍ର ଦାବି ପୂରଣ ନ ହେଲେ ସଂଘ ହାଇସ୍କୁଲ ପରୀକ୍ଷା ଖାତା ମୂଲାୟନକୁ ମଧ୍ୟ ବର୍ଜନ କରିବ ବୋଲି ଚେତାବନୀ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story