ବ୍ରାହ୍ମଣୀରେ ବୁଡି ଜଣେ ବାଳକ ମୃତ, ଜଣେ ନିଖୋଜ

ରାଉରକେଲା: ରାଉରକେଲା ପାନପୋଷ ନିକଟ ବ୍ରାହ୍ମଣୀ ନଦୀରେ ବୁଡି ଜଣେ ବାଳକ ମୃତ ଘଟିଛି। ଅନ୍ୟ ଜଣେ ଏବେ ବି ନିଖୋଜ ଅଛନ୍ତି। ଆଉ ଜଣକୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରାଯାଇଛି।

ଆଜି ପାନପୋଷ ନିକଟ ବ୍ରାହ୍ମଣୀ ନଦୀରେ ବୁଡି ଯାଇଥିଲେ ୪ ଜଣ ବାଳକ। ଗୋଧୋଇବା ବେଳେ ଏହି ଅଘଟଣ ଘଟିଛି। ପିଲାମାନେ ଛେଣ୍ଡ କଲୋନୀର। ଦମକଳ ବାହିନୀ ଓ ପୋଲିସ ନିଖୋଜଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା ଚଳାଇଛନ୍ତି।