ଭୁବନେଶ୍ୱର: ସୁସ୍ଥ ରହିବାକୁ ସମସ୍ତେ କିଛି ନା କିଛି ଉପାୟ ଅବଲମ୍ବନ କରୁଛନ୍ତି। ବିଶେଷ କରି ପୁରୁଷମାନେ ସୁସ୍ଥ ରହିବା ପାଇଁ ଜିମ୍ ଯିବାଠାରୁ ଆରମ୍ଭ କରି ବହୁତ କିଛି କରିଥାନ୍ତି। ଆଜି ଆମେ ଏମିତି କିଛି କହିବାକୁ ଯାଉଛୁ, ଯାହାଦ୍ୱାରା ପୁରୁଷମାନେ ସୁସ୍ଥ ରହିବାରେ ବହୁତ ସହାୟକ ହୋଇଥାଏ। ଏକଥା ଡାକ୍ତରୀ ବିଜ୍ଞାନରେ ମଧ୍ୟ ସିଦ୍ଧ ହୋଇଛି। ଏଥିପାଇଁ ବେଶି କିଛି କରିବାକୁ ପଡ଼ିବ ନାହିଁ। ଦିନକୁ ମାତ୍ର ଗୋଟିଏ କୋଲା ରସୁଣ ଖାଲି ପେଟରେ ଖାଇବାକୁ ପଡ଼ିବ।
ରାଜସ୍ଥାନ ଆୟୁର୍ବେଦିକ ୟୁନିଭର୍ସିଟିର ଆସିଷ୍ଟାଣ୍ଡ ପ୍ରଫେସର ଢା. ଅରୁଣ ଦଧିଚିଙ୍କ ମତରେ ପୁରୁଷମାନେ ସକାଳେ ଖାଲି ପେଟରେ ରସୁଣ ଖାଇଲେ ଏକାଧିକ ବେମାରୀରୁ ରକ୍ଷା ପାଇପାରିବେ।
ଆସନ୍ତୁ ଜାଣିବା କ’ଣ ମିଳିଥାଏ ଫାଇଦା
୧. ରସୁଣରେ ଏଲିସିନ ପରି ନ୍ୟୁଟ୍ରିଏଣ୍ଟସ୍ ରହିଛି, ଯାହା ସ୍ୱାସ୍ଥ୍ୟ ସମସ୍ୟା ଦୂର କରିଥାଏ। ଏଥିରେ ଥିବା ସେଲେନିୟମ ଶରୀରକୁ ଯିବା ପରେ ପୁରୁଷଙ୍କ ଫର୍ଟିଲିଟୀ ବୃଦ୍ଧି ପାଇଥାଏ।
୨. ଏଥିରେ ଥିବା ଆଣ୍ଟିବେକ୍ଟିରିୟଲ ପ୍ରପର୍ଟିଜ୍ ନିଶ୍ୱାଷ ଓ ମୁଖଗନ୍ଧ ଦୂର କରିଥାଏ।
୩. ରସୁଣରେ କାର୍ବୋହାଇଡ୍ରେସ୍ ରହିଛି, ଏହାଦ୍ୱାରା ଦୁର୍ବଳତା ଦୂର ହୋଇଥାଏ।
୪. ରସୁଣରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ରହିଛି, ଯାହା ହାଡ଼କୁ ଶକ୍ତ କରିଥାଏ।
୫. ଏଥିରେ ଥିବା ଏଲିସିନ ଓଜନକୁ ନିୟନ୍ତ୍ରଣ କରିଥାଏ।
୬. ଏଥିରେ ଥିବା ଫାଇବର୍ସ ପେଟ ଦରଜ ଦୂର କରିଥାଏ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।