ବିଭ୍ରାଟ ନା ଷଡ଼ଯନ୍ତ୍ର: ପ୍ରଶ୍ନପତ୍ରକୁ ନେଇ ପ୍ରଶ୍ନ

ଭୁବନେଶ୍ୱର(ଥବୀର ସାମଲ): ଯୁକ୍ତଦୁଇ ଗଣିତ ପରୀକ୍ଷାରେ କେମିଷ୍ଟ୍ରୀ ପ୍ରଶ୍ନପତ୍ର ଆସିବା ଘଟଣା ବିବାଦୀୟ ହେବାରେ ଲାଗିଛି। ଏପରି ଘଟଣା ବିଭ୍ରାଟ ନା ସୁପରିକଳ୍ପିତ ଷଡ଼ଯନ୍ତ୍ର ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ତେବେ ପ୍ରଶ୍ନପତ୍ର ଛପାଯିବାଠାରୁ ଆରମ୍ଭ କରି ପ୍ୟାକିଂ କରାଯିବା ପର୍ଯ୍ୟନ୍ତ ଥିବା ବିଭିନ୍ନ ସ୍ତରକୁ ତର୍ଜମା କଲେ ଏପରି ବିଭ୍ରାଟ ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସନ୍ଦେହ ବଢିବାରେ ଲାଗିଛି। ସୂଚନାଯୋଗ୍ୟ, ଦୁଇଟି ବିଷୟର ପ୍ରଶ୍ନପତ୍ର କୌଣସି ପ୍ରେସ୍‌ରେ ଗୋଟିଏ ଦିନରେ ଛପାଯାଇ […]

+2

+2

Rakesh Mallick
  • Published: Thursday, 16 March 2017
  • Updated: 16 March 2017, 08:16 PM IST

Sports

Latest News

ଭୁବନେଶ୍ୱର(ଥବୀର ସାମଲ): ଯୁକ୍ତଦୁଇ ଗଣିତ ପରୀକ୍ଷାରେ କେମିଷ୍ଟ୍ରୀ ପ୍ରଶ୍ନପତ୍ର ଆସିବା ଘଟଣା ବିବାଦୀୟ ହେବାରେ ଲାଗିଛି। ଏପରି ଘଟଣା ବିଭ୍ରାଟ ନା ସୁପରିକଳ୍ପିତ ଷଡ଼ଯନ୍ତ୍ର ତାକୁ ନେଇ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି। ତେବେ ପ୍ରଶ୍ନପତ୍ର ଛପାଯିବାଠାରୁ ଆରମ୍ଭ କରି ପ୍ୟାକିଂ କରାଯିବା ପର୍ଯ୍ୟନ୍ତ ଥିବା ବିଭିନ୍ନ ସ୍ତରକୁ ତର୍ଜମା କଲେ ଏପରି ବିଭ୍ରାଟ ପାଇଁ ଷଡ଼ଯନ୍ତ୍ର କରାଯାଇଥିବା ସନ୍ଦେହ ବଢିବାରେ ଲାଗିଛି।

ସୂଚନାଯୋଗ୍ୟ, ଦୁଇଟି ବିଷୟର ପ୍ରଶ୍ନପତ୍ର କୌଣସି ପ୍ରେସ୍‌ରେ ଗୋଟିଏ ଦିନରେ ଛପାଯାଇ ନ ଥାଏ। ଏପରିକି ପ୍ରେସ୍‌ ଭିତରେ ଭିନ୍ନ ଭିନ୍ନ ପ୍ରଶ୍ନପତ୍ର ପାଇଁ ଅଲଗା ୟୁନିଟ୍‌ ରହିଥାଏ। ପ୍ରଶ୍ନପତ୍ର ୩ ଥାକିଆ ପ୍ୟାକିଂ ହୋଇଥାଏ। ପ୍ରତି ପ୍ୟାକରେ ବିଷୟ ନାଁ, କୋଡ଼ ଓ ସଂଖ୍ୟା ଉଲ୍ଲେଖ ଥାଏ। ଏପରିସ୍ଥିତିରେ କିଛି ନିର୍ଦ୍ଦିଷ୍ଟ ପ୍ୟାକେଟ୍‌ରେ ପ୍ରଶ୍ନପତ୍ର କିପରି ବଦଳିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଅଧ୍ୟକ୍ଷ ଓ ଶିକ୍ଷାବିତଙ୍କ ମନ୍ତବ୍ୟ ଏପରି ଏକ ଷଡ଼ଯନ୍ତ୍ରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

ସିଏଚ୍‌ଏସ୍‌ଇର ପୂର୍ବତନ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି,“ମିଶି ଯିବାର ଆଶଙ୍କା ଥିବାରୁ ଗୋଟିଏ ପ୍ରଶ୍ନପତ୍ର ଛପା ଯିବା ବେଳେ ଅନ୍ୟ ପ୍ରଶ୍ନପତ୍ର ଛପା ଯାଇ ନ ଥାଏ। ଯଦି ଛପାଯିଏ ତେବେ ଅଲଗା ହୋଇଥାଏ। ପ୍ରଶ୍ନପତ୍ର ବଡ଼ ପ୍ରେସ୍‌ରେ ଛପାଯାଇ ଥାଏ। ଏଭଳି ତ୍ରୁଟି ଆଗରୁ କେବେ ହୋଇ ନ ଥିଲା। ଏହା ତଦନ୍ତ ସାପେକ୍ଷ।”

ଏଭଳି ତ୍ରୁଟି ପାଇଁ ପରୀକ୍ଷା କଣ୍ଟ୍ରୋଲରଙ୍କୁ ଦାୟୀ କରାଯାଉଥିବା ବେଳେ ତାଙ୍କୁ ତଦନ୍ତ ଦାୟିତ୍ୱ ଦିଆଯାଇଛି। ଶିକ୍ଷାବିତ କମଳା ଲୋଚନ ମହାପାତ୍ର କହିଛନ୍ତି,“ଏଭଳି ବିଭ୍ରାଟ ପାଇଁ ଯାହା ଉପରକୁ ଅଙ୍ଗୁଳି ଯାଉଛି ସେ ଯଦି ତଦନ୍ତ କରିବେ ଫଳାଫଳ ଯାହା ହେବ ସମସ୍ତଙ୍କୁ ଅନୁମେୟ। ଏହା ଧର୍ମକୁ ଆଖିଠାର। ଏହି ତଦନ୍ତର କିଛି ମୂଲ୍ୟ ନାହିଁ।”

ଅନ୍ୟପକ୍ଷରେ ୨୦୧୩ରେ ଫିଜିକ୍ସ ଓ କେମିଷ୍ଟ୍ରୀ ପ୍ରଶ୍ନପତ୍ର ଲିକ୍‌ ପରେ ପରୀକ୍ଷା ବ୍ୟବସ୍ଥାରେ ସଂସ୍କାର ପାଇଁ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ ହୋଇଥିଲା। ହେଲେ ରାଜ୍ୟ ସରକାର ଏହି କମିଟିର ସୁପାରିଶକୁ କାର୍ଯ୍ୟକାରୀ କରିନାହାନ୍ତି। ବିଶେଷ କରି ପରିଷଦ କାର୍ଯ୍ୟାଳୟରେ ନିଜସ୍ୱ ରେଜଲ୍ଟ ପ୍ରୋସେସିଂ ୟୁନିଟ୍‌ ଓ ବର୍ଷକୁ ଗୋଟିଏ ବଦଳରେ ଦୁଇଟି ବୋର୍ଡ ପରୀକ୍ଷା କରିବାକୁ କମିଟି ପରାମର୍ଶ ଦେଇଥିଲା। ଏହାକୁ କାର୍ଯ୍ୟକାରୀ ନେଇ ସେତେବେଳେ ଉଚ୍ଚଶିକ୍ଷା ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନି।

ଫ୍ୟାକ୍ଟ ଫାଇଣ୍ଡିଂ କମିଟି ସଦସ୍ୟ ବିଜୟ ଚନ୍ଦ୍ର ରଥ କହିଛନ୍ତି,“ରେଜଲ୍ଟ ପ୍ରୋସେସିଂ ୟୁନିଟ୍‌ ସହ ପ୍ରାୟ ୨୫ଟା ପଏଣ୍ଟ ଦେଇଥିଲୁ। ସରକାର ଧିରେ ଧିରେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବାର ଥିଲା। ହେଲେ ଏପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହୋଇନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story