ଏକାଠି ହେଲେ ରାଜାଶ୍ରୀ ଓ ବର୍ଷାସୋନୀ

ଭୁବନେଶ୍ୱର: ହାଇପ୍ରୋଫାଇଲ୍ ଫ୍ୟାମିଲି ଡ୍ରାମାରେ ଆସିଛି ଜବରଦସ୍ତ ଟୁଇଷ୍ଟ୍। ପୁଣି ଏକାଠି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପୁଅ ରାଜାଶ୍ରୀ ଓ ବୋହୂ ବର୍ଷାସୋନୀ। ଆଜି ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜାଶ୍ରୀ ଓ ବର୍ଷାସୋନୀ ମିଳିତ ଭାବେ ଏହି ଘୋଷଣା କରିଛନ୍ତି। ବର୍ଷାସୋନୀ ଫାଉଣ୍ଡେସନ୍‌ର ଉଦ୍ୟମ ଦ୍ୱାରା ଉଭୟଙ୍କ ପୁନର୍ମିଳନ ସମ୍ଭବ ହୋଇଥିବା କୁହାଯାଇଛି। ମନୋମାଳିନ୍ୟକୁ ଦୂରେଇ ପୁଣି ଥରେ ନୂଆ ଜୀବନ ଆରମ୍ଭ କରିବା ପାଇଁ ଉଭୟ ନିଷ୍ପତ୍ତି […]

rajashree-barshasoni

rajashree-barshasoni

Rakesh Mallick
  • Published: Wednesday, 25 May 2016
  • Updated: 25 May 2016, 02:35 PM IST

Sports

Latest News

rajashree-barshasoneeଭୁବନେଶ୍ୱର: ହାଇପ୍ରୋଫାଇଲ୍ ଫ୍ୟାମିଲି ଡ୍ରାମାରେ ଆସିଛି ଜବରଦସ୍ତ ଟୁଇଷ୍ଟ୍। ପୁଣି ଏକାଠି ହୋଇଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ପୁଅ ରାଜାଶ୍ରୀ ଓ ବୋହୂ ବର୍ଷାସୋନୀ। ଆଜି ଭୁବନେଶ୍ୱରରେ ଏକ ହୋଟେଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଉଭୟ ରାଜାଶ୍ରୀ ଓ ବର୍ଷାସୋନୀ ମିଳିତ ଭାବେ ଏହି ଘୋଷଣା କରିଛନ୍ତି। ବର୍ଷାସୋନୀ ଫାଉଣ୍ଡେସନ୍‌ର ଉଦ୍ୟମ ଦ୍ୱାରା ଉଭୟଙ୍କ ପୁନର୍ମିଳନ ସମ୍ଭବ ହୋଇଥିବା କୁହାଯାଇଛି। ମନୋମାଳିନ୍ୟକୁ ଦୂରେଇ ପୁଣି ଥରେ ନୂଆ ଜୀବନ ଆରମ୍ଭ କରିବା ପାଇଁ ଉଭୟ ନିଷ୍ପତ୍ତି ନେଇଥିବା କହିଛନ୍ତି।

ସାମ୍ବାଦିକ ସମ୍ମିଳନୀରେ ବର୍ଷାସୋନୀ କହିଥିଲେ,“ଆମ ଭିତରେ ଓ ଆମ ଦୁଇ ପରିବାର ମଧ୍ୟରେ ଯାହା ଭୁଲ୍ ବୁଝାମଣା ଥିଲା ତାହା ଆଜି ଦୂର ହୋଇଯାଇଛି। ଆମେ ଦୁଇ ଜଣ ସ୍ୱାମୀସ୍ତ୍ରୀ ଭାବେ ଆଗକୁ ଚଳିବୁ।”

ସେ କହିଥିଲେ,“ଆମ ଦୁହିଁଙ୍କ ମଧ୍ୟରେ ଯାହା ବି କିଛି ଅସୁବିଧା ଓ ଭୁଲ୍ ବୁଝାମଣା ଥିଲା ସେସବୁକୁ ଭୁଲି ପରସ୍ପର ଉପରେ କିପରି ବିଶ୍ୱାସ ଓ ଭଲ ପାଇବା ରହିବ ସେଥିପାଇଁ ଆମେ ଚେଷ୍ଟା କରିବୁ। ଭବିଷ୍ୟତରେ ଆମ ଭିତରେ ସଂପର୍କକୁ ଦୃଢ଼ କରିବୁ।”

ବର୍ଷାସୋନୀ କହିଥିଲେ,“ସ୍ତ୍ରୀର ଶକ୍ତି ହେଉଛନ୍ତି ତାଙ୍କ ସ୍ୱାମୀ। ଆଜି ରାଜାଶ୍ରୀ ମୋ ପାଖରେ ବସିଥିବାରୁ ଏଇଟା ମୋ ପାଇଁ ଏକ ବଡ଼ ଶକ୍ତି।”

ସେ କହିଥିଲେ,“ମୁଁ ବୋହୂ ଭାବେ ନୁହେଁ, ମୋ ଶାଶୂ ଓ ଶ୍ୱଶୁରଙ୍କ ଝିଅ ଭାବେ ସେମାନଙ୍କ ଘରକୁ ଫେରିବି। ମୋର ବିଶ୍ୱାସ ଅଛି ସେମାନେ ମୋତେ ସେମାନଙ୍କର ଝିଅ ଭାବେ ସ୍ନେହ ଓ ଶ୍ରଦ୍ଧା ଦେବେ।”

ବର୍ଷାସୋନୀ କହିଥିଲେ,“ଆଜି ଆମେ ଦୁହେଁ ଏଠି ଏକାଠି ହେବା ପଛରେ ଆମ ଦୁଇ ପରିବାରର ହାତ ରହିଛି। ଦୁଇ ପରିବାରର ନିଷ୍ପତ୍ତି ମୁତାବକ ଆମେ ଏକାଠି ହୋଇଛୁ। ଏହା କେବଳ ଆମ ଦୁଇ ଜଣଙ୍କ ନିଷ୍ପତ୍ତି ନୁହେଁ।”

ରାଜାଶ୍ରୀ ମଧ୍ୟ କହିଥିଲେ,“ଆଜି ଯାହା ବି କିଛି ହୋଇଛି ତାହା ଆମ ଦୁଇ ପରିବାରର ଅନୁମତିକ୍ରମେ ହୋଇଛି। ଏହା ପରେ ଆମେ ବାଲେଶ୍ୱରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରିବୁ।”

ସେ କହିଥିଲେ,“ବର୍ଷାସୋନୀ ଓ ମୋ ମଧ୍ୟରେ ଯାହା କିଛି ଘଟିଥିଲା ତାହା ଏକ ପାରିବାରିକ ଘଟଣା ଥିଲା। ଆମ ଦୁଇ ଜଣଙ୍କ ଏ ଘଟଣା ରାଜ୍ୟରେ ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ହେବ। କାରଣ ୪ ବର୍ଷ ପରେ ଅନେକ ଘଟଣା ଘଟିବା ସତ୍ତ୍ୱେ ଆମେ ଦୁହେଁ ପୁଣି ଏକାଠି ହୋଇଛୁ। ଏଥିପାଇଁ କେବଳ ମାନସିକତାରେ ପରିବର୍ତ୍ତନ ହେବା ଦରକାର।”

ବର୍ଷାସୋନୀ ବିବାଦ ଯୋଗୁଁ ରାଜାଶ୍ରୀଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ରାଜନୈତିକ କ୍ୟାରିୟର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ତାଙ୍କ ହାତରୁ ମନ୍ତ୍ରୀ ପଦ ଚାଲି ଯାଇଥିଲା। ଏପରିକି ଗତ ନିର୍ବାଚନରେ ତାଙ୍କୁ ଦଳ ଟିକେଟ୍ ମଧ୍ୟ ଦେଇ ନ ଥିଲା। ତେବେ ରାଜାଶ୍ରୀ ତାଙ୍କ ବାପାଙ୍କ ରାଜନୈତିକ କ୍ୟାରିୟର ସଂପର୍କରେ କୌଣସି ଟିପ୍ପଣୀ ଦେବାକୁ ମନା କରି ଦେଇଥିଲେ। ସେ କେବଳ କହିଥିଲେ,“ରଘୁ ବାବୁ ଲୋକଙ୍କ ସହିତ ଥିଲେ ଓ ଏବେବି ଅଛନ୍ତି। ରାଜନୀତିରେ ପଦପଦବୀ ବଡ଼ କଥା ନୁହେଁ। ମୁଖ୍ୟମନ୍ତ୍ରୀ ଇସ୍ତଫାପତ୍ର ମାଗିବା ପୂର୍ବରୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇ ଦେଇଥିଲେ। ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେଇଥିଲେ। ତାଙ୍କ ରାଜନୈତିକ କ୍ୟାରିୟର ପୂରା ନିଷ୍କଳଙ୍କ ରହିଛି। ସେ କେବେ ହାରି ନାହାନ୍ତି। ମୋର ବିଶ୍ୱାସ ଆଗକୁ ବି ବାଲେଶ୍ୱରବାସୀ ଆମ ପରିବାର ସହିତ ରହିବେ।”

ଦୁଇ ତିନି ଦିନ ମଧ୍ୟରେ କୋର୍ଟରୁ ସେମାନେ ମାମଲା ଉଠାଇ ନେବେ ବୋଲି ଉଭୟ ରାଜାଶ୍ରୀ ଓ ବର୍ଷାସୋନୀ କହିଛନ୍ତି।

ରାଜାଶ୍ରୀ ଓ ବର୍ଷାସୋନୀଙ୍କ ଏହି ମିଳନ ଅବସରରେ ବର୍ଷାସୋନୀଙ୍କ ବାପାମା’ ଉପସ୍ଥିତ ଥିଲେ। କିନ୍ତୁ ରାଜାଶ୍ରୀଙ୍କ ବାପା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି ଓ ମା’ ଉପସ୍ଥିତ ନ ଥିଲେ। ତେବେ ବାଲେଶ୍ୱରରେ ଆୟୋଜିତ ହେବାକୁ ଥିବା ବନ୍ଧୁମିଳନରେ ଉଭୟ ପରିବାରର ସମସ୍ତ ବନ୍ଧୁବାନ୍ଧବ ଉପସ୍ଥିତ ରହିବେ ବୋଲି ରାଜାଶ୍ରୀ ଓ ବର୍ଷାସୋନୀ କହିଥିଲେ।

ବର୍ଷାସୋନୀଙ୍କ ବାପା ଓ ମା’ ଆଜିର ଏହି ଘଟଣାକୁ ନେଇ ଖୁସି ପ୍ରକଟ କରିଛନ୍ତି। ତାଙ୍କ ମା’ କହିଛନ୍ତି,”ଝିଅ ତା’ ସଂସାର ଫେରି ପାଇଥିବାରୁ ମୁଁ ବହୁତ ଖୁସି। ଆମେ ତା’ ସଂସାର ଭାଙ୍ଗିବାକୁ ଚାହିଁ ନ ଥିଲୁ। ସାଂସର ଭାଙ୍ଗିବା ପାଇଁ କ’ଣ ଆମେ ଝିଅକୁ ବାହା ଦେଇଥିଲୁ? ଯେଉଁ ସବୁ ଦୁଃଖର ସମୟ ଆସିଥିଲା ତାହା ସବୁ ବିତି ଯାଇଛି। ତେବେ ଆଜି ସେମାନେ ପୁଣି ଏକାଠି ହେବା ଦେଖି ମୋତେ ବହୁତ ଖୁସି ଲାଗିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story