ରେଳ ବଜେଟ୍‌କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ

ଭୁବନେଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ରେଳ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଚଳିତ ରେଳ ବଜେଟ୍‌ରେ ୫ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରିଥିଲେ। କେନ୍ଦ୍ର ସରକାର ୪,୬୮୨ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ କରିଛନ୍ତି, ଏହା ସ୍ୱାଗତଯୋଗ୍ୟ। ଶୀତଳାପଲ୍ଲୀ ୱାଗନ କାରଖାନା ଲାଗି ମାତ୍ର ୧ ହଜାର କୋଟି ଟଙ୍କା ବ୍ୟୟ ମଞ୍ଜୁରୀ କରାଯାଇଛି। ଏହି ୱାଗନ କାରଖାନା […]

cm

cm

Rakesh Mallick
  • Published: Thursday, 25 February 2016
  • Updated: 25 February 2016, 05:50 PM IST

Sports

Latest News

ଭୁବନେଶ୍ୱର: ଆଜି କେନ୍ଦ୍ରମନ୍ତ୍ରୀ ସୁରେଶ ପ୍ରଭୁ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିବା ରେଳ ବଜେଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି। ସେ କହିଛନ୍ତି, ଚଳିତ ରେଳ ବଜେଟ୍‌ରେ ୫ ହଜାର କୋଟି ଟଙ୍କା ଯୋଗାଇ ଦେବାକୁ ରାଜ୍ୟ ସରକାର ଦାବି କରିଥିଲେ। କେନ୍ଦ୍ର ସରକାର ୪,୬୮୨ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ କରିଛନ୍ତି, ଏହା ସ୍ୱାଗତଯୋଗ୍ୟ। ଶୀତଳାପଲ୍ଲୀ ୱାଗନ କାରଖାନା ଲାଗି ମାତ୍ର ୧ ହଜାର କୋଟି ଟଙ୍କା ବ୍ୟୟ ମଞ୍ଜୁରୀ କରାଯାଇଛି। ଏହି ୱାଗନ କାରଖାନା ପାଇଁ ଆମେ ଅଧିକ ଅର୍ଥ ବ୍ୟୟବରାଦ ହେବ ବୋଲି ଆଶା କରିଥିଲୁ। ତେବେ ରାଜ୍ୟରେ ୨ଟି ନୂଆ ରେଳ ଲାଇନ୍‌ ଲାଗି ବ୍ୟବସ୍ଥା କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି।

କେନ୍ଦ୍ରାପଡ଼ା ସାଂସଦ ତଥା ବିଜେଡିର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡା କହିଛନ୍ତି, “୫ ହଜାର କୋଟି ଟଙ୍କା ଦାବି କରିଥିଲୁ। ୪,୬୮୨ କୋଟି ଟଙ୍କା ମଞ୍ଜୁରୀ ହୋଇଛି। କେନ୍ଦ୍ରାପଡ଼ାର ପ୍ରଥମ ରେଳ ଲାଇନ୍‌ ହରିଦାସପୁର-ପାରାଦୀପ ପାଇଁ ୨୦୦ କୋଟି ଟଙ୍କାର ଅର୍ଥ ମଞ୍ଜୁରୀ ହୋଇଛି। ଏଥିପାଇଁ ସନ୍ତୋଷ ପ୍ରକାଶ କରୁଛି। ଏହି ରେଳପଥ ଉପକୂଳ ଓଡ଼ିଶାର ବହୁ ଜିଲ୍ଲା ପାଇଁ ଗୁରୁତ୍ୱପୂର୍ଣ୍ଣ।”

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, “ରେଳ ବଜେଟ୍‌ ଅତ୍ୟନ୍ତ ନୈରାଶ୍ୟଜନକ। ବଜେଟ୍‌ରେ କିଛି ନୂଆ ନାହିଁ। ୨୦୧୩ ୟୁପିଏ ସରକାରଙ୍କ ରେଳ ବଜେଟ୍‌ର ଏହା ନକଲ। ନୂଆ ଟ୍ରେନ୍‌, ନୂଆ ଯୋଜନା କି ନୂଆ ପ୍ରକଳ୍ପ ଘୋଷଣା କରାଗଲାନାହିଁ।”

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଓଡ଼ିଶା ପାଇଁ ରେଳ ବଜେଟ୍‌ରେ ହୋଇଥିବା ଘୋଷଣା ଲାଗି ପ୍ରଧାନମନ୍ତ୍ରୀ ଏବଂ ରେଳମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ସ୍ୱାଧୀନତା ପରେ ପ୍ରଥମ ଥର ଲାଗି ରାଜ୍ୟରେ ପାଖାପାଖି ୫ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ ହେବାକୁ ଯାଉଛି। ଏହାଦ୍ୱାରା ବହୁ ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯିବାକୁ ଯୋଜନା କରାଯାଇଛି।”

ସାଂସଦ ପିନାକୀ ମିଶ୍ର କହିଛନ୍ତି, “ବଜେଟ୍‌ରେ କିଛି ନୂଆ କଥା ନାହିଁ। ରେଳବାଇ କ୍ଷତିରେ ଚାଲିଛି। କିଛି ନୂଆ ଯୋଜନା ଅଣାଯିବାର ଥିଲା, ଯାହା ଦ୍ୱାରା ଅଧିକ ଅର୍ଥ ଆସିପାରିଥାନ୍ତା।”

ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, “ରେଳମନ୍ତ୍ରୀଙ୍କୁ ଓଡ଼ିଶାର ଦାବି ଜଣାଇବା ବେଳେ ଯେଉଁଠୁ ଅଧିକ ଅର୍ଥ ଆସିବ ସେଠାରେ ଅଧିକ ବିନିଯୋଗ କରାଯିବ ବୋଲି ରେଳମନ୍ତ୍ରୀ କହିଥିଲେ। ଏଥିର ଭାବୁଥିଲୁ ଚଳିତ ବଜେଟ୍‌ରେ ଓଡ଼ିଶାକୁ ପୂର୍ବ ଅପେକ୍ଷା ଅଧିକ ଅର୍ଥ ମିଳିବ ବୋଲି, କିନ୍ତୁ ତହା ହେଲାନାହିଁ।”

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ଏହା ଏକ ଐତିହାସିକ ବଜେଟ କହିଲେ ଭୁଲ ହେବ ନାହିଁ। ସରକାରଙ୍କ ପଲିସି ଅନୁସାରେ କିଛି ଘୋଷଣା କରାଯାଇନାହିଁ। ଏହାକୁ ଦେଖିଲେ ଓଡ଼ିଶାକୁ ଆବଶ୍ୟକ ଅର୍ଥ ଯୋଗାଇ ଦିଆଯାଇଛି ବୋଲି ଭାବୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story